September 21, 2024

ମା’ ଶାରଳାଙ୍କ ହୁଣ୍ଡିଭାଙ୍ଗିବା ମାଷ୍ଟର ମାଇଣ୍ଡ ଧରାପଡ଼ିନଥିବା ବେଳେ ହୁଣ୍ଡିର ଅବଶିଷ୍ଟ ଟଙ୍କା ଗଣତି ଆରମ୍ଭ….

Share

ତିର୍ତ୍ତୋଲ –:: ପ୍ରସିଦ୍ଧ ଝଙ୍କଡ଼ ସାରଳା ମନ୍ଦିର ନାଟ୍ୟମଣ୍ଡପ ରେ ସ୍ଥାପିତ ହୁଣ୍ଡି ୧ ନମ୍ବର ଦାନବାକ୍ସ ର ତାଲାଭାଙ୍ଗି, ଗତ ବୁଧବାର ବିଳମ୍ବିତ ରାତିରେ ଚୋରି ଘଟଣାର ଦୀର୍ଘ ତିନି ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏଥିରେ ସମ୍ପୃକ୍ତଥିବା ମାଷ୍ଟର ମାଇଣ୍ଡ କୁ ପୋଲିସ ଧରିବାପାଇଁ ସମର୍ଥ ହୋଇପାରିନାହିଁ। କେବଳ ଜଣେ ନୀତି ମଜୁରିଆ ଓ ଶୁଆ ଶାରୀ ବୋଲି କୁହାଯାଉଥିବା ଟଲି ଚାଳକ ଓ ତାର ସ୍ତ୍ରୀ କୁ ତିର୍ତ୍ତୋଲ ପୋଲିସ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି ବୋଲି , ପୋଲିସ ତରଫରୁ କୁହାଯାଉଛି। ତେବେ ଅଟକ ଥିବା ୩ ଜଣ, ଏମିତି ଦୁଃସାହସ କରିପାରିବେ ନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି। ହୁଣ୍ଡି ରୁ ଚୋରି ଯାଇଥିବା ଟଙ୍କା ରୁ ଯେତିକିଟଙ୍କା ପୋଲିସ ଉଦ୍ଧାର କରିଛି, ତାହା ବର୍ତ୍ତମାନ ପୋଲିସ ହେପାଜତରେ ଥିବା ବେଳେ , ହୁଣ୍ଡିରେ ଗଚ୍ଛିତ ଥିବା ଟଙ୍କା, ଧନୁ ସଂକ୍ରାନ୍ତି, ଶନିବାର ଦିନ ସକାଳ ୯ ଟାରୁ , ମନ୍ଦିର କାର୍ଯ୍ୟାଳୟ ରେ ଗଣତି ଆରମ୍ଭ ହୋଇଛି। ମନ୍ଦିର ପ୍ରଶାସନ ର କାର୍ଯ୍ୟନିର୍ବାହୀ ଅଧିକାରୀ ସୌର୍ଯ୍ୟ ରଞ୍ଜନ ପରିଜା , ତିର୍ତ୍ତୋଲ ତହସିଲଦାର ସତ୍ୟଜିତ ମହାପାତ୍ର ଙ୍କ ସହିତ ତହସିଲ ଅଫିସର କର୍ମଚାରୀ , ପୋଲିସକର୍ମଚାରୀ ଓ ମନ୍ଦିର କର୍ମଚାରୀ ମାନେ ଏହି ଟଙ୍କା ଗଣତି କାମରେ ନିୟୋଜିତ ହୋଇଥିବା ବେଳେ ଟଙ୍କାଗଣା ମେସିନ୍ ମଧ୍ୟ ବ୍ୟବହୃତ ହେଉଥିବାର ଦେଖିବାକୁ ମିଳୁଛି । ମାତ୍ର ଅଟକ ଥିବା ଲୋକଙ୍କ କଦଳୀବାଡି ରୁ ପୋଲିସ ଉଦ୍ଧାର କରିଥିବା ଟଙ୍କାର ପରିମାଣ କେତେ ? ତାହା ଏବେବି ରହସ୍ୟାବୃତ ହୋଇ ରହିଛି । ବିଳମ୍ବିତ ରାତିରେ ଗଣତି ପ୍ରକ୍ରିୟା ଶେଷ ହୋଇପାରେ ବୋଲି ଅନୁମାନ କରାଯାଉଛି । ମନ୍ଦିରଭିତରେ ପ୍ରବେଶ କରିବା ସମୟରେ, ପରିଚୟ ପତ୍ର ର ଯାଞ୍ଚ ସହିତ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯିବା ଅତ୍ୟନ୍ତ ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି
(ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୁଜ ଉପାନ୍ତ ଓଡିଶା )