September 21, 2024

ପଙ୍କଳବାଡ଼ିରେ ନବ ଦିନାତ୍ମକ ମହାଲକ୍ଷ୍ମୀ ପୂଜାରମ୍ଭ

Share

ବୁଗୁଡ଼ା : ବୁଗୁଡ଼ା ବ୍ଲକ ଅନ୍ତର୍ଗତ ପଙ୍କଳବାଡ଼ି ଗ୍ରାମରେ ମାଣବସା ଗୁରୁବାର ଉପଲକ୍ଷେ ନବ ଦିନାତ୍ମକ ମହାଲକ୍ଷ୍ମୀ ପୂଜା ଆରମ୍ଭ ହୋଇଛି l ଗ୍ରାମର ବଡ଼ ଦାଣ୍ଡରେ ମହାଲକ୍ଷ୍ମୀଙ୍କ ମୃଣୟୀ ମୂର୍ତ୍ତି ସାଙ୍ଗକୁ ସୁଦୃଶ୍ୟ ତୋରଣ ନିର୍ମାଣ କରାଯାଇଛି l ଏଥିରେ ପୁରୋହିତ ଭାବେ ସୁକାନ୍ତ କୁମାର ରଥ, ଗୋଦାବରୀଶ ହୋତା, ଶଶାଙ୍କ ଭୂଷଣ ହୋତା ଓ ହାଡୁବନ୍ଧୁ ରଥ ପ୍ରମୁଖ ପୂଜା କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ କର୍ତ୍ତା ଭାବେ ଶତ୍ରୁଘନ ଜେନା ଓ ସୁକାନ୍ତି ଜେନା ଦାୟିତ୍ୱ ତୁଲାଇଛନ୍ତି l ଉକ୍ତ ନବ ଦିନାତ୍ମକ ପୂଜାରେ ପ୍ରତିଦିନ ହୋମ, ସୂର୍ଯ୍ୟ ପୂଜା, ସନ୍ଧ୍ୟା ଆଳତି ସହ ପ୍ରସାଦ ସେବନ କାର୍ଯ୍ୟକ୍ରମ କରା ଯାଉଛି l ପଙ୍କଳବାଡ଼ି ଗ୍ରାମବାସୀଙ୍କ ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ମେଢ଼ ଦେଖିବା ପାଇଁ ଆଖ ପାଖ ଅଞ୍ଚଳର ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଥିବା ଦେଖିବାକୁ ମିଳିଛି l ଏହି ପୂଜା ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ଚାଲିବା ନେଇ ଆୟୋଜକ କମିଟି ପକ୍ଷରୁ ପ୍ରକାଶ ପାଇଛି ।