September 21, 2024

ଷ୍ଟାମ୍ପ ଭେଣ୍ଡର ଅମୂଲ୍ୟ ଦାସଙ୍କ ପରଲୋକ

Share

ବୁଗୁଡ଼ା : ତା ୧୫/୧୨/୨୩ : ବୁଗୁଡ଼ା ଅଞ୍ଚଳର ଜଣେ ଜଣାଶୁଣା ସାମାଜିକ କର୍ମୀ ତଥା ଷ୍ଟାମ୍ପ ଭେଣ୍ଡର ଅମୂଲ୍ୟ ଦାସ(୫୭)ଙ୍କ ଅକାଳ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଗତ ୬ ତାରିଖ ରାତିରେ ଦୁର୍ଘଟଣାର ଶିକାର ହୋଇ ସେ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ଅପରାହ୍ନରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ଏ ଖବର ପହଞ୍ଚିବା ପରେ ବୁଗୁଡାରେ ଶୋକର ଛାୟା ଖେଳିଯାଇଥିଲା । ବୁଗୁଡା ନବଗୁଞ୍ଜର ସାହିସ୍ଥିତ ବାସଭବନରେ ତାଙ୍କର ମୃତ ଶରୀର ପହଞ୍ଚିବା ପରେ ବନ୍ଧୁବାନ୍ଧବ , ସାହି ବାସିନ୍ଦା ଓ ବହୁ ବିଶିଷ୍ଟ ବ୍ଯକ୍ତି ତାଙ୍କର ଅନ୍ତିମ ଦର୍ଶନ ପୂର୍ବକ ଶୋକ ସନ୍ତପ୍ତ ପରିବାର ସମବେଦନା ଜଣାଇଥିଲେ । ସେ ଯୁବାବସ୍ଥାରେ ବିଭିନ୍ନ ସଂଘ ଓ ସଂଗଠନ ସହ ଜଡିତ ରହି ସମାଜସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରି ପ୍ରଶଂସିତ ହୋଇଥିବା ବେଳେ ସଂପ୍ରତି ଷ୍ଟାମ୍ପ୍ ଭେଣ୍ଡର କାର୍ଯ୍ୟ ନିର୍ବାହ ସାଙ୍ଗକୁ ଜଣେ ସାହାଯ୍ୟକାରୀ ବ୍ଯକ୍ତି ଭାବେ ଅଞ୍ଚଳରେ ପରିଚିତ ଥିଲେ ।