September 28, 2026

ବିଜେଡିର ବିରାଟ ମିଶ୍ରଣ ପର୍ବ ଅନୁଷ୍ଠିତ

iuy8it
Share

 

 

ଉମରକୋଟ – ଆଜି ଉମରକୋଟ ବ୍ଲକ ଅନ୍ତର୍ଗତ ବେହେଡ। ଗ୍ରାମ ପଞ୍ଚାୟତ ଅଧୀନ ରେ ଆସୁଥିବା ଭାଲୁ ଗୁଡା ଠାରେ ଶାସକ ବିଜେଡି ଦଳ ର ଏକ ବିରାଟ ମିଶ୍ରଣ ପର୍ବ ଅନୁଷ୍ଠିତ ହେଇଥିଲା। ବେହେଡ। ଗ୍ରାମ ପଞ୍ଚାୟତ ର ବରିଷ୍ଠ ବିଜେପି ନେତା ପିଲା ରାମ ଗଣ୍ଡ ଓ ତାଙ୍କର ବହୁ ସମର୍ଥକ ଆଜି ବିଜେଡି ରେ ଆନୁଷ୍ଠାନିକ ଭାବରେ ମିଶି ଛନ୍ତି। ପିଲା ରାମ ଙ୍କ ବିଜେଡି ରେ ମିଶିବା ଦ୍ୱାରା ବିଜେପି ର ଗଡ଼ କୁହା ଯାଉଥିବା ବେହେଡ। ଗ୍ରାମ ପଞ୍ଚାୟତ ରେ ବିଜେପି କୁ ଶକ୍ତ ଧକ୍କା ଲାଗିଛି।। ପିଲା ରାମ ଙ୍କ ସହ ଲଖୁ ରାମ ଗଣ୍ଡ, ମନବଧ ହରିଜନ, ମଧୁ ଶାନ୍ତ।, ଜଗନ୍ନାଥ ଶାନ୍ତ।, ରଘୁ ରାମ ଗୌଡ଼,
ରଘୁ ନାଥ ହରିଜନ, ଅ।ସମନ ଗଣ୍ଡ, ଲାଖି ନାଥ ଗଣ୍ଡ , ତିହାରୁ ରାଉତ ଓ ଲଖମୁ ଗଣ୍ଡ ପ୍ରମୁଖ ବିଜେଡି ରେ ମିଶିଛନ୍ତି। ନବୀନ ସରକାର ଙ୍କ ଉନ୍ନୟନ ମୁଳକ କାର୍ଯ୍ଯ ଓ ସାଂସଦ ରମେଶ ଚନ୍ଦ୍ର ମାଝୀ ନିର୍ମଳ ଭାବମୂର୍ତ୍ତି ଓ ଅଞ୍ଚଳ ର ଅଂଚଳ ପ୍ରତି ବିକାଶ ରେ ଭୂମିକା ନେଉ ଥିବାରୁ ଏଥିରେ ଅନୁପ୍ର।ଣୀତ ହେଇ ବିଜେଡି ରେ ଯୋଗ ଦେଲୁ ବୋଲି କହିଛନ୍ତି।। ମୁଖ୍ୟ ଅତିଥି ଭାବରେ ରାଜ୍ୟ ଉଠା ଜଳସେଚନ ନିଗମର ରାଜ୍ୟ ଉପ ଦେଷ୍ଟ। ପ୍ରମୋଦ କୁମାର ପାଢ଼ୀ ଯୋଗ ଡେଇ ସମସ୍ତ ନବ।ଗତ ଙ୍କୁ ଦଳୀୟ ଉତ୍ତରୀୟ ଓ ପୁଷ୍ପ ଗୁଛ ଦେଇ ନିମନ୍ତ୍ରଣ କରି ଥିଲେ।। ଏହି ଅବସରରେ ଉମରକୋଟ ବ୍ଲକ ଅଧ୍ୟକ୍ଷା ନବୀନ। ନାୟକ , ଉମରକୋଟ ବ୍ଲକ ବିଯେଡି ମୋନଜ କୁମାର ଧଳ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟ ଉଠା ଜଳସେଚନ ନିଗମର ଉପଦେଷ୍ଟ। ଶ୍ରୀ ପ୍ରମୋଦ କୁମାର ପାଢୀ ଉଦବୋଧନ ଦେଇ ମୂଖ୍ୟମନ୍ତ୍ରୀ ଙ୍କ ର ସମସ୍ତ ଯୋଜନା ଯେମିତି ପ୍ରତି ଟି ଲୋକ ଙ୍କ ନିକଟରେ ପହଞ୍ଚିବ ସେଥି ପାଇଁ ଉଦ୍ୟମ ଆରମ୍ଭ କରିବା ପାଇଁ ଆହ୍ଵାନ ଦେଇ ଥିଲେ। ଏଥି ପୂର୍ବରୁ ମୋ ଓଡ଼ିଶା ନବିନ ଓଡ଼ିଶା କାର୍ଯ୍ୟକ୍ରମ ରେ ବେହେଡ। ପଞ୍ଚାୟତ ର ୧୦ ଟି ଗ୍ରାମ ରେ ମିଶନ ଶକ୍ତି ଗୃହ ଓ ଗାୟତ୍ରୀ ମନ୍ଦିର ର ଭିତ୍ତି ପ୍ରସ୍ତର ସ୍ଥାପନ କରା ଯାଇଥିଲା।(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)