April 28, 2026

ଅଖିଳ ଭାରତ ଗ୍ରାମୀଣ ଡାକ ସେବା ସଂଘର ଧର୍ମ ଘଟ

767868
Share

 

ଉମରକୋଟ – ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘ, ନେସନାଲ ୟୁନିୟନ ଗ୍ରାମୀଣ ଡାକ ସେବକ ସଂଘ ,ଓ କୋରାପୁଟ ଡିଭିଜିନାଲ ବ୍ରାଞ୍ଚ ଗ୍ରାମୀଣ ଡାକ ସେବକ ସଂଘ ର ଡାକରା କ୍ରମେ ଉମରକୋଟର ସବ ପୋଷ୍ଟ ଅଫିସ ଅଧୀନରେ କାର୍ଯ୍ୟରତ ଥିବା ସମସ୍ତ ଗ୍ରାମୀଣ ଡାକ ସେବକ ମାନେ କେନ୍ଦ୍ର ସଂଘର ନିର୍ଦ୍ଧେଶ କ୍ରମେ ଓ ଉମରକୋଟ ଗ୍ରାମୀଣ ଡାକ ସେବକ ସଂଘର ସଭପତି ଶ୍ରୀ ଦେବରାଜ ଦ।ଶ ଓ ସମ୍ପାଦକ ଶ୍ରୀ ସହଦେଵ ହରିଜନ ନେତୃତ୍ୱରେ ଗତ ୧୨ ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ ଡାକରା ଦେଇ ଅଫିସ ଆଗରେ ଧାରଣାରେ ବସିଛନ୍ତି।କେନ୍ଦ୍ର ସରକାରଙ୍କ ଦୋମୁହାଁ ନୀତିକୁ ବିରୋଧ କରି ଡାକ ସେବକ ମାନେ ଏହି ଧାରଣାରେ ବସିଛନ୍ତି।ସେମାନଙ୍କ ମୁଖ୍ୟ ଦାବି ଗୁଡିକ ହେଲା, ଗ୍ରାମ୍ୟ ଡାକ ସେବକ ମାନଙ୍କର କାର୍ଯ୍ୟ ସମୟ ସୀମାକୁ ଆଠ ଘଣ୍ଟାକୁ ବର୍ଦ୍ଧିତ କରାଯାଉ ଓ ବିଭାଗର ଅନ୍ୟ କର୍ମଚାରୀ ମାନଙ୍କୁ ମିଳୁଥିବା ସମସ୍ତ ସୁବିଧା ସହ ପେନସନ ଲାଗୁ କରାଯାଉ।2,କମଲେସ ଚନ୍ଦ୍ରା କମିଟି ସୁପାରିଶ କରିଥିବା ସମସ୍ତ ସକାରାତ୍ମକ ରିପୋର୍ଟ ଶୀଘ୍ର ଲାଗୁ କରା ଯାଉ।3,ପ୍ରତୀ ବାର ବର୍ଷ ରେ ଆର୍ଥିକ ପଦନ୍ନତି ଶୀଘ୍ର ଲାଗୁ କରାଯାଉ।4,ଗ୍ରାମ୍ୟ ଡାକ ସେବକ ମାନଙ୍କୁ ପେନସନ ଓ ଗ୍ରାଚୁଟି ସେଭରାନ୍ସ ଆଲଉଁଶ ପାଞ୍ଚ ଲକ୍ଷ ଟଙ୍କା ପ୍ରଦାନ କରାଯାଉ ଏବଂ ଟାର୍ଗେଟ ନାଁ ରେ ଅଧିକାରୀଙ୍କର ଜୁଲମ ବନ୍ଦ କରାଯାଉ ।ଏହି ପାଞ୍ଚ ଗଟି ଦାବିକୁ ନେଇ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ କୁ ଓଲାହିଛନ୍ତି।ଏହି ଧର୍ମଘଟରେ ପ୍ରମାନନ୍ଦ ମିର୍ଧା, ସନପତ ଗିଣ୍ଡ,ତେଜୁରାମ ସତନାମୀ, ଜଳଧର ଭତ୍ରା, ଦିଲୀପ ମିର୍ଧା,ଗୌରୀ ମହାରଣା,ସୁଭାସ୍ମିତା ରଥ, ଗୀତା ରାଣୀ ପଟ୍ଟନାୟକ,ଶିବ ମାଝୀ, ପ୍ରିୟ ଦର୍ଶନୀ ଜେନା, ଚନ୍ଦ୍ର କାନ୍ତ ବିଶ୍ୱାଳ, ପବିତ୍ର ମଲ୍ଲିକ, ଶ୍ରୀଧର ମାଝୀ, ପ୍ରିୟଙ୍କା ପ୍ରଧାନ, ଟିଙ୍କୁ ଧର ପୂଜାରୀ, ମହେନ୍ଦ୍ର ଭତ୍ରା ଙ୍କ ସହ ଅନ୍ୟ ଗ୍ରାମୀଣ ଡାକ ସେବକ ସଂଘର ଅନ୍ୟ ସଭ୍ୟ ମାନେ ଧର୍ମଘଟ ଡାକରା ସାମିଲ ଥିଲେ।

(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)

 

You may have missed