ଗୁଣୁପୁର ରେ ଇଡିତାଲ ଚଇତି କେବେ ? ଦ୍ଵନ୍ଦରେ ଅଞ୍ଚଳବାସୀ !
ଗୁଣୁପୁର ରେ ଇଡିତାଲ ଚଇତି କେବେ ? ଦ୍ଵନ୍ଦରେ ଅଞ୍ଚଳବାସୀ !
ଗୁଣୁପୁର,- (ସୁରେନ୍ଦ୍ର ମହାନ୍ତି )ସ୍ଥାନୀୟ ଅଞ୍ଚଳର କଳା ସଂସ୍କୃତି ର ପ୍ରଚାର ପ୍ରସାର ତଥା ଲୁକ୍କାୟିତ ପ୍ରତିଭାର ବିକାଶ ପାଇଁ ପ୍ରତ୍ୟେକ ଜିଲ୍ଲାରେ ସାଂସ୍କୃତିକ ଉତ୍ସବ ମହୋତ୍ସବ ସରକାରୀ ସ୍ତରରେ ଆୟୋଜିତ ହେଇ ଆସୁଛି । ରାୟଗଡା ଜିଲ୍ଲା ସ୍ତରରେ ୨୬ ଡିସେମ୍ବର ରୁ ୩୦ ଡିସେମ୍ବର ପର୍ଯ୍ୟନ୍ତ ଚଇତି ଅନୁଷ୍ଠିତ ହେବ । ସେହିଭଳି ଗୁଣୁପୁର ଉପଖଣ୍ଡ ରେ ୨୧ ଡିସେମ୍ବର ରୁ ୨୩ ଡିସେମ୍ବର ପର୍ଯ୍ୟନ୍ତ ଇଡିତାଲ ଚଇତି ଅନୁଷ୍ଠିତ ହେବା ନେଇ ଆୟୋଜକ କମିଟି ରେ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା । ଏହି ତାରିଖ ଘୋଷଣା ପରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ହଠାତ ରାୟଗଡା ଜିଲ୍ଲାପାଳଙ୍କ ଏକ ଚିଠି ବର୍ତ୍ତମାନ ଦ୍ଵନ୍ଦ ସୃଷ୍ଟି କରିଛି । ଚିଠିରେ ଜିଲ୍ଲାର ପ୍ରତ୍ୟେକ ବିଡିଓ ଙ୍କୁ ବ୍ଲକ୍ ସ୍ତରରେ ଚଇତି ପାଳନ କରିବାକୁ ତାରିଖ ଧାର୍ଯ୍ୟ କରାଯାଇଛି । ଗୁଣୁପୁର ଠାରେ ୨୨ ଓ ୨୩ ତାରିଖରେ ଚଇତି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଜିଲ୍ଲାପାଳ ମହୋଦୟା କଣ କମିଟିର ନିଷ୍ପତ୍ତି ସମ୍ପର୍କରେ ଅବଗତ ହୋଇ ନାହାଁନ୍ତି ନା ଅବଗତ ଥାଇ ବି ଏପରି ବିଭ୍ରାଟ ମୂଳକ ନିର୍ଦ୍ଦେଶନାମା ଜାରୀ କରିଛନ୍ତି ତାହା ବଡ଼ ପ୍ରଶ୍ନବାଚୀ । ପ୍ରତ୍ୟେକ ବର୍ଷ ଗୁଣୁପୁର ଠାରେ ୩ ଦିନ ଧରି ଏହି ଉତ୍ସବ ଅନୁଷ୍ଠିତ ହୋଇ ଆସୁଥିଲା ବେଳେ ଏହି ଚିଠି ସମସ୍ତଙ୍କୁ ଦ୍ଵନ୍ଦରେ ପକାଇଛି । ଏହି କଥାରୁ ସ୍ପଷ୍ଟ ଯେ ପ୍ରଶାସନ ସ୍ତରରେ ମଧ୍ୟ ସମନ୍ୱୟ ଅଭାବ ରହିଛି । ତେଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ସ୍ପଷ୍ଟୀକରଣ ଦେବାକୁ ଦାବି ହେଉଛି ।