September 21, 2024

ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ର ଏବଂ ଏହାର ସଭାନେତ୍ରୀ ମୀନା ମହାରଣା ସ୍ବତନ୍ତ୍ର ଭାବେ ସମ୍ମାନିତ

Share


ଗତ ନଅ ତାରିଖ ସ୍ଥାପନା ଚେରିଟେବଲ ଟ୍ରଷ୍ଟ ଆନୁକୂଲ୍ୟରେ ଅନୁଷ୍ଠିତ “ମିଟି କା ଗୁମାନ ସମାରୋହ-2023” ଉପଲକ୍ଷେ ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ର, ସୁବର୍ଣ୍ଣପୁରକୁ ପ୍ରଶଂସାଯୋଗ୍ୟ ସମାଜସେବା ପାଇଁ ସମ୍ମାନିତ କରାଯିବାସହ ଏହାର ସଭାନେତ୍ରୀ ପ୍ରାଧ୍ୟାପିକା ମୀନା ମହାରଣାଙ୍କୁ ସମାଜସେବା କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ନିମନ୍ତେ ‘ସ୍ବପ୍ନ ବିନୋଦିନୀ’ ଗୌରବାବହ ରାଜ୍ୟ ସ୍ତରୀୟ ସମ୍ମାନରେ ସମ୍ମାନିତ କରାଯାଇଥିଲା I ଏହି ସମାରୋହ ସଭାରେ ସମ୍ବଲପୁର ବିଶ୍ବ ବିଦ୍ୟାଳୟ କୁଳପତି ଡ. ବିଧୁଭୂଷଣ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଟ୍ରଷ୍ଟର ସଂସ୍ଥାପିକା ଶ୍ରୀମତୀ ନିବେଦିତା ନାୟକ ଅଧ୍ୟକ୍ଷତା କରିଥିଲେ I ଏହି କାର୍ଯ୍ୟକ୍ରମରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ଏଥିରେ ଏକ ହଜାରରୁ ଉର୍ଦ୍ଧ୍ବ ନର ନାରୀ , କଳାକାର, ଶିଳ୍ପୀ ଆଦି ଯୋଗ ଦେଇଥିଲେ I ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ର ତରଫରୁ ସଭାନେତ୍ରୀ ମୀନା ମହାରଣାଙ୍କ ସହ ସଂପାଦିକା ମଂଜୁଳା ମିଶ୍ର, ଉପ ସଭାପତି ଭଗବତୀ ରାୟଗୁରୁ, ଉର୍ମିଳା ସାହୁ, ଇନ୍ଦୁମତି ପୁରୋହିତ , ମଂଜୁଲତା ଝାଁକର , ଆରତୀ ଖମାରି, ଗୀତା ବହିଦାର, ପଙ୍କଜିନୀ ସାହୁ, ଶ୍ରଦ୍ଧାଞ୍ଜଳି ମିଶ୍ର, ସୁନୀତା ମିଶ୍ର, ବାସନ୍ତୀ ପାତ୍ର, ପ୍ରଦୀପ ବଣ୍ଡକି ପ୍ରମୁଖ ଯୋଗ ଦେଇ ସମ୍ମାନ ଗ୍ରହଣ କରିଥିଲେ I