September 21, 2024

ଗଜପତି:- ବିକଶିତ ଭାରତ ସଂକଳ୍ପ ଯାତ୍ରା-୨୦୨୩ ଅବସର’ରେ କତଲକଇଠା ଏବଂ ଖରସଣ୍ଡା ପଞ୍ଚାୟତ’ରେ ବିଭିନ୍ନ କେନ୍ଦ୍ରୀୟ ଯୋଜନା ଉପରେ ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ

Share


———————————————
ଗଜପତି ଜିଲ୍ଲାରେ କେନ୍ଦ୍ର ସରକାର’ଙ୍କ ପ୍ରାୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରା-୨୦୨୩ ସଚେତନତା ରଥ ଆଜି ୩-ୟ ପର୍ଯ୍ୟାୟ’ରେ ଗୋଷାଣୀ ବ୍ଲକ’ର କତଲକଇଠା ଏବଂ ଖରସଣ୍ଡା ପଞ୍ଚାୟତ’ରେ ବିଭିନ୍ନ କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ସଚେତନ କରାଯାଇଛି।
ଏହି ବିକଶିତ ଭାରତ ସଂକଳ୍ପ ଯାତ୍ରା ସଚେତନତା ରଥ ପ୍ରଥମେ କତଲକଇଠା ପଞ୍ଚାୟତ’ରେ ପହଞ୍ଚିବା ପରେ ସେଠାରେ ଉପସ୍ଥିତ ଥିବା ବିଭିନ୍ନ ବିଭାଗୀୟ ଅଧିକାରୀ , ପଞ୍ଚାୟତ ଜନ ପ୍ରତିନିଧି ଏବଂ ବିଭିନ୍ନ ସ୍ତରର ଶତାଧିକ ମହିଳା ହୁଳହୁଳି ସହ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଥିଲା ।
ଏହି ଅବସର’ରେ ପଞ୍ଚାୟତ କାର୍ଯ୍ୟାଳୟ ପରିସର’ରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।  କାର୍ଯ୍ୟକ୍ରମ’ରେ ବ୍ଲକ୍ ଅଧ୍ୟକ୍ଷା ଶ୍ରୀ ଏନ: ବୀରରାଜୁ , ବିଡ଼ିଓ ଶ୍ରୀ ଅଜୟ କୁମାର ପ୍ରଧାନ , ସରପଞ୍ଚ ଶ୍ରୀ ଏସ ଲିଙ୍ଗରାଜ , ନୋଡାଲ ଅଧିକାରୀ ଶ୍ରୀ ବିନୋଦ ଗୌଡ଼ , ଡ୍ରୋନ ପ୍ରତିନିଧି ଓମିତା ପାତ୍ର ପ୍ରମୁଖ ମଞ୍ଚାସିନ ହୋଇ କେନ୍ଦ୍ର ସରକାର’ଙ୍କ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କେନ୍ଦ୍ରୀୟ ଯୋଜନା ଯଥା: ଆୟୁଷ୍ମାନ ଭାରତ , ପିଏମ କିସାନ , ପିଏମ ଆବାସ , ଉଜ୍ଜଲା ଯୋଜନା , ସ୍ଵଚ୍ଛ ଭାରତ ଶୌଚାଳୟ , ଜଳ ଜୀବନ ମିଶନ ପ୍ରଭୃତି ଯୋଜନା ଉପରେ ସଚେତନ କରାଇ ତାର ସଫଳତା ସଂପର୍କରେ ଉପସ୍ଥିତ ସମସ୍ତ’ଙ୍କୁ ଅବଗତ କରାଇବା ସହ ଯୋଜନା’ର ଲାଭ କିଭଳି ତୃଣମୂଳ ସ୍ତରରେ ହିତାଧିକାରୀ’ଙ୍କ ଦ୍ଵାରା ଉଠା ଯାଇପାରିବ ସେ ସମ୍ପର୍କରେ କହିଥିଲେ ।
ଏହି ଅବସର’ରେ ଉପସ୍ଥିତ ସମସ୍ତ’ଙ୍କୁ ନେଇ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ସଚେତନତା ସଂକଳ୍ପ ଯାତ୍ରା ରଥ’ରେ ଲାଗିଥିବା ଏଲଇଡି: ର କ୍ଷୁଦ୍ର ଚଳଚ୍ଚିତ୍ର ମାଧ୍ୟମରେ ଉପସ୍ଥିତ ସମସ୍ତ’ଙ୍କୁ ବିଭିନ୍ନ କେନ୍ଦ୍ରୀୟ ଯୋଜନା ଉପରେ ପ୍ରଦର୍ଶିତ କରା ଯାଇଥିଲା ।
ସେହିଭଳି କେନ୍ଦ୍ରୀୟ ଯୋଜନା’ର ଉତ୍ତମ ହିତାଧିକାରୀ ଭାବେ ଚୟନ ହୋଇଥିବା ୩ ଜଣଙ୍କୁ ଉପଢୌକନ ଦେଇ ସମ୍ମାନିତ କରା ଯାଇଥିଲା ।
ଶେଷରେ ଡ୍ରୋନ ମାଧ୍ୟମରେ ଚାଷ ଜମିରେ କିଭଳି ସାର , କୀଟନାଶକ ଔଷଧ ଓ ସାର ପ୍ରଭୃତି ପକାଇବା କ୍ଷେତ୍ରରେ ବ୍ୟବହାର କରିବାକୁ ହେବ , ତାହା ଚାଷ ଜମି ଠାରେ ପ୍ରଦର୍ଶନ କରା ଯାଇଥିଲା ।
ସେହିଭଳି ଖରସଣ୍ଡା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମଧ୍ୟ ଅନୁରୂପ ଭାବେ ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେଠାରେ ପିଇଓ: ଶ୍ରୀ ଜାକୋବ ଗମାଙ୍ଗ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ କାର୍ଯ୍ୟକ୍ରମ ଅବସର’ରେ ସେଠାରେ ଉଜ୍ଜଲା ଯୋଜନା ହିତାଧିକାରୀ ମାନଙ୍କ ଆଧାର-ଲିଙ୍କ ବାୟୋମେଟ୍ରିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା ।
ଏହି ଅବସର’ରେ ବିଭିନ୍ନ କେନ୍ଦ୍ରୀୟ ଯୋଜନା’ର କତଲକଇଠା ପଞ୍ଚାୟତ’ର ୩ ଜଣ ହିତାଧିକାରୀ ଯଥା:- କତଲକଇଠା ଗ୍ରାମ’ର ଜଗନ୍ନାଥ ପଣ୍ଡା – ପିଏମ କିସାନ ଯୋଜନା ସମ୍ପର୍କରେ , କତଲକଇଠା ଗ୍ରାମ’ର ଏନ: ନିରଞ୍ଜନ – ପିଏମ: ଆବାସ ଯୋଜନା ସମ୍ପର୍କରେ , ଯାଜପୁର ଗ୍ରାମ’ର ଉମା ଆପଟ-ପିଏମ: ସ୍ଵଚ୍ଛ ଭାରତ ମିଶନ ଶୌଚାଳୟ ସମ୍ପର୍କରେ ଏବଂ ସେହିଭଳି ଖରସଣ୍ଡା ପଞ୍ଚାୟତ ଖରସଣ୍ଡା ଗ୍ରାମ’ର ନର୍ମଦା ରାଉଳ ପିଏମ ଉଜ୍ଜଲା ଯୋଜନା ସମ୍ପର୍କରେ ଓ ଚନ୍ଦ୍ର ଶେଖର ଘାଣ୍ଟା ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ସମ୍ପର୍କରେ ପ୍ରଭୃତି କିଭଳି ସେମାନେ ଏହି କେନ୍ଦ୍ରୀୟ ଯୋଜନା ପାଇ ଉପକୃତ ହେଉଛନ୍ତି , ସେ ସମ୍ପର୍କରେ କହି କେନ୍ଦ୍ର ସରକାର’ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ।
ସେହିଭଳି ବିଭିନ୍ନ କେନ୍ଦ୍ରୀୟ ଯୋଜନା’ର ୩ଜଣ ହିତାଧିକାରୀ ‘ଙ୍କୁ ଉପଢୌକନ ଦେଇ ସମ୍ମାନିତ କରା ଯାଇଥିଲା ।
ସଭା କାର୍ଯ୍ୟକ୍ରମ’କୁ ଗୋଷାଣୀ ବ୍ଲକ୍ ଭାରପ୍ରାପ୍ତ ଜିପିଇଓ: ତଥା କାର୍ଯ୍ୟକ୍ରମ ନୋଡାଲ ଅଧିକାରୀ ଶ୍ରୀ ବିନୋଦ ଗୌଡ଼ ସଂଯୋଜନା କରିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମ’କୁ ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ) ଶ୍ରୀ ମଧୁ ପୋଲାକି ଏବଂ ପଞ୍ଚାୟତ ନୋଡାଲ ଅଧିକାରୀ ଶ୍ରୀ ଲାବଣ୍ୟ ରଇତ ପରିଚାଳନା ଓ ସହଯୋଗ କରିଥିଲେ
———————————————-
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି(ଗଜପତି)
———————————————-