September 21, 2024

ସୁରାଟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ,ଗାଁରେ ଶୋକାକୁଳ ପରିବେଶ 

Share


ବୁଗୁଡା  ୭/୧୨/୨୩ ବୁଗୁଡା ବ୍ଳକ ଅନ୍ତର୍ଗତ ତାକରଡା ଗାଁର ଜଣେ ଯୁବକ ସୁରାଟ ସହରକୁ ଦାଦନ ଖଟିବାକୁ ଯାଇଥିବା ବେଳେ ମଙ୍ଗଳବାର ଦିନ ଅକସ୍ମାତ ତାଙ୍କର ମୃତ୍ୟୁ ହୋଇଥିବାର ଜଣାଯାଇଛି।ଯୁବକ ଜଣଙ୍କ ହେଲେ ତାକରଡା ଗାଁର ବଳରାମ ନାୟକ (୨୪)।ବଳରାମ ଆଜକୁ ପ୍ରାୟ ୮
ବର୍ଷ ହେବ ନିଜ ପରିବାରର ଭରଣ ପୋଷଣ ପାଇଁ ସୁରାଟ ସହରର ଏକ ସୂତାକଳରେ କାମ କରି ଆସୁଥିଲେ। ତେବେ ଗତ କାଲି ଅର୍ଥାତ ମଙ୍ଗଳବାର ଦିନ ୧୨ ଘଣ୍ଟ ସମୟରେ ବଳରାମଙ୍କ ହଠାତ୍ ପେଟ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ତେଣୁ ତାଙ୍କ ସାଙ୍ଗ ସାଥୀ ତୁରନ୍ତ ନିକଟସ୍ଥ ମେଡିକାଲକୁ ନେଇଥିଲେ।କିନ୍ତ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏପରିକି ସେଠାରେ ତାଙ୍କର ବିଜୁ ସ୍ବାସ୍ଥ୍ୟକାର୍ଡ ମଧ୍ଯ କୈଣସି କାମରେ ଆସିନଥିଲା। ବଳରାମଙ୍କ ଅଚାନକ ଦୁଃଖଦ ମୃତ୍ୟୁ ଖବର ଗାଁରେ ପହଞ୍ଚିଲା ପରେ ଏହାକୁ ସହଜରେ ପରିବାର ଲୋକେ ଓ ଗ୍ରାମବାସୀ ଗ୍ରହଣ କରିପାରିଲେ ନାହିଁ। ଛୁଆ ଠାରୁ ବୁଢା ପର୍ଯ୍ୟନ୍ତ ଆବାଳ ବୃଦ୍ଧ ବନିତାଙ୍କ କାନ୍ଦ ବୋବାଳିରେ ଗାଁରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଭେଣ୍ଡିଆ ପୁଅର ଅକସ୍ମାତ ମୃତ୍ଯୁରେ ମା ର ଆଖିର ଲୁହ ଶୁଖୁନାହିଁ। ବଳରାମଙ୍କୁ ହରାଇ ଝୁରୁଛି ସାରା ଅଞ୍ଚଳ। ବଳରାମ ଥିଲେ ଜଣେ କଳାକାର, ସମାଜିକ କର୍ମି, ସ୍ବେଚ୍ଛାସେବୀ ଓ ପରୋପକାରୀ ଯୁବକ।ଗୋପବନ୍ଧୁ ଚାରିଟେବୁଲ ଟ୍ରଷ୍ଟର ସଦସ୍ଯ ଭାବେ ବିଭିନ୍ନ ଲୋକ ହୀତକର କାର୍ଯ୍ୟ କରି ସେ ସମସ୍ତଙ୍କ ଶ୍ରଦ୍ଧା ଭାଜନ ହୋଇ ପାରିଥିଲେ। ଯୁବ ସ୍ବେଚ୍ଛାସେବୀ ବଳରାମଙ୍କ ମୃତ୍ଯୁରେ ସରପଞ୍ଚ ଦିଲ୍ଲୀପ କୁମାର ପ୍ରଧାନ ଗଭୀର ଶୋକ ପ୍ରକାଶ କରିବା ସହିତ ତାଙ୍କ ଶୋକାକୁଳ ପରିବାରଙ୍କ ଘରକୁ ଯାଇ ସମବେଦନା ଜ୍ଞାପନ  କରିଥିଲେ।