October 23, 2026

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଓ ରାଜନୀତିକରଣ ପ୍ରତିବାଦରେ ବିଜେପି ତରଫରୁ କେନ୍ଦ୍ରାପଡ଼ା ବ୍ଲକ ଘେରାଉ

IMG-20230211-WA0006
Share

 

କେନ୍ଦ୍ରାପଡ଼ା

ପ୍ରଧାନମନ୍ତ୍ରୀ ମୋଦିଜୀ ୨୦୨୨ ସୁଦ୍ଧା ସବୁ ଗରିବଙ୍କ ମୁଣ୍ଡ ଉପରେ ଛାତ ଘର ଯୋଗାଇ ଦେବା ପାଇଁ ପ୍ରତିଶୃତି ଦେଇଥିଲେ l ରାଜ୍ୟ ସରକାରଙ୍କ ଦାବୀ ମୁତାବକକେନ୍ଦ୍ର ସରକାର 27ଲକ୍ଷ ପ୍ରତିବଦଳରେ ପାଖାପାଖି 28ଲକ୍ଷ ଆବାସ ଯୋଗାଇ ଦେଇଛନ୍ତି l କିନ୍ତ ପ୍ରତି ପଞ୍ଚାୟତରେ ଲଗା ଯାଇଥିବା ତାଲିକାରେ ବ୍ୟାପକ ଅନିୟମିତତା ଓ ପକ୍ଷପାତିତା କରାଯାଇଛି l ଦଳୀୟ ନେତା ଓ ଅଫିସରଙ୍କ ସଲାସୁତୁରାରେ ଅଯୋଗ୍ୟ ତଥା ଶାସକ ଦଳର ଦଳୀୟ କର୍ମୀମାନଙ୍କ ନାମ ରଖାଯାଇ ଯୋଗ୍ୟ ତଥା ଗରିବ ହିତାଧିକାରୀଙ୍କୁ ଉପେକ୍ଷା କରାଯାଇ ଥିବାର ଦାବୀ କରି କେନ୍ଦ୍ରାପଡ଼ା ବିଜେପି ତରଫରୁ ବ୍ଲକ ଅଫିସ ଘେରାଉ କରାଯାଇଛି l ସ୍ଥାନୀୟ ସାନ୍ତସାହି ଠାରୁ ବ୍ଲକ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରାରେ ଆସି ଜିଲ୍ଲା ଉପସଭାପତି ତଥା ନିର୍ବାଚନ ମଣ୍ଡଳୀ ସଂଯୋଜକ ଉପିନ କୁମାର ରାଉତଙ୍କ ସଂଯୋଜନାରେ ଆୟୋଜିତ ବିକ୍ଷୋଭରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଷ୍ଣୁ ଦାସ,ସୁନାକର ବେହେରା,ଦୁର୍ଯ୍ୟୋଧନ ସାହୁ,ଜିଲ୍ଲା ସାଧାରଣ ସମ୍ପାଦକ ଅଭିମନ୍ୟୁ ଗୋଛାୟତ, ଜିଲ୍ଲା ଉପସଭାପତି ଗଗନ ବିହାରୀ ସାହୁ, ସମ୍ପାଦକ ଅମିତାଭ ସୁଆର,ମିଡ଼ିଆ ସେଲ ପ୍ରମୁଖ ନେହେରୁ ସାହୁ,ମଣ୍ଡଳ ସଭାପତି ଉମାକାନ୍ତ ନାୟକ, ମଦନ ମୋହନ ବେହେରା, ଦୟାନିଧି ବଳ, ଶଶାଙ୍କ ଶେଖର ସେଠୀ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାର ଓ ବ୍ଲକ ପ୍ରଶାସନ ବିରୋଧରେ ବର୍ଷିଥିଲେ l ଆଗାମୀ ଦିନରେ ସଠିକ ତଦନ୍ତ କରି ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେଇ ପ୍ରକୃତ ଯୋଗ୍ୟ ହିତାଧିକାରୀ ତାଲିକା ପ୍ରକାଶ କରି ଆବାସ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ବିଡ଼ିଓ ଅନିରୁଦ୍ଧ ବେହେରାଙ୍କୁ ପ୍ରଦାନ କରିଥିଲେ l ଘେରାଉ ସମୟରେ ବ୍ଲକ କାର୍ଯ୍ୟାଳୟରେ ଶଙ୍ଖଚି଼ହ୍ନ ଥାଇ ଏକ ବ୍ୟାନର ଲଗା ଯାଇଥବାରୁ ଦଳୀୟ କର୍ମୀମାନେ ଘୋର ଅସନ୍ତୋଷ ପ୍ରକାଶ କରି ପଦ୍ମଫୁଲ ଥିବା ଏକ ବ୍ୟାନର ଜୋର ଜବରଦସ୍ତ ଲଗାଇଥିଲେ l ଏହି ସମୟରେ ସାମାନ୍ୟ ଉତ୍ତେଜନା ଦେଖା ଯାଇଥିଲା l ଏହି କାର୍ଯ୍ୟକ୍ରମକୁ ବିଚିତ୍ର ପ୍ରଧାନ, ବଳରାମ ବେହେରା, ରଞ୍ଜନ ରାଉତ, ନାରାୟଣ ପ୍ରସାଦ ସିଂ, ଲକ୍ଷ୍ମୀକାନ୍ତ ସାହୁ, ରଞ୍ଜନ ରାଉତ , ପୁରୁଷୋତ୍ତମ ଦାଶ, ରଶ୍ମିରଂଜନ ରାଉତ,ବନ୍ଦନାରାଣୀ ରାଉତରାୟ, ଝିଲ୍ଲୀ ଦାସ, ସୁମିତ୍ରା ସାମଲ, ଜ୍ଞାନରଞ୍ଜନ ପ୍ରଧାନ,ଚିତ୍ତରଞ୍ଜନ ସ୍ୱାଇଁ, ହରେକୃଷ୍ଣ ରାୟ,ବାଦଲ ମଲିକ, ପ୍ରମୁଖ ପରିଚାଳନା କରିଥିଲେ l

*ରିପୋର୍ଟ ଗୋକୁଳ ଆଚାର୍ଯ୍ୟ*

You may have missed