September 21, 2024
Share

*🌼ଖବର ଆଜିର*
*ତାରିଖ ୦୨/୧୨/୨୩, ଶନିବାର🌼*

୧-ଜାନୁୟାରୀ ୨ରୁ ୨୦୨୪ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା।ଥିଓରୀ ପରୀକ୍ଷା ୨୦୨୪ ଫେବୃୟାରୀ ୧୬ରୁ ଆରମ୍ଭ ହେବା ସମ୍ଭାବନା।

୨-ବଡ଼ଦାଣ୍ଡରେ ଭକ୍ତଙ୍କ ପାଇଁ କରାଯିବ ଶୀତତାପ ନିୟନ୍ତ୍ରଣ ବ୍ୟାରିକେଡ।

୩-ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଲେ ୪ ଓଡ଼ିଆ ଶ୍ରମିକ, ପାଇଲେ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା।

୪-ଆୟ ବହିର୍ଭୁତ ସମ୍ପତ୍ତି ମାମଲାରେ ଜେଲ ଗଲେ ସହକାରୀ ଯନ୍ତ୍ରୀ ସୁନୀଲ ପାଢ଼ୀ।

୫-ଡିସେମ୍ବର ୩୧ ସୁଦ୍ଧା ସରିବ ବରମୁଣ୍ଡା ବସ୍ ଟର୍ମିନାଲ୍, ଗ୍ରାଉଣ୍ଡରେ ସ୍ଥିତି ପରଖିଲେ ଫାଇଭ୍ ଟି ଅଧ୍ୟକ୍ଷ ଭି. କେ ପାଣ୍ଡିଆନ୍।

୬-ଭୁବନେଶ୍ୱର:ଜଳଖିଆ ଦୋକାନୀ ସସ୍ମିତା ବେହେରା ହତ୍ୟା ମାମଲା, ଘୁଗୁନି ଦେଲେନି ବୋଲି ମାରିଦେଲା

୭-ଗୁଣପୁର:ମହାରାଷ୍ଟ୍ରୁ ଓଡିଶା ଚାଲି ଚାଲି ଆସିଛି ମହାବଳ ବାଘ – ଖାଇଗଲା ମଇଁଷି ଛୁଆ

୮-ଭୁବନେଶ୍ୱର: ଘରୋଇ ଓ ମାନ୍ୟତା ପ୍ରାପ୍ତ ବିଶ୍ବବିଦ୍ୟାଳୟ କୁଳପତି ସମ୍ମିଳନୀ; ପ୍ରାସଙ୍ଗିକ ପାଠ୍ୟକ୍ରମ ପ୍ରଚଳନକୁ ଗୁରୁତ୍ୱ।

୯-ଯାଜପୁର ଜିଲ୍ଲାରେ ଆରମ୍ଭ ହେଲା ରାଜ୍ୟର ପ୍ରଥମ ମିଶନ ଶକ୍ତି ସିନେମା ହଲ୍।

୧୦-ବ୍ରହ୍ମପୁର: ବିବାହ ପ୍ରସ୍ତାବ ମହଙ୍ଗା ପଡିଲା;୪ଲକ୍ଷ ଠକିନେଲେ ପୁରୀର ଯୁବତୀ।

୧୧-ଜିରୋ ଫାଟାଲିଟି ୱିକ୍ ଆରମ୍ଭରୁ ମୃତ୍ୟୁ ବିଭୀଷିକା, ୪ ଦୁର୍ଘଟଣାରେ ଅକାଳରେ ଗଲା ୧୧ ଜୀବନ।

୧୨-ଯଶିପୁର:ହଟିଲା ଅବରୋଧ, ସୋମବାରରୁ ଖୋଲିବ ଶିମିଳିପାଳ।

୧୩-ଝାରସୁଗୁଡା ଲଖନ୍‌ପୁରରେ ପ୍ରତିଷ୍ଠା ହେବ ITI, ୨୪.୪୮ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ।

୧୪-ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ରାଜ୍ୟରେ ବର୍ଷା ଆଶଙ୍କା । ୩ରୁ ୬ ତାରିଖ ଯାଏଁ ବର୍ଷା ସମ୍ଭାବନା।

୧୫-ସୁବର୍ଣ୍ଣପୁର:ମୁକୁଳା ବୋରୱେଲରେ ପଡ଼ି ବୃଦ୍ଧାଙ୍କ ମୃତ୍ୟୁ ଘଟଣା: ଆଠ ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ।

୧୬-ପାରାଦୀପ: ଜାହାଜରୁ ଜବତ ହୋଇଥିବା ୨୨ ପ୍ୟାକେଟରେ ଥିଲା କୋକେନ୍‌, ମୂଲ୍ୟ ପ୍ରାୟ ୨୨୦ କୋଟି।

୧୭-ଅଧା ରହିଗଲା ତାରିଣୀ ଦର୍ଶନ । ଘଟଗାଁ ବାଲିଯୋଡିରେ ଟ୍ରକ ପଛକୁ ଧକ୍କା ଦେଲା ଟ୍ରାଭେଲର, ୮ ମୃତ ୧୬ ଜଣଙ୍କର ଚାଲିଛି ଚିକିତ୍ସା।

୧୮-ଦୁବାଇରେ ଆୟୋଜିତ ବିଶ୍ୱ ଜଳବାୟୁ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ । ମୋଦୀ କହିଲେ, ଜଳବାୟୁ ପରିବର୍ତନ ସମସ୍ୟା ମୁକାବିଲା ଆବଶ୍ୟକ ମିଳିତ ସହଯୋଗ।

୧୯-ବଡ଼ପରଦାରେ ବିଗ୍ ଫାଇଟ୍ । ଆନିମଲ ବନାମ ସାମ୍ ବାହାଦୂର।

୨୦-ଚତୁର୍ଥ ଟି-୨୦: ମ୍ୟାଚ୍‌ ଜିତି ସିରିଜ କବ୍‌ଜା କଲା ଭାରତ, ୨୦ ରନ୍‌ରେ ହାରିଲା ଅଷ୍ଟ୍ରେଲିଆ।

୨୧-ଯୁଦ୍ଧ ବିରତି ପରେ ପୁଣି ରକ୍ତମୁଖା ଇସ୍ରାଏଲ । ଗାଜା ଆକାଶରେ ଗର୍ଜିଲା ଇସ୍ରାଏଲ ରକେଟ, ମିସାଇଲ।

*🙏 ସୁପ୍ରଭାତ, ଗୁଡମର୍ଣିଂ 🙏*