September 21, 2024

ଗଜପତି:- ବିକଶିତ ଭାରତ ସଂକଳ୍ପ ଯାତ୍ରା-୨୦୨୩ ଅବସର’ରେ ମୁନିସିଂ ଏବଂ ଗୁମ୍ମା ପଞ୍ଚାୟତ’ରେ ବିଭିନ୍ନ କେନ୍ଦ୍ରୀୟ ଯୋଜନା ଉପରେ ସଚେତନତା ଓ ମାଗଣା ସ୍ବାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

Share

ଗଜପତି:- ବିକଶିତ ଭାରତ ସଂକଳ୍ପ ଯାତ୍ରା-୨୦୨୩ ଅବସର’ରେ ମୁନିସିଂ ଏବଂ ଗୁମ୍ମା ପଞ୍ଚାୟତ’ରେ ବିଭିନ୍ନ କେନ୍ଦ୍ରୀୟ ଯୋଜନା ଉପରେ ସଚେତନତା ଓ ମାଗଣା ସ୍ବାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ
———————————————
ଗଜପତି ଜିଲ୍ଲାରେ କେନ୍ଦ୍ର ସରକାର’ଙ୍କ ପ୍ରାୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରା-୨୦୨୩ ସଚେତନତା ରଥ ସଫଳତାର ସହ ଆଗେଇ ଚାଲିଛି ।
ଆଜି ଅଷ୍ଟମ ଦିନରେ ଏହି ସଚେତନତା ରଥ ଗଜପତି ଜିଲ୍ଲା ଗୁମା ବ୍ଲକ ଅନ୍ତର୍ଗତ ମୁନିସିଂ ଓ ଗୁମ୍ମା ପଞ୍ଚାୟତରେ ପହଞ୍ଚି ବିଭିନ୍ନ କେନ୍ଦ୍ରୀୟ ଯୋଜନା ଉପରେ ସଚେତନ କରାଇଥିଲା ।
ପ୍ରଥମେ ମୁନିସିଂ ପଞ୍ଚାୟତ’ରେ ଭାରତ ସରକାର’ଙ୍କ ଏହି ବିକଶିତ ଭାରତ ସଂକଳ୍ପ ଯାତ୍ରା’ର ସଚେତନତା ରଥ ପହଞ୍ଚିବା ପରେ ସେଠାରେ ବିଭିନ୍ନ ସ୍ତରରେ ହୁଳହୁଳି ସହ ପୁଷ୍ପ ଅର୍ପଣ କରି ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଥିଲା ।
ଏହି ଅବସର’ରେ ପଞ୍ଚାୟତ କାର୍ଯ୍ୟାଳୟ ପରିସର’ରେ ଅନୁଷ୍ଠିତ ସଚେତନତା  କାର୍ଯ୍ୟକ୍ରମ’ରେ ନାଏବ ସରପଞ୍ଚ ଶ୍ରୀ ଜାକବ ରଇତ , ନୋଡାଲ ଅଧିକାରୀ ଶ୍ରୀ ବି: ଶଙ୍କର , ଡ୍ରୋନ- ପ୍ରତିନିଧି – ଓମିତା ପାତ୍ର , ପିଇଓ: ଶ୍ରୀ ରବି କୁମାର ପାତ୍ର , ଆଇସିଡିଏସ: ସୁପରଭାଇଜର ଶ୍ରୀମତୀ ମନୋରମା ମହାପାତ୍ର ଏବଂ କୃଷି ବୈଜ୍ଞାନିକ ସୁଶ୍ରୀ ଚୌଧୁରୀ ପ୍ରମୁଖ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ସରକାର’ଙ୍କ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କେନ୍ଦ୍ରୀୟ ଯୋଜନା’ର ସଫଳତା ସଂପର୍କରେ ଉପସ୍ଥିତ ସମସ୍ତ’ଙ୍କୁ ଅବଗତ କରାଇବା ସହ ଯୋଜନା’ର ଲାଭ କିଭଳି ତୃଣମୂଳ ସ୍ତରରେ ହିତାଧିକାରୀଙ୍କ ଦ୍ଵାରା ଉଠା ଯାଇପାରିବ ସେ ସମ୍ପର୍କରେ କହି ସଚେତନ କରାଇଥିଲେ ।
ଏହି ଅବସର’ରେ ଉପସ୍ଥିତ ସମସ୍ତ’ଙ୍କୁ ନେଇ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ସଚେତନତା ସଂକଳ୍ପ ଯାତ୍ରା ରଥ’ରେ ଲାଗିଥିବା ଏଲଇଡି: ମାଧ୍ୟମରେ ଉପସ୍ଥିତ ସମସ୍ତ’ଙ୍କୁ ବିଭିନ୍ନ କେନ୍ଦ୍ରୀୟ ଯୋଜନା ଉପରେ ପ୍ରଦର୍ଶିତ କରା ଯାଇଥିଲା ।
ଏହି ଅବସର’ରେ ବିଭିନ୍ନ କେନ୍ଦ୍ରୀୟ ଯୋଜନା’ର ୪ ଜଣ ହିତାଧିକାରୀ ଯଥା:- ମୁନିସିଂ ଗ୍ରାମ’ର କୁସୁମ ରଇତ- ପିଏମ: ଉଜ୍ଜଲା ଯୋଜନା ସମ୍ପର୍କରେ , ବାରଙ୍ଗ ସିଂ ଗ୍ରାମ’ର ଜାରବିୟମ ରଇତ- ପିଏମ କିସାନ ସମ୍ପର୍କରେ , ମୁନିସିଂ ଗ୍ରାମ’ର ସୁଜନ୍ତି ନାଇକା- ଶୌଚାଳୟ ସମ୍ପର୍କରେ ଏବଂ ଜାଙ୍ଗଲ ଗ୍ରାମ’ର ଶୟନ୍ତୀ ମଣ୍ଡଳ – ପିଏମ: ଆବାସ ଯୋଜନା ସମ୍ପର୍କ’ରେ କିଭଳି ସେମାନେ ଉପକୃତ ହେଉଛନ୍ତି , ସେ ସମ୍ପର୍କରେ କହିଥିଲେ ।
ଡ୍ରୋନ ପ୍ରତିନିଧି ସୁଶ୍ରୀ ଓମିତା ପାତ୍ର , ଚାଷ ଜମି’ରେ ଚାଷ ସମୟ’ରେ ସାର , ପାଣି ଓ କିଟ ନାଶକ ଔଷଧ ପକାଇବା କ୍ଷେତ୍ରରେ ଡ୍ରୋନ କିଭଳି ବ୍ୟବହାର କରିବେ , ସେ ସମ୍ପର୍କରେ ଡ୍ରୋନ ଦେଖାଇ ବୁଝାଇଥିଲେ ।
ଏହି ଅବସର’ରେ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟ’ର ଛାତ୍ରୀ ତଥା କିଶୋରୀ ବାଳିକା ମାନେ ସଙ୍ଗୀତ ନୃତ୍ୟ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ଏବଂ ସେମାନଙ୍କୁ ଅର୍ଥରାଶି ପୁରସ୍କାର ଦିଆ ଯାଇଥିଲା ।
ଏହି କାର୍ଯ୍ୟକ୍ରମ ଅବସର’ରେ ସଭାସ୍ଥଳ ପରିସର’ରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଶିବିର’ରେ ଶତାଧିକ ଲୋକ’ଙ୍କ ଶୁଗାର , ରକ୍ତଚାପ , ମ୍ୟାଲେରିଆ ଏବଂ ହିମୋଗ୍ଲୋବୀନ ପରୀକ୍ଷା କରାଯିବା ସହ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ବିଭିନ୍ନ ପରାମର୍ଶ ଦିଆ ଯାଇଥିଲା ।
ଭାରପ୍ରାପ୍ତ ଜିପିଇଓ: ତଥା କାର୍ଯ୍ୟକ୍ରମ’ର ନୋଡାଲ ଅଧିକାରୀ ଶ୍ରୀ ବି: ଶଙ୍କର ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ରବି କୁମାର ପାତ୍ର ସମସ୍ତ କାର୍ଯ୍ୟକ୍ରମ’କୁ ପରିଚାଳନା କରିଥିଲେ ।
———————————————-
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି(ଗଜପତି)
———————————————-