ଅଦ୍ୟ ତା ୨ ୯.୧୧.୨୦୨୩ ରିଖ ବୁଧବାର ଦିନ ସକାଳ ୧୦.୦୦ଘଣ୍ଟା ସମୟରେ ବାଳକ

WhatsApp Image 2023-11-29 at 16.14.46
Share

ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମୋହନା ଠାରେ ବିଦ୍ୟାଳୟ ସ୍ତରରେ ଆଖି ପରୀକ୍ଷା କରି ଚିହ୍ନଟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ଡ଼ାକ୍ତରୀ ପରୀକ୍ଷା ଆୟୋଜନ ହୋଇଥିଲା ।ଏହି ଶିବିରକୁ ମୋହନା ,କରଚଵାଡି,ଗୋବିନ୍ଦପୁର , ମଲାସପଦର,ପିଣ୍ଡିକି ୫ ଗୋଟି କ୍ଲଷ୍ଟର୍ ର ବିଭିନ୍ନ ବିଦ୍ୟାଳୟରୁ ଛାତ୍ରଛାତ୍ରୀ ଓ guide ଶିକ୍ଷକ ଯୋଗ ଦେଇଥିଲେ । ତତ୍ ପରେ ମୋହନା ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀ ନରେନ୍ଦ୍ର କୁମାର ବେହେରା ମହୋଦୟ ଡକ୍ଟର ଶ୍ରୀ ଅନିଲ କୁମାର ପାଢ଼ୀ ରୁବୀ ଆଇ ହସ୍ପିଟାଲ ବ୍ରହ୍ମପୁର ରୁ ଆସିଥିବା ଦୁଇଜଣ ସହକାରୀ ଡକ୍ଟର୍ ହେଲେ ଶ୍ରୀ ଭୀଷ୍ମ ବେହେରା ଓ ଶ୍ରୀ ଜ୍ୟୋତିରଂଜନ ନାୟକ ବରିଷ୍ଠ ଶିକ୍ଷକ ପ୍ରଶାନ୍ତ ବୀର ଓ ଶ୍ରୀ ଶଙ୍କର ପଣ୍ଡା ମହୋଦୟ, ମଲାସପଦର୍ CRCC ଶ୍ରୀ ସୁଧିର ମହାପାତ୍ର ଓ ଗୋଷ୍ଠି ସମ୍ବଳ ସାଧନ ଶିକ୍ଷକ ଶ୍ରୀ ସୁମନ୍ତ ପ୍ରଧାନ ଓ ପ୍ରକାଶ କୁମାର ସାହୁଙ୍କ କରକମଳରେ ଉଦଘାଟନ କରାଯାଇ ଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରକାଶ କୁମାର ମଣ୍ଡଳ ମହୋଦୟ ଧନ୍ୟବାଦ ଦେବା ସହିତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ ୨୯୦ ଜଣ ଛାତ୍ରଛତ୍ରୀ ଓ ୩୯ ଜଣ ଶିକ୍ଷକ ଯୋଗ ଦେଇଥିଲେ । ଏହି ଶିବିରରେ ଚଷମା ନିମନ୍ତ ୫୨ଜଣ referral ୨ଜଣ ଚିହ୍ନଟ କରା ଯାଇଛି।

You may have missed