ସୁଣ୍ଡିଢାମୁଣୀରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଆମ ବ୍ୟାଙ୍କ ସେବା ଲୋକାର୍ପିତ

IMG-20231128-WA0046
Share

ସୁଣ୍ଡିଢାମୁଣୀରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଆମ ବ୍ୟାଙ୍କ ସେବା ଲୋକାର୍ପିତ

ରାମନାଗୁଡା, ରାୟଗଡ଼ା ଜିଲ୍ଲାରାମନାଗୁଡା ବ୍ଲକ ଅଧିନ ସୁଣ୍ଡିଢାମୁଣି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ରାଜ୍ୟ ସରକାରଙ୍କ ଆମ ବ୍ୟାଙ୍କ ସେବା ଭର୍ଚୁଆଲ ମାଧ୍ୟମରେ ଶୁଭାରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ବ୍ଲକ ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଗୋପାଳ ଚନ୍ଦ୍ର ମିଶ୍ର,ଜିଲ୍ଲା ପରିଷଦ ସଭ୍ୟ(କ)ତାଙ୍ଗୁଡୁ ଶ୍ରୀଧରଜିଲ୍ଲା ପରିଷଦ ସଭ୍ୟ(ଖ)ସୁରେଶ ଗମାଙ୍ଗ, ସୁଣ୍ଡି ଧାମୁଣି ସରପଞ୍ଚ ଭାସ୍କର କାଡ୍ରାକା, ସମିତି ସଭ୍ୟ କମଳ ଲୋଚନ ମୁଟିକା, ଗୁଲୁଣ୍ଠି ସରପଞ୍ଚ ମାଝୀଗୌରୀ କଣ୍ଡାଗରୀ,ବୁଥିଙ୍ଗ ସରପଞ୍ଚ ଦେବଦାସ ତୋଇକା ,ସମିତି ସଭ୍ୟ ଆପାରାଓ ପାତିକା,ରାମନାଗୁଡା ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ଅଭିନାଶ ମହାପାତ୍ର, ପଂଚାୟତ ନିର୍ବାହୀ ଅଧିକାରୀ ରମାକାନ୍ତ ମାଣ୍ଡାଙ୍ଗି, ଗ୍ରାମ୍ୟ ରୋଜଗାର ସେବକ ପ୍ରଦୀପ ବେହେରା, ଯୋଗାଣ ସହାୟକ ସୁବାରଓ କାଡ୍ରାକା ଏମ୍ବିକେ ରୀନା ମାଣ୍ଡାଙ୍ଗି ପ୍ରମୁଖଙ୍କ ସମେତ ପଂଚାୟତ ସମିତି ଅଧିନସ୍ଥ ସମସ୍ତ ସରପଞ୍ଚ, ସମିତି ସଭ୍ୟ ସିଆରପି ଉପସ୍ଥିତ ଥିଲେ । ଏଥି ପୂର୍ବରୁ ସୁଣ୍ଡିଧାମୁଣି ପଞ୍ଚାୟତର ଲୋକମାନେ ରାମନାଗୁଡା ସଦର ରେ ଥିବା ବିଭିନ୍ନ ବ୍ୟାଙ୍କ ଉପରେ ନିର୍ଭର କରୁଥିଲେ ଏବଂ ଦୀର୍ଘ ୧୦ କିଲୋମିଟର ରୁ ଉର୍ଦ୍ଧ୍ବ ରାସ୍ତାରେ ଅଧିକ ଟଙ୍କା ଖର୍ଚ୍ଚ କରି ବସ ,ଗାଡ଼ି ଯୋଗେ ଯାଇ ଦିନସାରା ସମୟ ଲାଗୁଥିଲା କିନ୍ତୁ ଏବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ଆମ ଘର ନିକଟରେ ଏହି ଭଳି ଆମ ବ୍ୟାଙ୍କ ସେବା ଯୋଗାଇ ଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଞ୍ଚଳବାସୀ ଧନ୍ୟବାଦ ଜଣାଇଛନ୍ତି। ଏଥିରେ ବୃଦ୍ଧବୃଦ୍ଧା, ଗର୍ଭବତୀ ମହିଳା ଓ ଭିନ୍ନକ୍ଷମ,ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଏହାର ସୁବିଧା ପାଇବା ସହ ହାତପାଆନ୍ତରେ ବ୍ୟାଙ୍କିଙ୍ଗ ସେବା ଯୋଗାଇ ଦିଆଯିବ ବୋଲି ରାମନାଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ କହିଛନ୍ତି।

ରିପୋର୍ଟ ସଞ୍ଜିବ କୁମାର ଦାଶ

You may have missed