October 5, 2024

କାର୍ତ୍ତିକ ମାସ ର ସୋମବାର ପୂର୍ଣିମା ତିଥି ରେ ମିଶ୍ରଣ ପର୍ବ।

Share

କାର୍ତ୍ତିକ ମାସ ର ସୋମବାର ପୂର୍ଣିମା ତିଥି ରେ ମିଶ୍ରଣ ପର୍ବ।

ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍ ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ

ଆଜି ୨୭/୧୧/୨୦୨୪ ଏହି ପାର୍ବଣ ମାସର ପବିତ୍ର ଦିବସରେ ଉମରକୋଟ ନଗରମଣ୍ଡଳ ଠାରେ ଥିବା ବିଜେପି କାର୍ଯ୍ୟାଳୟ ଠାରେ ଏକ ମିଶ୍ରଣ ପର୍ବ ର ଆୟୋଜନ ହୋଇଯାଇଛି ।ଏହି ମିଶ୍ରଣ ପର୍ବରେ ଉମରକୋଟ ବ୍ଲକ ଅଧିନରେ ଥିବା ବୁର୍ଜା ମଣ୍ଡଳର ମଣ୍ଡଳ ସଭାପତି ଶ୍ରୀ ଭୋଜନାଥ ଗଣ୍ଡଙ୍କ ପ୍ରେରଣାରେ ବୁର୍ଜା ମଣ୍ଡଳର ପଦିଆଗୁଡା ଗ୍ରାମର ଗଣପତି ମାଝୀ,ଫଲସିଂ ମାଝୀ,ସୋମନାଥ ମାଝୀ,ପଦୁରାମ ମାଝୀ,ଲକ୍ଷିନାଥ ମାଳି,ଅର୍ଜୁନ ଗୌଡ,ସନୁ ଗଣ୍ଡ,ଚୌତୁ ଗଣ୍ଡ ଏହିପରି ବହୁତ କାର୍ଯ୍ୟକର୍ତା ବିଜେଡି ଦଳ ତ୍ୟାଗ କରି କେନ୍ଦ୍ର ରେ ଥିବା ଭା:ଜ:ପା ସରକାରରେ ଯଶଶ୍ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଶ ହିତକର ଶୁଶାସନ ପ୍ରଣାଳୀ ରେ ଅନୁପ୍ରାଣିତ ହୋଇ ଉମରକୋଟ ଭାରତୀୟ ଜନତା ପାର୍ଟିରେ ଟୋପି ଓ ଉତ୍ତରିୟ ପ୍ରଦାନ କରି ବିଧିବଦ୍ଧ ଭାବେ ସାମିଲ୍ ହୋଇଛନ୍ତି ।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ,ମୁଖ୍ୟ ବକ୍ତା ରୁପେ ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ ରମେଶଚନ୍ଦ୍ର ସାହୁ,ନଗର ସାଧାରଣ ସମ୍ପାଦକ ପ୍ରଭାତ କୁମାର ନାୟକ,ଯୁବନେତା ମିଲୁ ପଣ୍ଡା,ପୂର୍ଣ୍ଣ ଗଣ୍ଡ,ନିତୁ ଗଣ୍ଡ,ବାବୁ ଶର୍ମା,ଯୁଗ୍ଧର ଗୌଡ,ସଭାସିଂ ମାଝୀ ପ୍ରମୁଖ ବହୁତ କାର୍ଯ୍ୟକର୍ତା ଯୋଗଦେଇଥିଲେ ।ସମସ୍ତ ନବାଗତ କାର୍ଯ୍ୟକର୍ତାଙ୍କୁ ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ସାହୁ ଭାରତୀୟ ଜନତା ପାର୍ଟି ର ନୀତି,ଆଦର୍ଶ,ନରେନ୍ଦ୍ର ମୋଦି ଙ୍କ ଦେଶ ସୁରକ୍ଷା,ଦେଶର ସାଧାରଣ ବର୍ଗଙ୍କ ବିକାଶ ପାଇଁ ପ୍ରତିବଧତା ବିଷୟରେ ଉଦ୍‌ବୋଧନ ଦେଇ ସମସ୍ତ କାର୍ଯ୍ୟକର୍ତାଙ୍କ ଉତ୍ସାହକୁ ବଢାଇଥିଲେ ।