ଉମରକୋଟ ରେ ଜାତିୟ ସମ୍ବିଧାନ ଦିବସ ପାଳିତ

IMG-20231127-WA0005
Share

ଉମରକୋଟ ରେ ଜାତିୟ ସମ୍ବିଧାନ ଦିବସ ପାଳିତ

ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ

ଉମରକୋଟ:-ତାଲୁକ୍ ଆଇନ ସେବା କମିଟି ଆନୁକୂଲ୍ୟରେ ସ୍ଥାନୀୟ ଓକିଲ ସଙ୍ଘ ପରିସର ରେ “ଜାତୀୟ ସମ୍ବିଧାନ ଦିବସ” ପାଳନ କରାଯାଇଥିଲା। ଉମରକୋଟ ତାଲୁକ ଆଇନ ସେବା କମିଟି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଜଜ ଶ୍ରୀଯୁକ୍ତ ଗିରିଜା ପ୍ରସାଦ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ, ଶ୍ରୀ ମହାପାତ୍ର ଙ୍କ ସମେତ ଉମରକୋଟ ଦେୱାନୀ ଅଦାଲତ ର ବରିଷ୍ଠ ସିଭିଲ ଜଜ ଶ୍ରୀ ନିରଞ୍ଜନ ପାତ୍ର, ପ୍ରଥମ ଶ୍ରେଣୀ ବିଚାରପତି ଶ୍ରୀମତୀ ଈରା ପଟ୍ଟନାୟକ, ବରିଷ୍ଠ ସରକାରୀ ଓକିଲ ଶ୍ରୀ ଶ୍ରୀନିବାସ ପଟ୍ଟନାୟକ, ଓକିଲ ସଙ୍ଘ ର ସଭାପତି ତଥା ସରକାରୀ ଓକିଲ ଶ୍ରୀ ପ୍ରଶାନ୍ତ କୁମାର ସାହୁ, ସମ୍ପାଦକ ଶ୍ରୀ ଶାନ୍ତନୁ କୁମାର ବାହିନୀପତି, ସଭ୍ୟ ଅଶୋକ କୁମାର ପାଢ଼ୀ ଆୟୋଜିତ ସଭାରେ ଯୋଗଦେଇ, ଭାରତୀୟ ସମ୍ବିଧାନ ଥିବା ମୌଳିକ ଅଧିକାର, କର୍ତ୍ତ୍ୟବ୍ୟ ସମେତ ଆଇନ ସେବା ବିଷୟ ରେ ଉଦବୋଧନ ଦେଇଥିଲେ । ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଉମରକୋଟ ଓକିଲ ସଙ୍ଘ ର ସଭ୍ୟ ଶ୍ରୀ ହରିହର ଶତପଥି, ଗୋପୀନାଥ ସାହୁ, ଭାବନା ତ୍ରିପାଠୀ, ଶିବ ପତି, ଯୋଗେନ୍ଦ୍ର ମାଝୀ, ସଞ୍ଜୟ ବିଶୋଇ, ଅମଜାଦ ରେହେମନ, ଙ୍କ ସମେତ ସ୍ଥାନୀୟ ଓକିଲ, ଏବଂ ଅଦାଲତ ର କର୍ମକର୍ତ୍ତା ବୃନ୍ଦ ଉପସ୍ଥିତ ହୋଇ କାର୍ଯ୍ୟକ୍ରମ ଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

You may have missed