October 5, 2024

ସକାଳର ଖବର, ୨୭-ନଭେମ୍ବର-୨୦୨୩, ସୋମବାର

Share

*╭──────────────────╮*
*🌄ସକାଳର ଖବର, ୨୭-ନଭେମ୍ବର-୨୦୨୩, ସୋମବାର*
*╰──────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ଆଜି ପବିତ୍ର କାର୍ତିକ ପୂର୍ଣ୍ଣିମା, ଆ କା ମା ବୈ, ଗାଁ ଠୁ ସହର ସବୁଠି ପାଳନ ହେଉଛି ବୋଇତ ବନ୍ଦାଣ l ପୋଖରୀ, ନଦୀ, ସମୁଦ୍ର ସବୁଠି ସ୍ୱତନ୍ତ୍ର ଆୟୋଜନ l ଭୋର ରୁ ଡ଼ଙ୍ଗା ଭସାଇଲେ ଲୋକେ l

➡️୨-ଶ୍ରୀମନ୍ଦିରେ ରାତିସାରା ଦର୍ଶନ କଲେ ମହାପ୍ରଭୁଙ୍କ ଦର୍ଶନ, ବଡଦାଣ୍ଡ ଲୋକାରଣ୍ୟ, ଦର୍ଶନ କରୁଛନ୍ତି ହଜାର ହାଜର ଶ୍ରଦ୍ଧାଳୁ l

➡️୩-ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ଦୁର୍ଲଭ ରାଜ ରାଜେଶ୍ୱରୀ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ l

➡️୪-ଆଜି ପାରାଦୀପ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ l

➡️୫-କୋରାପୁଟ ଆଦିବାସୀ ନାଚ ଗୀତରେ ଦୁଲକିଲା ଲୋକ ମହୋତ୍ସବ ପରବ ୨୦୨୩ ମଣ୍ଡପ, ମଞ୍ଚ ଦୁଲୁକାଇଲେ ବିଧାୟକ ତାରାବାହିନୀ ପତି l

➡️୬-ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ସଂଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ଯୋଗୁଁ ସୃଷ୍ଟି ହେବ ଲଘୁଚାପ l ଓଡ଼ିଶାରେ କମ୍‌ ରହିବ ପ୍ରଭାବ l

➡️୭-ରାଜ୍ୟରେ ଭୁବନେଶ୍ୱରର ଲୋକସେବା ଭବନ କନ୍‌ଭେନସନ୍‌ ସେଣ୍ଟର ଠାରେ ପ୍ରଥମ ଥର ପାଇଁ ଜାତୀୟ ଦୁଗ୍ଧ ଦିବସ ହେଲା ପାଳିତ l ସମସ୍ତ ଜିଲ୍ଲାର ଦୁଗ୍ଧ ଚାଷୀ ଏବଂ ବିଭାଗୀୟ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

➡️୮-ଡାକ୍ତରଖାନାକୁ ପ୍ରସ୍ତୁତ ରଖ, ଚୀନ୍‌ରେ ବ୍ୟାପୁଥିବା ଶ୍ୱାସକ୍ରିୟାଜନିତ ରୋଗ ପାଇଁ ସତର୍କ କଲେ କେନ୍ଦ୍ର ସରକାର l

➡️୯-ମାତ୍ର ୧୯ ବର୍ଷରେ ବିପୁଳ ଧନ ଅର୍ଜନ କରି ଇଟାଲୀ ଭେଚିଓ ଫୋର୍ବସର କ୍ଲେମେଣ୍ଟ ଡେଲ ହେଲେ ବିଶ୍ୱର ସର୍ବକନିଷ୍ଠ କୋଟିପତି l

➡️୧୦-ଭାରତୀୟଙ୍କ ପାଇଁ ଖୁସି ଖବର, ଏଣିକି ବିନା ଭିସାରେ ଯାଇପାରିବେ ମାଲେସିଆ l ଡିସେମ୍ବର ୧ରୁ ଏହା କାର୍ଯ୍ୟକାରୀ ହେବ। ବିନା ଭିସାରେ ଭାରତୀୟ ନାଗରିକ ସେଠାରେ ୩୦ ଦିନ ରହିପାରିବେ।

➡️୧୧-ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ଯୁବତୀଙ୍କୁ ୩୧ଖଣ୍ଡ କରି ପୋତିବା ଘଟଣାରେ ଅଭିଯୁକ୍ତ ଦମ୍ପତି ହେଲେ ଗିରଫ l

➡️୧୨-ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗରେ ଏସ୍‌ପିଙ୍କ ସମେତ ୭ ପୁଲିସ ଅଧିକାରୀ ହେଲେ ନିଲମ୍ବିତ l ଗତବର୍ଷ ପଞ୍ଜାବ ଗସ୍ତରେ ଯାଇଥିବା ସମୟରେ ତାଙ୍କ ସୁରକ୍ଷାରେ ଗୁରୁତର ତ୍ରୁଟି ଦେଖିବାକୁ ମିଳିଥିଲା।

➡️୧୩-ଆଜିଠାରୁ ଚଣ୍ଡିଗଡ଼ରେ ବଡ଼ ଧରଣର ଚାଷୀ ଆନ୍ଦୋଳନ ଆରମ୍ଭ, ପଂଜାବ ଓ ହରିୟାଣାରୁ ଶତାଧିକ ଟ୍ରାକ୍ଟର ଟ୍ରଲିରେ ହେଲେ ସାମିଲ l

➡️୧୪-ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲରେ ଗତ ୧୫ ଦିନ ଧରି ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ଲାଗି ନିଆଗଲା ସେନାର ସହାୟତା l

➡️୧୫-୧୪ ଇସ୍ରାଏଲ, ୩ ବିଦେଶୀ ନାଗରିକଙ୍କୁ ମୁକ୍ତ କଲା ହମାସ l ଗାଜାରେ ପହଞ୍ଚି ସେନାଙ୍କୁ ଭେଟିଲେ ନେତାନ୍ୟାହୁ, କହିଲେ- ଇସ୍ରାଏଲକୁ କେହି ଅଟକାଇ ପାରିବେ ନାହିଁ l

➡️୧୬-ଗ୍ରୀସ୍ ନିକଟରେ ବାତ୍ୟା ପବନ ଯୋଗୁଁ ବୁଡ଼ିଲା କୋମୋରୋସ ପତାକା ଥିବା ଏକ ମାଲବାହୀ ଜାହାଜ l ୪ ଭାରତୀଙ୍କ ସହ ୧୪ ନିଖୋଜ l

➡️୧୭-ଡିସେମ୍ବର ୧୦ରେ ୧୯ ବର୍ଷରୁ କମ୍‌ ଏସିଆ କପ୍‌ କ୍ରିକେଟ ଭାରତ-ପାକିସ୍ତାନ ମ୍ୟାଚ l

➡️୧୮-ଦ୍ବିତୀୟ ଟି-୨୦ : ଅଷ୍ଟ୍ରେଲିଆକୁ ୪୪ରନରେ ହରାଇଲା ଭାରତ l ଏହା ସହ ଭାରତ ୫ ମ୍ୟାଚ ବିଶିଷ୍ଟ ଟି୨୦ ଶୃଙ୍ଖଳାରେ ୨-୦ରେ ଆଗୁଆ ରହିଛି ।

➡️୧୯-ଖେଲୋ ଇଣ୍ଡିଆ ପାରା ଗେମ୍ସ-୨୦୨୩ ଲୋଗୋ ଏବଂ ମାସ୍କଟ ଉଜ୍ଜ୍ୱଳା ଉନ୍ମୋଚନ କଲେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ସିଂହ ଠାକୁର l

➡️୨୦-ଆଇପିଏଲ୍‌ ଇତିହାସରେ ସବୁଠାରୁ ବଡ଼ ଟ୍ରେଡ୍ ଡିଲ୍, ଶେଷରେ ମୁମ୍ବାଇକୁ ଫେରିଲେ ହାର୍ଦ୍ଦିକ ପାଣ୍ଡ୍ୟା, ୧୫ କୋଟିରେ କିଣିଲା ଟିମ୍ l

*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*

*🔅ଆଜି କାର୍ତ୍ତିକ ଶୁକ୍ଳ ପୂର୍ଣ୍ଣିମା ll*
*🔅ଆଜି ରାସ ପୂର୍ଣ୍ଣିମା ll*
*🔅ଆଜି କାର୍ତ୍ତିକ ବ୍ରତ ସମାପନ ll*
*🔅ଆଜିଠାରୁ ବାଲିଯାତ୍ରା ଆରମ୍ଭ ll*
*🔅ଆଜି 14 ତମ ଜାତୀୟ ଅଙ୍ଗଦାନ ଦିବସ ll*
*🔅ଆଜି ଶ୍ରୀ ଗୁରୁନାନକ ଦେବ ଜୟନ୍ତୀ ll*

*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*
*ll ଶୁଭ ସକାଳ,ସୁପ୍ରଭାତ ll*