October 6, 2024

ଠାକୁର କାର୍ତ୍ତିକେଶ୍ବରଙ୍କ ପୂଜା ଉତ୍ସବ ଆରମ୍ଭ

Share

ଠାକୁର କାର୍ତ୍ତିକେଶ୍ବରଙ୍କ ପୂଜା ଉତ୍ସବ ଆରମ୍ଭ

ବୁଗୁଡା : ତା ୨୩/୧୧/୨୩ : : ସ୍ଥାନୀୟ ବଡଦାଣ୍ଡଠାରେ ବିରଞ୍ଚି ନାରାୟଣ ପୂଜା କମିଟି ପକ୍ଷରୁ ଠାକୁର

କାର୍ତ୍ତିକେଶ୍ବରଙ୍କ ପୂଜା ମହାସମାରୋହରେ ଆରମ୍ଭ

ହୋଇଯାଇଛି । ଉକ୍ତ ଉତ୍ସବରେ ପୁରୋହିତ ଭାବେ

ଦୀପକ କୁମାର ଦାଶ ଯୋଗ ଦେଇ ଯଥା ରୀତିନୀତି ପ୍ରକାରେ ପୂଜାପାଠ ସମ୍ପାଦନ କରିଥିବା ବେଳେ କର୍ତ୍ତା

ଭାବେ ବାବୁଲା ପ୍ରଧାନ ଦାୟିତ୍ୱ ନିର୍ବାହ କରିଥିଲେ ।

ସେହିପରି ବାଲିପିଣ୍ଡି ସନ୍ତୋଷୀ ମନ୍ଦିର ସାହିରେ ମଧ୍ୟ ପ୍ରଥମ ଥର ପାଇଁ କାର୍ତ୍ତିକେଶ୍ଵରଙ୍କ ପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୁରୋହିତ ଭାବେ ଶ୍ରୀକାନ୍ତ ଦାଶ ଯୋଗ ଦେଇ ଯଥା ବିଧି ପ୍ରକାରେ ଠାକୁରଙ୍କ ପୂଜାପାଠ କରିଥିବା ବେଳେ ନିତ୍ୟାନନ୍ଦ ସାହୁ କର୍ତ୍ତା ଦାୟିତ୍ବ ସମ୍ପାଦନ କରିଥିଲେ । ରଙ୍ଗିନ ଆଲୋକ ମାଳାରେ ସୁସଜ୍ଜିତ ଆକର୍ଷଣୀୟ ମେଢ ଦ୍ବୟକୁ ଦେଖିବାକୁ ଆଖପାଖ ଅଞ୍ଚଳର ବହୁ ଲୋକଙ୍କ ସମାବେଶ ଘଟୁଥିବା ବେଳେ ଠାକୁରଙ୍କ ସନ୍ଧ୍ୟା ଆଳତି ସମୟରେ ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି ।