October 5, 2024

ସ୍ୱାଧୀନତା ସଂଗ୍ରାମୀ ତଥା ବୀର ପୁରୁଷ ସହିଦ ଲକ୍ଷ୍ମଣ ନାୟକ ଙ୍କ ଜୟନ୍ତୀ ଅତି ନିଆରା ଭାବେ ପାଳିତ!

Share

ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ

ଉମରକୋଟ:- (ଆ.ପ୍ର)ଦେଶକୁ ଇଂରେଜ ମାନଙ୍କ କବଳରୁ ସ୍ୱାଧୀନ ଆଣିବାରେ ମହାତ୍ମା ଗାନ୍ଧୀ ଙ୍କ ସହ ଅନେକ ବୀର ପୁରୁଷ, ସ୍ୱାଧୀନତା ସଂଗ୍ରାମୀ, ତଥା ଦେଶପ୍ରେମୀ ନିଜର ଜୀବନ ଉତ୍ସର୍ଗ କରିଦେଇଥିଲେ!ସେମାନଙ୍କ ମଧ୍ୟରୁ ଓଡ଼ିଶାରେ ଜନ୍ମିତ ବୀର ପୁରୁଷ ଲଖ୍ମଣ ନାୟକ ଅନ୍ୟତମ!ତାଙ୍କ ଜନ୍ମ ଏକ ଭୂମିୟା ପରିବାର ରେ ୧୮୯୯ମସିହା ନଭେମ୍ବର ୨୨ତାରିଖରେ କୋରାପୁଟ ଜିଲ୍ଲା ତେନ୍ତୁଳିଗୁମା ଗ୍ରାମ ରେ ହୋଇଥିଲା!ସେ ପିଲା ବେଳରୁ ଇଂରେଜ ମାନଙ୍କ ବିରୁଦ୍ଧରେ ଆନ୍ଦୋଳନ କରିଆସୁଥିଲେ!କିନ୍ତୁ ପରିଶେଷରେ ତାଙ୍କୁ ୧୯୪୩ମସିହା ମାର୍ଚ୍ଚ ମାସ ୨୯ତାରିଖ ରେ ବ୍ରହ୍ମପୁର ଜେଲ ରେ ତାଙ୍କୁ ଫାସୀ ଦିଆଯାଇଥିଲା!ସେ ଦେଶ ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଶ କୁ ସ୍ୱାଧୀନ ଆଣିଥିବା ବେଳେ ଆଜିର ଦିନରେ ତାଙ୍କ ଜନ୍ମ ଜୟନ୍ତୀ ଅବସର ରେ ନବରଙ୍ଗପୁର ଜିଲ୍ଲାର ଅମଲା ଭବନ ଠାରେ ଆଦିବାସୀ ମୁଳ ବିକାଶ ତରଫରୁ ସାଂସଦ ରମେଶ ମାଝୀ ଙ୍କ ଉପସ୍ଥିତି ରେ ସହିଦ ଲଖ୍ମଣ ନାୟକ ଙ୍କ ୧୨୪ତମ ଜୟନ୍ତୀ ପାଳନ କରାଯାଇଥିଲା !ସେପଟେ ଉମରକୋଟ ନିର୍ବାଚନ ମଣ୍ଡଳୀ ର କଂଗ୍ରେସ ବିଧାୟକ ପ୍ରାର୍ଥୀ ସନରାଜ ଗଣ୍ଡ ନିଜ ଅଞ୍ଚଳ ରାଇଘର ରେ ଜୟନ୍ତୀ ପାଳନ କରିଥିଲେ, କିନ୍ତୁ ଦୁଃଖ ର ବିଷୟ ଉମରକୋଟ ସହରରେ ଥିବା ସହିଦ ଲଖ୍ମଣ ନାୟକ ପବ୍ଲିକ ସ୍କୁଲ କୁ ଛାଡିଦେଲେ କୌଣସି ସ୍ଥାନରେ ସହିଦ ଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇନଥିଲା!ସ୍ଥାନୀୟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ସ୍ଥାନୀୟ ନେତୃ ବୃନ୍ଦ, ସମସ୍ତ ପ୍ରଶାସନିକ ଅଧିକାରୀ ସହିଦ ଲଖ୍ମଣ ନାୟକ ଙ୍କୁ ଭୁଲି ଯାଇଥିଲେ ବୋଧେ, କିନ୍ତୁ ଡ଼ି ଏନ କେ ରେ ବସବାସ କରୁଥିବା ଗଙ୍ଗାଧର କଚିମ ନିଜ ଘରେ ସାହିର କିଛି କୁନି କୁନି ପିଲା ମାନଙ୍କୁ ଡାକି ସହିଦ ଲଖ୍ମଣ ନାୟକ ଙ୍କ ଫୋଟୋ ରେ ପୁଷ୍ପମାଲ୍ୟ ଦେଇ ତାଙ୍କ ଜନ୍ମ ଜୟନ୍ତୀ ପାଳନ କରିଥିଲେ, ଏବଂ ପିଲାମାନଙ୍କୁ ଚକଲେଟ ବାଣ୍ଟିଥିଲେ!ଦେଶପାଇଁ ନିଜ ଜୀବନ ଉତ୍ସର୍ଗ କରିଥିବା ବୀର ପୁରୁଷ, ସ୍ୱାଧୀନତା ସଂଗ୍ରାମୀ ତଥା ସହିଦ ଲଖ୍ମଣ ନାୟକ ଙ୍କୁ ଭୁଲି ଯିବା ଅତି ଦୁଃଖର ବିଷୟ!