October 5, 2024

ଭାରତ ସରକାର ଙ୍କ “ବିକଶିତ ଭାରତ ସଂକଳ୍ପ ଯାତ୍ରା”

Share

ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ

ତା:୨୩/୧୧/୨୦୨୩ ଗୁରୁବାର ଉମରକୋଟ ବ୍ଲକ ର ବଡଭରଣ୍ଡି ପୂଜାରୀ ଗୁଡା ଫୁଟବଲ ପଡିଆ ଠାରେ ଭାରତ ସରକାରଙ୍କ “ବିକଶିତ ଭାରତ ସଂକଳ୍ପ ଯାତ୍ରା “ଶୁଭାରମ୍ଭ ହୋଇଯାଇଛି ଏହି ବିକାଶ ଭାରତ ସଂକଳ୍ପ ଯାତ୍ରା ୨୫୦୦ ରୁ ଉର୍ଦ୍ଧ ଭେନ ମାଧ୍ୟମରେ ପ୍ରତ୍ୟେକ ଅଞ୍ଚଳରେ କେନ୍ଦ୍ର ସରକାରଙ୍କ ଯୋଜନା ଓ ଏହାର ଲାଭ ବିଷୟରେ ଲୋକଙ୍କୁ ସଚେତନ କରାଇବା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୫ ନଭେମ୍ବର ଦିନ ଏହାକୁ ଆରମ୍ଭ କରିଅଛନ୍ତି ଏହି ଦିନ ଭଗବାନ ବିର୍ସା ମୁଣ୍ଡା ଙ୍କ ଜନ୍ମ ଜୟନ୍ତୀ ତାଙ୍କ ଜନ୍ମ ସ୍ତାନ ଝାଡଖଣ୍ଡ ଉଲିହାଟୁ ରୁ ଆରମ୍ଭ କରିଛନ୍ତି ।ଏହି ଯାତ୍ରା ର ଆରମ୍ଭ ଆଦିବାସୀ ଅଞ୍ଚଳରୁ ଆରମ୍ଭ ହୋଇ ଦୁଇ ମାସ ପର୍ଯ୍ୟନ୍ତ ଚାଲିବ ।ଏହାର ଉଧ୍ୟେସ୍ଯ ଦେଶର ଶେଷ ଓ ଅନ୍ତିମ ବ୍ୟକ୍ତି ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଯୋଜନା କୁ ପହଞ୍ଚାଇବା ।ଜାଦ୍ୟାରା ସେମାନଙ୍କୁ ଏହାର ଲାଭ ମିଳିବ ଏବଂ ତାଙ୍କର ବିକାଶ ହେବ। ସାଧରଣ ବ୍ୟକ୍ତି ଏକତ୍ରିତ ଓ ଜାଗ୍ରତ ହେବେ ।ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଷ୍ଟଲ ଲାଗିଥିଲା ଓ ସେଥିରେ ଡେମୋ ଦେଖାଥିଲେ ଏବଂ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା କିଛି ବ୍ୟକ୍ତିମାନଙ୍କୁ ଉଜ୍ଜଳା ଗ୍ୟାସ ଆବଣ୍ଟନ କରାଯାଇଥିଲା ଓ କିଛି ବ୍ୟକ୍ତି ପ୍ରଧାନମନ୍ତ୍ରୀ ଆବାସ ଗୃହ ପାଇଥିବିରୁ କେନ୍ଦ୍ରରେ ଥିବା ମୋଦି ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ,ଏଥିରେ ଉମରକୋଟ ବିଧାୟକ ପ୍ରତିନିଧି ଭାବେ ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ ରମେଶଚନ୍ଦ୍ର ସାହୁ ଯୋଗଦେଇଥିଲେ ତାଙ୍କ ଉପସ୍ଥିତରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା ଏଥିରେ ନବରଙ୍ଗପୁର ଜିଲ୍ଲାର ଜିଲ୍ଲାପାଳ କମୋଳ ଲୋଚନ ମିଶ୍ର,ଜିଲ୍ଲା ପି.ଡି ଅନନ୍ୟା ଦାସ ଓ ଉମରକୋଟ ବି.ଡ଼ି.ଓ ପ୍ରୀତି ରଂଜନ ରଥ ଏବଂ ଅନ୍ୟାନ୍ୟ ବହୁ ବ୍ଲକ ଅଧିକାରୀ ମାନେ ଯୋଗଦାନ କରିବା ସହ ବିଜେପି ର ଗୋପାଳ ପୂଜାରୀ,ବାସନ୍ତୀ ମାଝୀ,କମଲୁ ମାଝୀ,ନଗର ସାଧାରଣ ସମ୍ପାଦକ ପ୍ରଭାତ ନାୟକ,ଯୁବନେତା ମିଲୁ ପଣ୍ଡା,ସୀମାଞ୍ଚଳ ମଲ୍ଲିକ ପ୍ରମୁଖ ବହୁ କାର୍ଯ୍ୟକର୍ତା ଯୋଗଦେଇଥିଲେ ।