October 5, 2024

ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଯାପିତ।

Share

ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଯାପିତ।

(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍ ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)

ଉମରକୋଟ ପେଣ୍ଡ୍ରାଣୀ ଡିଗ୍ରୀ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଯୁବ ଓଡ଼ିଶା ନବୀନ ଓଡ଼ିଶା ପକ୍ଷରୁ ବିଭିନ୍ନ କ୍ରିଡା , ସାଂସ୍କୃତିକ ଓ ସାମାଜିକ ସେବା କାର୍ଯ୍ୟକ୍ରମର ଅନ୍ତିମ ଦିବସ ପାଳିତ ହୋଇଯାଇଛି। କଲେଜ ଛାତ୍ରୀ ଛାତ୍ର ଙ୍କ ଉତ୍ସାହ ମଧ୍ୟରେ ନୃତ୍ୟଗୀତ ପରିବେଷଣ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇ ଥିଲା। ଯୁବ ଓଡ଼ିଶା ନବୀନ ଓଡ଼ିଶା ଉଦଯାପନୀ ଦିବସ ର ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଏମପି ରମେଶଚନ୍ଦ୍ର ମାଝି ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ପୈରପରିଷଦ ଅଧ୍ୟକ୍ଷା ରାଧାଭତ୍ରା ଓ ବ୍ଳକ ଅଧ୍ୟକ୍ଷା ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ କୁ ଅଧ୍ୟକ୍ଷ ଡ଼ଃ ଅନିଲ ମିଶ୍ର ସଭାପତିତ୍ବ କରିଥିବା ବେଳେ ନୋଡାଲ ଅଫିସର ଡ଼ଃ ଶେଷାନନ୍ଦ ମିଶ୍ର ଓ ଡ଼ଃ ରବିନ୍ଦ୍ର ମିଶ୍ର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ରଙ୍ଗାରଙ୍ଗ ମାହୋଲ ମଧ୍ୟରେ ସମଗ୍ର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପରିଶେଷରେ କୃତି ଛାତ୍ରୀ ଛାତ୍ର ମାନଙ୍କୁ ନବରଙ୍ଗପୁର ଏମପି ରମେଶଚନ୍ଦ୍ର ମାଝି ପୁରସ୍କାର ପ୍ରଦାନ କରିଥିଲେ। ସାଂସ୍କୃତିକ ପ୍ରତିଭା ର ବିକାଶ ପାଇଁ ବିଭିନ୍ନ କ୍ଳାସିକାଲ ଓଡ଼ିଶୀ ନୃତ୍ୟ ପରିବେଷଣ ସହ ଆଞ୍ଚଳିକ ଲୋକନୃତ୍ୟ ପରିବେଷଣ ରେ ମଞ୍ଚ ପ୍ରକମ୍ପିତ ହୋଇ ଉଠିଥିଲା । କଲେଜ ର ସମସ୍ତ ଛାତ୍ରୀ ଛାତ୍ର ମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଯୋଗଦାନ କରି ଯୁବ ଓଡ଼ିଶା ନବିନ ଓଡିଶା କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।କ୍ରୀଡା, ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ କୁ ସମସ୍ତ ଅଧିକାରୀ ଦିବାକର ପଟ୍ଟନାୟକ, ରାମଶଙ୍କର ପଟ୍ଟନାୟକ, ଜି. ଧର୍ମେନ୍ଦ୍ର ପଟ୍ଟନାୟକ, ପ୍ରଦୋଷ ପଟ୍ଟନାୟକ, ସମୀର ମହାନ୍ତି, ଚିନ୍ମୟ ରାଉତ, ସୁରଭିଦାସ, ରିତୁଦୋରା , ଆଡୁ କିରସାନୀ ଓ ଅଶୋକ କୁଜୁର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।।