ବ୍ଲକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

IMG-20231123-WA0003
Share

ବ୍ଲକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

ରାମନାଗୁଡା, ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।ଏହି ପ୍ରଦର୍ଶନୀରେ ରାମନାଗୁଡା ବ୍ଲକ ଅଧିନସ୍ଥ ସମସ୍ତ ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ। ଏଥିରେ ୪୧ଗୋଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଏଥିରେ ବିଚାରକ ଭାବେ କୈଳାସପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ପୁଣ୍ୟଶ୍ଲୋକ ସାହୁ, ସସ୍ମିତା ନାୟକ ଦାୟିତ୍ଵ ନିର୍ବାହ କରିଥିଲେ। ଏଥିରେ ୫ଗୋଟି ପ୍ରକଳ୍ପ ଜିଲ୍ଲା ସ୍ତରୀୟ ବିଜ୍ଞାନମେଳାକୁ ମନୋନୀତ କରାଯାଇଥିଲା। ଉକ୍ତ ପ୍ରଦର୍ଶନୀକୁ ଗୁଣୁପୁର ସମ୍ମନୀତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସିକା ଶାନ୍ତିପ୍ରଭା ପ୍ରଧାନ ଓ ସହକାରୀ ଜିଲ୍ଲା ମଙ୍ଗଳ ଅଧିକାରୀ ଅଚାନକ ପରିଦର୍ଶନ କରି ବିଜ୍ଞାନ ପ୍ରଦର୍ଶନୀକୁ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀଙ୍କ ଅନେକ ପ୍ରଶ୍ନ ପଚାରିବା ସହ ବିଦ୍ୟାଳୟ ଛାତ୍ରାବାସ, ବାଳିକା ଛାତ୍ରୀ ନିବାସ ବୁଲି ଦେଖିବା ସହ ଆନୁସଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ବିଦ୍ୟାଳୟ ଅଧ୍ୟକ୍ଷ ଗୈରୀପ୍ରସାଦ ପଣ୍ଡାଙ୍କୁ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଅନୁଷ୍ଠିତ ଏହି ଉଦଯାପନୀ କାର୍ଯ୍ୟକ୍ରମରେ ପଦ୍ମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁବାସ ଶବର,ରାମନାଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ସୂଜନ ମଲ୍ଲିକ ଯୋଗ ଦେଇ ମନୋନୀତ ଛାତ୍ରଛାତ୍ରୀ ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ଅଧ୍ୟକ୍ଷଙ୍କ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନା କରିଥିବାବେଳେ ଶିକ୍ଷୟତ୍ରୀ ସ୍ମିତାରାଣୀ ତୁଳ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ ସଞ୍ଜିବ କୁମାର ଦାଶ

You may have missed