October 5, 2024

ସକାଳର ଖବର, ୨୩-ନଭେମ୍ବର-୨୦୨୩, ଗୁରୁବାର*

Share

*╭──────────────────╮*
*🌄ସକାଳର ଖବର, ୨୩-ନଭେମ୍ବର-୨୦୨୩, ଗୁରୁବାର*
*╰──────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ଶ୍ରୀମନ୍ଦିରରେ ଆଜିଠାରୁ ପଞ୍ଚୁକ ବ୍ରତ ହେବ ଆରମ୍ଭ । ରତ୍ନ ସିଂହାସନ ଉପରେ ଦାରୁବ୍ରହ୍ମଙ୍କୁ ଠିଆକିଆ ବା ଲକ୍ଷ୍ମୀନାରାୟଣ ବେଶ କରାଯିବ।

➡️୨-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୁଇଦିନିଆ ମୁମ୍ବାଇ ଗସ୍ତ, ଜାହାଙ୍ଗୀର ଆର୍ଟ ଗ୍ୟାଲେରୀରେ ଆୟୋଜିତ ଫଟୋ ପ୍ରଦର୍ଶନୀ ‘ ‘ହାର୍ଟବିଟସ’ରେ ଦେଲେ ଯୋଗ l ଆଜି ସନ୍ଧ୍ୟା ୬ଟା ୫୦ରେ ସେ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି ।

➡️୩-ସରିଲା ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ, ସମ୍ବଲପୁରରୁ ବେଙ୍ଗାଲୁରୁ ଅଭିମୁଖେ କଲେ ଯାତ୍ରା l

➡️୪-ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆସନ୍ତା ଜାନୁଆରୀ ୧୫ରେ ଆରମ୍ଭ ହେବ । ଏହା ୧୧ଦିନ ପର୍ଯ୍ୟନ୍ତ ଚାଲିବ।

➡️୫-ସୌନ୍ଦର୍ଯ୍ୟକରଣ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ବାରିପଦାର ମା’ଅମ୍ବିକା ମନ୍ଦିର ପାଇଁ ୫୦ଲକ୍ଷ ଓ ରାଧାମୋହନ ମନ୍ଦିର ପାଇଁ ୨୫ଲକ୍ଷଟଙ୍କା ଅନୁମୋଦନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

➡️୬-ରାଜ୍ୟର ୪୨୬ ପଞ୍ଚାୟତରେ ନାହିଁ ହାଇସ୍କୁଲ । ବିଧାନସଭାରେ ଉତ୍ତର ରଖିଲେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ।

➡️୭-ଆଜିଠାରୁ ପ୍ରସିଦ୍ଧ ଶୈବପୀଠ ପ୍ରଭୁ ଧବଳେଶ୍ବରଙ୍କ ପଞ୍ଚକ ଓ ବଡ଼ଓଷା ଯାତ୍ରା ଆରମ୍ଭ l ଭିଡ଼ ନିୟନ୍ତ୍ରଣ ସହିତ ଆଇନଶୃଙ୍ଖଳା ପାଇଁ ୧୬ପ୍ଲାଟୁନ ଫୋର୍ସ ମୁତୟନ ହେବେ।

➡️୮-ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନର ଜାତୀୟ ଉଦ୍ୟାନ ରେଞ୍ଜ ଅଧୀନ ଘଞ୍ଚ ଜଙ୍ଗଲରୁ ଦାନ୍ତ କଟାଯାଇଥିବା ଏକ ହାତୀର ଗଳିତ ମୃତଦେହ ହେଲା ଠାବ l

➡️୯-ଭୁବନେଶ୍ୱର ରେ ଏଣିକି ଗଛରେ ପୋଷ୍ଟର ଲଗାଇଲେ ଗଣିବେ ୫୦ ହଜାର ଟଙ୍କାର ଫାଇନ୍ l ରାଜଧାନୀ ଭୁବନେଶ୍ୱରକୁ ସ୍ୱଚ୍ଛ, ନିର୍ମଳ ଏବଂ ସଫା ରଖିବା ପାଇଁ ସରକାର ନେଲେ ଏହି ପଦକ୍ଷେପ l

➡️୧୦-ଆସୁଛି ଆଉଏକ ସାମୁଦ୍ରିକ ଝଡ଼, ଦକ୍ଷିଣ ଚୀନ ସାଗରରୁ ଆସନ୍ତା ୨୫ ତାରିଖ ବେଳକୁ ଦକ୍ଷିଣ-ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳକୁ ଏକ ଘୂର୍ଣ୍ଣିବଳୟ ପ୍ରବେଶ କରିବାର ସମ୍ଭାବନା ରହିଛି।

➡️୧୧-ଦେଶର ପ୍ରଥମ ସଂପୂର୍ଣ୍ଣ ସ୍ୱଦେଶୀ ନାଭାଲ ଆଣ୍ଟିଶିପ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ । ସମସ୍ତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଇଛି ଏହି କ୍ଷେପଣାସ୍ତ୍ର l

➡️୧୨-ଦୁର୍ଘଟଣା ପରେ ଚେତିଲେ ସରକାର ! ଏଣିକି ଦେଶରେ ନିର୍ମାଣାଧୀନ ୨୯ ସୁଡ଼ଙ୍ଗର ସୁରକ୍ଷା ଅଡିଟ୍‌ କରିବ NHAI l ସେପଟେ ଉତ୍ତରାଖଣ୍ଡର ଉତ୍ତରକାଶୀରେ ଭୁଶୁଡି ପଡିଥିବା ନିର୍ମାଣାଧୀନ ସିଲ୍‌କୟାରା ସୁଡ଼ଙ୍ଗରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର ନିମନ୍ତେ ଚାଲିଥିବା ଅଭିଯାନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ସ୍ଥାନୀୟ ଅଧିକାରୀ ଦେଲେ ସୂଚନା l

➡️୧୩-ଫାଷ୍ଟଷ୍ଟେ ଫୁଡ ଡେଲିଭରି ଆପ ଭାବେ ପରିଚିତ ସ୍ବିଗିି-ଜୋମାଟୋକୁ ୫୦୦-୫୦୦ କୋଟି ଟଙ୍କାର ହେଲା ଜିଏସଟି ନୋଟିସ l

➡️୧୪-୩୦୦ ପାଲେଷ୍ଟାଇନ୍ କଏଦୀଙ୍କୁ ଛାଡ଼ିବାକୁ ରାଜି ହେଲା ଇସ୍ରାଏଲ୍; ପ୍ରଥମ ପର୍ଯ୍ୟାୟରେ ଛାଡ଼ିବ ୧୫୦ l

➡️୧୫-କାନାଡା ନାଗରିକଙ୍କ ପାଇଁ ପୁଣି ଆରମ୍ଭ ହେଲା ଭିସା ସେବା, ଦୁଇ ମାସରୁ ବନ୍ଦ ରଖିଥିଲା ଭାରତ l

➡️୧୬-ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ସହ ସଂପର୍କ ଅଭିଯୋଗରେ ୪ ଅଧିକାରୀଙ୍କୁ କରାଗଲା ବରଖାସ୍ତ । ୩ ବର୍ଷରେ ସମାନ ମାମଲାରେ ବରଖାସ୍ତ ହେଲେଣି ୫୪ ଅଧିକାରୀ l

➡️୧୭-ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ୪ ଦିନ ପାଇଁ ଯୁଦ୍ଧ ବିରତି ଘୋଷଣା କଲା ଇସ୍ରାଏଲ l

➡️୧୮-ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ ଆଜି ବିଶାଖାପାଟଣାରେ ଖେଳାଯିବ। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବାର ଭାରତ ଖେଳିବ।

➡️୧୯-ଦିନିକିଆ ଫର୍ମାଟ୍‌ରେ ରୋହିତଙ୍କ ଭାଗ୍ୟ ନେଇ ନିଷ୍ପତ୍ତି ନେବ ବିସିସିଆଇ, ଟି-୨୦ କ୍ୟାପ୍ଟେନ୍‌ରୁ ଓହରିବା ନେଇ ସୂଚନା l

➡️୨୦-ବ୍ରାଜିଲ-ଆର୍ଜେଣ୍ଟିନା ଫୁଟବଲ ମ୍ୟାଚ୍‌ରେ ଦର୍ଶକଙ୍କ ମଧ୍ୟରେ ହେଲା ପିଟାପିଟି, ସେପଟେ ପୋଲିସର ଲାଠି ଚାର୍ଜ ପରେ ଖେଳିବେନି କହିଲେ ଲିଓନେଲ ମେସି l

➡️୨୧-କ୍ରିକେଟ୍ ରେ ଆସିଲା ନୂଆ ନିୟମ, ଏଣିକି ବର୍ତ୍ତମାନ ୬୦ ସେକେଣ୍ଡରେ ଆରମ୍ଭ କରିବାକୁ ପଡିବ ପରବର୍ତ୍ତୀ ଓଭର l

*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*

*🔅ଆଜି ଦେବୋତ୍ତାପନ (ବଡ଼) ଏକାଦଶୀ ll*
*🔅ଆଜିଠାରୁ ଭୀଷ୍ମ ପଞ୍ଚକ ଆରମ୍ଭ ll*
*🔅ଆଜି ଶ୍ରୀ ସତ୍ୟସାଇ ବାବା ଜୟନ୍ତୀ ll*
*🔅ଆଜି ଲଷ୍ମୀନାରାୟଣ ବ୍ରତ ll*
*🔅ଆଜି ଧନ୍ୟବାଦ ଅର୍ପଣ ଦିବସ ll*
*🔅ଆଜି ଜାତୀୟ ଶୋକ ଦିବସ ll*
*🔅ଆଜି ଜାତୀୟ ପରିବାର ସ୍ୱାସ୍ଥ୍ୟ ଇତିହାସ ଦିବସ ll*
*🔅ଆଜି ଜାତୀୟ କାଜୁ ଦିବସ ll*
*🔅ଆଜି ଆନ୍ତର୍ଜାତୀୟ ପ୍ରତିଛବି ପରାମର୍ଶଦାତା ଦିବସ ll*

*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*
*ll ଶୁଭ ସକାଳ,ସୁପ୍ରଭାତ ll*