March 13, 2026

ପାରଳାଖେମୁଣ୍ଡି ଠାରେ ଉତ୍କଳ କଳା ଓ ସଂସ୍କୃତି ପ୍ରତିଷ୍ଠାନ, ଗଜପତି ଜିଲ୍ଲା ଶ୍ୟାଖl ଆନୁକୁଲ୍ୟରେ ରାଜ୍ୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା

IMG-20231120-WA0051
Share

ପାରଳାଖେମୁଣ୍ଡି ଠାରେ ଉତ୍କଳ କଳା ଓ ସଂସ୍କୃତି ପ୍ରତିଷ୍ଠାନ, ଗଜପତି ଜିଲ୍ଲା ଶ୍ୟାଖl ଆନୁକୁଲ୍ୟରେ ରାଜ୍ୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା

ପାରଳାଖେମୁଣ୍ଡି:୨୦/୧୧(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ବିସ୍ମୟ କାରୁ କଳା ଜାତୀୟ ସ୍ତରରେ ଏବଂ ଓଡିଶାରେ ଆଜି ବହୁ ପ୍ରଶଂଶିତ ବୋଲି ଆଜିର ମୁଖ୍ୟ ଅତିଥି ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର କହିଥିଲେ। ଗଜପତି ଜିଲ୍ଲାରେ ତିନୋଟି କେନ୍ଦ୍ର ମଧ୍ୟରୁ ପୌରାଞ୍ଚଳର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର -୦୧ରୁ ୨୨୫ଜଣ ସରସ୍ଵତୀ ବିଦ୍ୟାମନ୍ଦିର -୦୨ ,ରୁ ୨୫୧ ଜଣ ,ଉତ୍କଳ ହିତୈଷିଣୀ ସମାଜ ସଭା ଗୃହରେ ୨୭୧ ଜଣ ଏବଂ ମୋହନା ବ୍ଲକ୍ ଲାଲବାହାଦୂର୍ ଶାସ୍ତ୍ରୀ ଉଚ୍ଚ ବିଦ୍ୟାଳୟରୁ୨୩୨ ଜଣ ଛାତ୍ର/ଛାତ୍ରୀ ମୋଟ ୯୭୯ ଜଣ ଅଂଗ୍ରହଣ କରିଥିଲେ।ସରୋଜ କୁମାର ପଣ୍ଡା
ବିଚିତ୍ରାନନ୍ଦ ବେବର୍ତ୍ତା,ସସ୍ମିତା ଦାଶ,ମନୋଜ ପଟ୍ଟନାୟକ
ଆରୁପାଞ୍ଜଳି ମହାନ୍ତି, ଏ.ରାମାରାଓ, ତନିଶା ବେବର୍ତ୍ତା,ଅର୍ଜୁନ ଜେନା, ଡ.କଲ୍ୟାଣୀ ମିଶ୍ର,ସୀତାରାମ ପ୍ରଧାନ,ଆଶାଲତା ପାଣିଗ୍ରାହୀ, ବିନୋଦଚନ୍ଦ୍ର ରଥ, ଏବଂ ମୋହନା ରୁ ଡ.ପ୍ରଦୀପ ଷଡ଼ଙ୍ଗୀ, ତାରିଣୀସେନ ଦାଶ ପ୍ରଭୃତି ଯୋଗଦାନ କରି କାର୍ଯ୍ଯ କ୍ରମକୁ ସଫଳ କରିଥିଲେ।ଆଗାମୀ ୧୨.୦୧.୨୦୨୪ ବିବେକାନନ୍ଦ ଜୟନ୍ତୀ ଅବସରରେ ବିଜୟୀ ଛାତ୍ର,ଛାତ୍ରୀଙ୍କୁ ପୁରସ୍କୃତ କରାଯିବ।