ଜିଲ୍ଲାସ୍ତରୀୟ ଗୋ-ସମ୍ବର୍ଦ୍ଧନା ସପ୍ତାହ ପାଳିତ

3409de15-5f25-4685-b677-d497bc35ad40
Share

ପାରଳାଖେମୁଣ୍ଡି,ତା- ୧୯.୧୧.୨୦୨୩

ଗଜପତି ଜିଲ୍ଲା ସ୍ତରୀୟ ପାରଳାଖେମୁଣ୍ଡି ଠାରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା କାର୍ଯ୍ୟାଳୟ ପରିସରରେ ୭୨ତମ ଜିଲ୍ଲାସ୍ତରୀୟ ଗୋ-ସମ୍ବର୍ଦ୍ଧନା ଉତ୍ସବ-୨୦୨୩ ମହାସମାରୋହରେ ପାଳିତ ହୋଇଯାଇଅଛି ।
ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବରେ ଶ୍ରୀ ସୁରେଶ କୁମାର ପଟ୍ଟନାୟକ,ପ୍ରକଳ୍ପ ନିର୍ଦ୍ଧେଶ ଜଳଛାୟା ଗଜପତି, ଶ୍ରୀ ସୁଶାନ୍ତ ରଞ୍ଜନ ଦାସ, ଉପନିର୍ଦ୍ଦେଶକ, ଉଦ୍ୟାନ ବିଭାଗ ଗଜପତି ଓ ଶ୍ରୀ ହୃଷିକେଶ ଗୌଡ଼, ସଭାପତି ଉତ୍କଳ ଗୋ ମଙ୍ଗଳ ବିକାଶ ପରିଷଦ, ଗଜପତି, ଆସନ ଅଳଙ୍କୃତ କରିଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଡ଼.କଲ୍ୟାଣୀ ମିଶ୍ର, ମହିଳା ମହାଦ୍ୟାଳୟ,ପାରଳାଖେମୁଣ୍ଡି ଏହି ଉତ୍ସବରେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ
ଗୋ-ସମ୍ବର୍ଦ୍ଧନା ଉତ୍ସବର ସଭାପତି ତଥା ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, ଡା.ଧର୍ମାନନ୍ଦ ମହାନ୍ତି ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜିଲ୍ଲାପାଳ ନିଜ ବାର୍ତ୍ତାରେ କହିଥିଲେ ଯେ ଗୋ ପୂଜନର ପ୍ରାସଙ୍ଗିକତା ଏବଂ ଗୋ ସମ୍ପଦ ଦ୍ବାରା ଚାଷୀମାନଙ୍କର ଆର୍ଥିକ ଉନ୍ନତି ସମ୍ପର୍କରେ ଅଭିଭାଷଣ ରଖିଥିଲେ। ଏହାସହିତ ଗୋ ଚାଷୀ ଭାଇ ଭଉଣୀମାନଙ୍କୁ ଗୋ ଚାଷ କରି ନିଜର ଗୁଜୁରାଣ ମେଣ୍ଟାଇବା ପାଇ କହିଥିଲେ ଓ ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତରେ ଜନସାଧରଣଙ୍କୁ ସଚେତନତା କରି ଗୋ ପାଳନ ଚାଷ କରିବା ପାଇଁ କହିଥିଲେ। ମୁଖ୍ୟ ବକ୍ତା ଭାବେ ଡ଼.କଲ୍ୟାଣୀ ମିଶ୍ର ଗୋ-ସମ୍ବର୍ଦ୍ଧନାର ପୃଷ୍ଠଭୂମି, ମହତ୍ଵ ଏବଂ ସମାଜରେ ଗୋପାଳନର ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।ଏହି ଅବସରରେ ଡ଼.ବିଦ୍ୟୁତ୍ ଶେଖର ମିଶ୍ର,ଡ଼ା.ଶ୍ରୀକାନ୍ତ ଖଟୁଆ ଓ ମୃତ୍ୟାଞ୍ଜୟ ଦାଶ ଗୋ ସମ୍ବର୍ଦ୍ଧନା ସମ୍ପର୍କରେ କବିତା ପାଠ କରିଥିଲେ । ପରେ ସମ୍ମାନିତ ଅତିଥିମାନେ ଗୋ ଚାଷ ବିଷୟ ନିଜ ନିଜର ଅଭିଭାଷଣ ରଖିଥିଲେ। ଏହି କାର୍ଯ୍ୟକ୍ରମକୁ ଡ଼ା.ଲିମା ମହାନ୍ତି ପ୍ରାଣୀ ଚିକିତ୍ସକ ରାୟଗଡ ସଭା ପରିଚାଳନା କରିଥିବା ବେଳେ ଡ଼ା.ରମାକାନ୍ତ ରଣା,ଉପଖଣ୍ଡ ପ୍ରାଣୀ ଚିକିତ୍ସକ ପାରଳାଖେମୁଣ୍ଡି ଧନ୍ୟବାଦ୍ ଅର୍ପଣ କରିଥିଲେ।
ଏହି ଅବସରରେ ଜିଲ୍ଲାରେ ଭଳ ଗୋ ପାଳନ ଚାଷୀ ଭାବେ ଭଗବାନ ପାତ୍ର, କେରାଣ୍ଡି ଗ୍ରାମ ପଞ୍ଚାୟତ, ପ୍ରଶାନ୍ତ ପାତ୍ର,ପାରଳାଖେମୁଣ୍ଡି, ରଞ୍ଜିତ ଦଳେଇ, ଗୁରାଣ୍ଡି, ସେହିପରି ବାଛୁରୀ ପାଳନ କ୍ଷେତ୍ରରେ କୃଷ୍ଣ ବେହେରା ଓ କେ.ରାମା ରାଜୁ କେରାଣ୍ଡିଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଛି।
ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା.ନାରାୟଣ ମହାପାତ୍ର, ଡ଼.ଶିବଙ୍କର ସେଠୀ,ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ, ଡ଼ା.ଶୁଭ ବିକାଶ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିବା ବେଳେ ସମସ୍ତ ଗୋଷ୍ଠୀ ପ୍ରାଣୀ ଚିକିତ୍ସକ, ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ବିଭାଗର ସମସ୍ତ କର୍ମଚାରୀ ମାନେ ସହଯୋଗ କରିଥିଲେ। ଏହି ଉତ୍ସବରେ ଜିଲ୍ଲାର ସାତଗୋଟି ବ୍ଲକ୍ ରୁ ୭୦ରୁ ଉର୍ଦ୍ଧ ଗୋପାଳକ ଯୋଗଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

You may have missed