ଦେଶର ସାମ୍ବିଧାନିକ ଅଧିକାରକୁ ହାସଲ କରିବା ପାଇଁ ରାଜ୍ୟର ସମସ୍ତ ଅଞ୍ଚଳରେ ଜନମତ ସୃଷ୍ଟି କରାଯିବ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା

IMG-20231119-WA0041
Share

ଦେଶର ସାମ୍ବିଧାନିକ ଅଧିକାରକୁ ହାସଲ କରିବା ପାଇଁ ରାଜ୍ୟର ସମସ୍ତ ଅଞ୍ଚଳରେ ଜନମତ ସୃଷ୍ଟି କରାଯିବ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା

ବ୍ରହ୍ମପୁର,୧୯/୧୧:ଦେଶର ସାମ୍ବିଧାନିକ

ଅଧିକାରକୁ ହାସଲ କରିବା ପାଇଁ ରାଜ୍ୟର ସମସ୍ତ ଅଞ୍ଚଳରେ ଜନମତ ସୃଷ୍ଟି କରାଯିବ ବୋଲି ସ୍ଥାନୀୟ ଟାଉନହଲ୍ ଠାରେ ସାମାଜିକ ନ୍ୟାୟ ଅଭିଯାନ ଓଡ଼ିଶା ପକ୍ଷରୁ ଆୟୋଜିତ ସଭାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାମାଜିକ ନ୍ୟାୟର ପ୍ରବକ୍ତା ଶ୍ରୀକାନ୍ତ ଜେନା ଆହ୍ବାନ ଦେଇଛନ୍ତି। ସ୍ଥାନୀୟ ଟାଉନ୍ ହଲ୍ ଠାରେ ସାମାଜିକ ନ୍ୟାୟ ଅଭିଯାନ ପକ୍ଷ୍ୟରୁ ଆୟୋଜିତ ସଭା ପୂର୍ବତନ ମନ୍ତ୍ରୀ ହଳଧର କାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଥିଲା।ଏହି ସଭାରେ ନବୀନ ସମ୍ପାଦକ ତଥା ସମାଜସେବୀ ରବି ରଥ, ସମାଜସେବି ଦଣ୍ଡପାଣି ପାତ୍ର, ବରିଷ୍ଠ ଆଇନଜୀବି ରବୀନ୍ଦ୍ରନାଥ ଶର୍ମା ଓ ପ୍ରଦୀପ ଦାସ, ଅକ୍ଷୟ କୁମାର ମଲ୍ଲିକ,ଦତ୍ତାତ୍ରେୟ ବେହେରା,କୁମାର କାର୍ତିକେଶ୍ୱର ପ୍ରଧାନ,ବାବୁଲି ବିନ୍ଧାଣୀରା ପ୍ରମୁଖ ମଞ୍ଚାସିନ ଥିଲେ।ଶ୍ରୀ ଜେନା କହିଲେ ରତ୍ନଗର୍ଭା ଓଡ଼ିଶାର ରତ୍ନଭଣ୍ଡାର ନିଲାମ ଓ ଲୁଟ୍ ବନ୍ଦ କରିବା ପାଇଁ ଓଡ଼ିଶାବାସୀ ସଂଘଠିତ ଉଦ୍ୟମ ଜାରି ରଖନ୍ତୁ ବୋଲି କହିଥିଲେ।ଖଣି,ଖାଦାନ,ଜଙ୍ଗଲ ଜମି ସବୁ ଆମର,ମାଲିକ କିନ୍ତୁ ଟାଟା, ବିର୍ଲା,ବେଦାନ୍ତ, ଆଦାନୀ,ଜିନ୍ଦଲ ଇତ୍ୟାଦି ଇତ୍ୟାଦିଙ୍କ।ଯାହାର ପରିଣାମ ଓଡ଼ିଶା ଆଜି ଗରିବ ଶ୍ରେଣୀରେ ଏକ ନମ୍ୱର ଭାବେ ରହିଅଛି।ମୁଣ୍ଡପିଛା ଆୟ ସବୁଠୁ କମ।ଦାଦନ ଯିବାରେ ଓଡ଼ିଶା ଏକ ନମ୍ୱର ରହିଅଛି ବୋଲି ଶ୍ରୀ ଜେନା ପ୍ରକାଶ କରିଥିଲେ ।ଏହି ସମାବେଶରେ ଗଞ୍ଜାମ ଓ ଗଜପତି ଜିଲ୍ଲାର ୫୦୦ରୁ ଉର୍ଦ୍ଧ୍ବ କର୍ମୀ ଯୋଗ ଦେଇଥିଲେ

You may have missed