August 26, 2026

କର୍ପୋରେଟ୍ ପୁଞ୍ଜି ଓ ହିନ୍ଦୁତ୍ବ ଫାସିବାଦ ବିରୁଦ୍ଧରେ ସଂଘର୍ଷ ତୀବ୍ର କର !

IMG-20231118-WA0037
Share

ପ୍ରେସ୍ ବିବୃତି

 

*କର୍ପୋରେଟ୍ ପୁଞ୍ଜି ଓ ହିନ୍ଦୁତ୍ବ ଫାସିବାଦ ବିରୁଦ୍ଧରେ ସଂଘର୍ଷ ତୀବ୍ର କର !*

 

*୧୦ମ ସର୍ବଭାରତୀୟ ସମ୍ମିଳନୀ ସଫଳ କର*

*ଟ୍ରେଡ ୟୁନିଅନ ସେଣ୍ଟର ଅଫ୍ ଇଣ୍ଡିଆ*

 

ଭୁବନେଶ୍ଵର, ତା ୧୮/୧୧. ବିଶ୍ଵତମାମ ଆଜି ଶ୍ରମିକ ଶ୍ରେଣୀ ଉପରେ ଶୋଷଣ ତୀବ୍ରରୁ ତୀବ୍ରତର ହେବାରେ ଲାଗିଛି । ନିୟନ୍ତ୍ରଣ ହେବାର କୌଣସି ଲକ୍ଷଣ ଦେଖାଯାଉନାହି । ସର୍ବହରା ଶ୍ରମିକ ଶ୍ରେଣୀର ସଂଘର୍ଷକୁ ଦମନ କରିବା ପାଇଁ ଆଜିର କଠୋର ଦକ୍ଷିଣ ପନ୍ଥୀ ନବ ଉଦାରବାଦୀ ରାଷ୍ଟ୍ରମାନେ ନବ ଫାସିବାଦୀ ଅତ୍ୟାଚାର ର ସାହାରା ନେଉଛନ୍ତି । ବହୁ ସଂଘର୍ଷରେ ହାସଲ ହୋଇଥିବା ଶ୍ରମ ଆଇନକୁ ଛଡାଇ ନେବା, ମଜୁରୀ ହ୍ରାସ କରିବା, ସାମାଜିକ ସୁରକ୍ଷା ପ୍ରତ୍ୟାହାର କରିବା, ୟୁନିଅନ କରିବାର ଅଧୁକାର ରୁ ବଚିଂତ କରିବା, ଅଭୁତପୂର୍ବ ବେକାରୀ ସୃଷ୍ଟି କରିବା ଆଦି ଶ୍ରମିକ ବିରୋଧ ଶ୍ରମ ଆଇନ ସବୁ ଦେଶରେ ପ୍ରଣୟନ କରାଯାଉଛି ।

ଏହାର ଅଂଶ ବିଶେଷ ମୋଦି ସରକାର ୪୪ଟି ଶ୍ରମ ଆଇନ ବଦଳରେ ଶ୍ରମିକ ବିରୋଧ କର୍ପୋରେଟ ସପକ୍ଷବାଦୀ ୪ ଟି ଶ୍ରମ ସଂହିତା ଆଣି ବନ୍ଧୁଆ ଶ୍ରମିକ ମାନ୍ୟତା ଦେବାର ବ୍ୟବସ୍ଥା କରିଛନ୍ତି | ସଂଗଠିତ କ୍ଷେତ୍ରକୁ ହ୍ରାସ କରି କର୍ପୋରେଟ୍ ଫାସିବାଦୀ ଶାସନ ଅଣସଂଗଠିତ କ୍ଷେତ୍ରର ଦ୍ରୁତ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରୁଅଛି । ଯେଉଁଠାରେ ଆଠ ଘଣ୍ଟିଆ କାମ ଓ ସର୍ବନିମ୍ନ ମଜୁରୀ ଳାଗୁ ହୁଏ ନାହିଁ । ଆଉଟସୋର୍ସିଂ, ଚୁକ୍ତିଭିତିକ କାର୍ଯ୍ୟ, କାମରେ ଲଗାଅ ଏବଂ ବାହର କର, ମଜୁରୀ ହ୍ରାସ କରିବା ହେଉଛି ମୂଳ ଉଦ୍ଦେଶ୍ୟ ।

କେନ୍ଦ୍ରୀୟ ଟ୍ରେଡ ୟୁନିଅନମାନେ ବୃହତ କର୍ପୋରେଟ ପୁଞ୍ଜି ବିରୋଧରେ ସଂଘର୍ଷ କରିବା ପାଇଁ ଶ୍ରମିକ ଶ୍ରେଣୀକୁ ସଂଗଠିତ କରିବା ବଦଳରେ ଅର୍ଥନୀତିବାଦ ଏବଂ ସଂସ୍କାରବାଦର ପ୍ରବକ୍ତା ହୋଇ ସାରିଛନ୍ତି । କଠୋର ଦକ୍ଷିଣପନ୍ଥୀ, ନବ ଉଦାରବାଦୀ ଏବଂ କର୍ପୋରେଟ ଫାସିବାଦୀ ଶାସନର ଶ୍ରମିକ ବିରୋଧ ନୀତି ବିରୁଦ୍ଧରେ ରାଜନୈତିକ ସଂଘର୍ଷ କରିବାରେ ଅସମର୍ଥ ହୋଇପଡିଛନ୍ତି । ଏଭଳି ଏକ ଘଡିସନ୍ଧି ମୁହୂର୍ତରେ ଟ୍ରେଡ ୟୁନିଅନ ସେଣ୍ଟର ଅଫ ଇଣ୍ଡିଆର ୧୦ମ ସର୍ବଭାରତୀୟ ସମ୍ମିଳନୀ ଆସନ୍ତା ୨୭ ରୁ ୨୯ ଜାନୁଆରୀ ୨୦୨୪ ତିନିଦିନ ଧରି ଭୁବନେଶ୍ଵର ଲୋହିଆ ଏକାଡେମୀରେ ଅନୁଷ୍ଠିତ ହେବ । ଏହାକୁ ସଫଳ କରିବା ପାଇଁ ଗତକାଲି ଇନକିଲାବ ଭବନରେ ଅଭ୍ୟର୍ଥନା କମିଟି ଗଠନ ହୋଇଯାଇଛି । ଏହାର ଅଧ୍ୟକ୍ଷ ପରିବେଶବିତ ପ୍ରଫୁଲ ସାମନ୍ତରା, ଉପାଧ୍ୟକ୍ଷ ବାମପନ୍ଥୀ ରାଜନୈତିକ କର୍ମି ଶ୍ରୀମନ୍ତ ମହାନ୍ତି, ଶଙ୍କର ଇନକିଲାବ ସଂପାଦକ ଭାବେ କାର୍ଯ୍ୟ ସଂପାଦନ କରିବେ । ଅଭ୍ୟର୍ଥନା କମିଟିରେ ଶ୍ରମିକ, କୃଷକ, ମହିଳା, ଆଦିବାସୀ, ଦଳିତ, ବସ୍ତିବାସିନ୍ଦା ଅଧୁକାର ଆନ୍ଦୋଳନ, ଯୁବକ ଏବଂ ଛାତ୍ର, ବିସ୍ଥାପନ ଓ ଗଣତାନ୍ତ୍ରିକ ଅଧିକାର ର ୪୩ଜଣ ନେତୃବୃନ୍ଦ ସାମିଲ ହୋଇଥିଲେ । ଆସନ୍ତା ଡିସେମ୍ବର ୧୧/୧୨, ୨୦୨୩ରେ ବ୍ରହ୍ମପୁର ଠାରେ ଟିୟୁସିଆଇ ରାଜ୍ୟ ସମ୍ମିଳନୀର ନିର୍ବାଚିତ ପ୍ରତିନିଧ୍ଵଙ୍କ ଭାରତ ତଥା ବିଦେଶରେ ଥିବା ଭାଇଚାରା ସଂଗଠନର ପ୍ରତିନିଧୁମାନେ ଏହି ସମ୍ମିଳନୀରେ ଅଶ୍ୱ ଗ୍ରହଣ କରିବେ ।

ଶ୍ରମିକ ଆନ୍ଦୋଳନକୁ ବୈପ୍ଲବିକ ଆଭିମୂଖ୍ୟ ପ୍ରଦାନ କରିବା ଦିଗରେ ଏହି ସମ୍ମିଳନୀ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବ । ଅଣସଂଗଠିତ ଶ୍ରମିକମାନଙ୍କ ପାଇଁ ଉପଯୁକ୍ତ ସଂଗଠନ ଭାବେ ଠୋସ ଯୋଜନା ପ୍ରସ୍ତୁତ କରିବ । ଯେଉଁଠାରେ ୯୫ପ୍ରତିଶତରୁ ଅଧ‌ିକ ଭାରତୀୟ ଶ୍ରମିକ ଶ୍ରେଣୀ ଜୀବିକା ନିର୍ବାହ ପାଇଁ ନିୟୋଜିତ ଅଛନ୍ତି । ଜାତିଭିତିକ ଭାରତୀୟ ସମାଜରେ ସ୍ଵାଧୀନତା, ଗଣତନ୍ତ୍ର ଏବଂ ସମାଜବାଦ ପାଇଁ ଲଢ଼ିବା ନିମନ୍ତେ ଟିୟୁସିଆଇକୁ ପୁନର୍ଗଠନ କରିବା ଏହି ସମ୍ମିଳନୀର ଉଦ୍ଦେଶ୍ୟ । ଯାହା ଶ୍ରମଜୀବିଙ୍କ ଏକତା ପାଇଁ ଅପରିହାର୍ଯ୍ୟ । ଜାତି ବିଲୋପ ପାଇଁ ସୃଷ୍ଟ ଦୃଷ୍ଟିକୋଣ ସହିତ କର୍ପୋରେଟ୍ ଫାସିବାଦକୁ ପରାସ୍ତ କରିବା ଏକ ପ୍ରମୁଖ ଆହ୍ବାନ ବୋଲି ସର୍ବଭାରତୀୟ କେନ୍ଦ୍ରୀୟ ସଂଯୋଜକ ଆଉ ମାନସାୟା ଆହ୍ବାନ ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଟିୟୁସିଆଇ ର ସର୍ବଭାରତୀୟ ସଂଯୋଜକ ଆର ମାନସାୟା, ଅଭ୍ୟର୍ଥନା କମିଟିର ଉପାଧ୍ୟକ୍ଷ ବାମପନ୍ଥୀ ରାଜନୈତିକ କର୍ମୀ ଶ୍ରୀମନ୍ତ ମହାନ୍ତି, ଟିୟୁସିଆଇ ର ରାଜ୍ୟ ସଂଯୋଜକ ଶଙ୍କର, ଓଡିଶା ନିର୍ମାଣ ଶ୍ରମିକ ୟୁନିଅନର ରାଜ୍ୟ ସାଧାରଣ ସଂପାଦକ ବିଚିତ୍ର ପାତ୍ର, କାର୍ଯ୍ୟକାରୀ ସଭାପତି ନଳୀନିକାନ୍ତ ତ୍ରିପାଠୀ, ଘରୋଇ ମହିଳା ଶ୍ରମିକ ୟୁନିଅନ ର ସାଧାରଣ ସଂପାଦିକା ଶଶୀରେଖା ବେହେରା, ରାମଚନ୍ଦ୍ର ବାହତ୍ୟା, ଓଡିଶା ମନରେଗା ଶ୍ରମିକ ୟୁନିଅନର ପି. ପାର୍ବତୀ ଆଦି ଉପସ୍ଥିତ ଥିଲେ ।

You may have missed