June 23, 2026

ସ୍କୁଲ ବାରଣ୍ଡାରେ ଦିନକାଟୁଥିବା ବୃଦ୍ଧଙ୍କୁ ଉଦ୍ଦାର କଲା ବ୍ୟାସ ଫାଉଣ୍ଡେସନ 

IMG-20231117-WA0035
Share

ସ୍କୁଲ ବାରଣ୍ଡାରେ ଦିନକାଟୁଥିବା ବୃଦ୍ଧଙ୍କୁ ଉଦ୍ଦାର କଲା ବ୍ୟାସ ଫାଉଣ୍ଡେସନ

ଏରସମା ::- ମଣିଷ ଯେତେ ଶିକ୍ଷିତ ହେଉଛି ସେତେ ମାନବିକତା ବିହୀନ କାର୍ଯ୍ୟ କରିଚାଲିଛି ! ଏପରିକି ବର୍ତ୍ତମାନ ସମୟରେ ମାଆ ବୁଢ଼ୀ ହେଇଗଲେ ତଣ୍ଟିଆ ମାରି ଘରୁ ବାହାର କରି ଦେଉଛନ୍ତି ! ବଂଚିବା ସମୟରେ ଖାଇବାକୁ ଗଣ୍ଡେ ଦେଉ ନଥିବା ବେଳେ ମରିଗଲା ପରେ ହଜାରେ ଲୋକଙ୍କ ପାଇଁ ଭୋଜି ଦେଉଛନ୍ତି ! ଆଉ ବାହାବା ନେଉଛନ୍ତି ଯେ ମାଆ ମାରିଛି ଗ୍ରହ ଯାଇଛି , ତେଣୁ ଭୋଜି ଖାଇ ଆନନ୍ଦରେ ଆଶୀର୍ବାଦ କର ! ସେଇପରି ଜଣେ ମାଆକୁ ଘରୁ ବାହାର କରିଦେଇ ଛନ୍ତି ପରିବାର ଜନ ! ଜଗତସିଂହପୁର ଜିଲ୍ଲାର ଏରସମା ସୋମପୂର୍ ଅଞ୍ଚଳ ର ରଜନୀ ଗଡୁଆ ବୟସ ୮୫ ନାମ୍ନୀ ବୃଦ୍ଧା ଙ୍କ କଥା ଅତ୍ୟନ୍ତ ସ୍ପର୍ଶକlତର ଅଟେ।ଜୀବନ ର ଅପରାହ୍ନ ରେ ସେ ଯେତବେଳେ ଆତ୍ମୀୟ ସ୍ୱଜନ ,ପୁଅ ବୋହୁ ନାତି ନାତୁଣୀ ଙ୍କ ସେବା ଯତ୍ନ ରେ ସମୟ ବିତାଇବା କଥା, ସେତେବେଳେ ସେ ପରିବାର ଦ୍ଵାରା ବିତାଡିତା ହୋଇ ୧୫ ଦିନ ହେବ ଏଣେ ତେଣେ ବୁଲା ବୁଲି କରି ପରିଶେଷ ରେ ସୋମପୁର ହାଇସ୍କୁଲ ପରିସର ରେ ଆଶ୍ରୟ ନେଇଥିଲେ।ସହୃଦୟ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମନୋରଞ୍ଜନ ମହାନ୍ତି ମାଉସୀ ଙ୍କ ଅସହାୟତା ପ୍ରତି ଦୃଷ୍ଟି ଦେଇ ବିଦ୍ୟାଳୟ ପରିସର ରେ ଥିବା ଅଙ୍ଗନୱାଡ଼ି ଦିଦି ଶ୍ରୀମତୀ ମିନ୍ନତି ମଲ୍ଲିକ ଙ୍କୁ ପିଲା ଙ୍କ ପାଇଁ ରନ୍ଧା ଯାଇଥିବା ଖାଦ୍ୟ ରୁ କିଛି ଦେବା ପାଇଁ ନିବେଦନ କରି ନିଜର ବ୍ୟକ୍ତିଗତ ପ୍ରଚେଷ୍ଟା ରେ ମଧ୍ୟ ମାଉସୀ ୧୫ ସେଠାରେ ବିତାଇଥିଲେ।ମାତ୍ର ମାଉସୀ ଙ୍କ ପୂର୍ଣ୍ଣ ଥଇଥାନ ସଂପର୍କ ରେ ପ୍ରଧାନ ଶିକ୍ଷକ ବ୍ୟାସ ଫାଉଣ୍ଡେସନ ର ଉପଦେଷ୍ଟା ପଣ୍ଡିତ ଅଧ୍ୟାପକ ପ୍ରଶାନ୍ତ କୁମାର ଶତପଥୀ ଙ୍କ ମାଧ୍ୟମ ରେ ଫାଉଣ୍ଡେସନ ର ଅଧ୍ୟକ୍ଷା ଶ୍ରୀମତୀ ସ୍ନେହମୟୀ ଆଚାର୍ଯ୍ୟ ଙ୍କ ସହ ଯୋଗାଯୋଗ କରିବା ସହ ଆଜି ର ପ୍ରତିକୂଳ ପାଗ କୁ ଖାତିର ନ କରି ଶ୍ରୀମତୀ ଆଚାର୍ଯ୍ୟ ସୋମପୁର ରୁ ମାଉସୀ ଙ୍କୁ ବିଦ୍ୟାଳୟ ର ପରିସର ରୁ ଉଦ୍ଧାର କରି ସଂତୋଷୀ ଜରlଶ୍ରମ ପାରାଦ୍ଵୀପ ଦାୟିତ୍ଵ ରେ ଥିବା ମାଗୁଣି ଚରଣ ମଲ୍ଲିକ ଓ ଜଗନ୍ନାଥ ମଲ୍ଲିକ ଙ୍କ ତତ୍ୱା ବୋଧନ ରେ ଥଇଥାନ କରି ପାରିଛନ୍ତି।ଶ୍ରୀମତୀ ଆଚାର୍ଯ୍ୟ ଙ୍କ ସହ ରଶ୍ମିତା ନାୟକ, ସ୍ମୃତି ରଞ୍ଜନ ପ୍ରମୁଖ ଫାଉଣ୍ଡେସନର ସଦସ୍ୟ ମାନେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ରେ ସହାୟତା ପ୍ରଦାନ କରିଥିଲେ।ବ୍ୟାସ ଫାଉଣ୍ଡେସନ ର ଏପରି ସମାଜ କଲ୍ୟାଣ କାର୍ଯ୍ୟ ରେ ସ୍ଥାନୀୟ ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି

 

ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୁଜ ଉପାନ୍ତ ଓଡିଶା !

You may have missed