ରାଜ୍ୟ ସ୍ତରୀୟ ଶିଶୁ ଦିବସ ପାଳନ

IMG-20231117-WA0032
Share

ରାଜ୍ୟ ସ୍ତରୀୟ ଶିଶୁ ଦିବସ ପାଳନ

 

ତା ୧୪.୧୧.୨୦୨୩ ରିଖ ଠାରୁ ୧୬.୧୧.୨୦୨୩ ରିଖପଯ୍ୟନ୍ତ ରାଜ୍ୟ ସ୍ତରୀୟ ଶିଶୁ ଦିବସ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଅଛି।ଏହି କାର୍ଯ୍ୟକ୍ରମକୁ ପ୍ରତ୍ୟକ ଜିଲ୍ଲାରୁ ୬ଜଣ ଭିନ୍ନକ୍ଷମ ଏବଂ ୨ଜଣ ସାଧାରଣ ବର୍ଗର ଛାତ୍ରଛାତ୍ରୀ ଓ ଏସ୍କର୍ଟ ୨ ଜଣ ଲେଖାଏଁ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଅଞ୍ଜଳି ର ଡାଇରେକ୍ଟର ଡ.ଶ୍ରୁତି ମହାପାତ୍ରଙ୍କ ଦ୍ୱାରା ଆୟୋଜନ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ଭିନ୍ନକ୍ଷମ କମିଶନର ଶ୍ରୀମତି ବ୍ରତିତ ପାଣିଗ୍ରାହୀ ଓ ସିନେ ଅଭିନେତ୍ରୀ ଅର୍ଚ୍ଚିତା ମାମ , ବିଭାଗୀୟ ସଚିବ ଶ୍ରୀଯୁକ୍ତ ବିଷ୍ଣୁପଦ ସେଠୀ ପ୍ରଦୀପ ଜାଳି ଶୁଭଆରମ୍ଭ କରିଥିଲେ। ତତ୍ ପରେ ଭିନ୍ନକ୍ଷମ ଓ ସାଧାରଣ ବର୍ଗର ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରକାର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ମୋହନା ବ୍ଲକ

ସେଵାଶ୍ରମ ବିଦ୍ୟାଳୟ ରାଣୀଖମା ର ଦିବ୍ୟାଙ୍ଗ ଛାତ୍ର ଶ୍ରୀ ଜରା ସେଠି ଶ୍ରେଣୀ ଷଷ୍ଠ ବୟସ ୧୨ ନୃତ୍ୟ ରେ ରାଜ୍ୟ ସ୍ତରୀୟ ଅଞ୍ଜଳି ପ୍ରତିଗୋଗିତା ରେ ଅଂଶ ଗ୍ରହଣ କରି ସୁନାମର ଅଧିକାରୀ ହୋଇଛନ୍ତି। ଏମାନଙ୍କୁ ମୋହନା ବ୍ଲକ୍ ଗୋଷ୍ଠି ସମ୍ବଳ ଶିକ୍ଷକ ଶ୍ରୀ ସୁମନ୍ତ ପ୍ରଧାନ ଓ CRCC ଶିକୁଳିପଦର ଶ୍ରୀ ଜିତେନ୍ଦ୍ର କୁମାର ପ୍ରଧାନ ସୁରକ୍ଷା ଅଧିକାରୀ ଭାବେ ଭୁବନେଶ୍ୱର ଧରି ଯାଇଥିଲେ।ଏଣୁ ଗୋଷ୍ଠି ଶିକ୍ଷା ଅଧିକାରୀ ମୋହନା , ଶ୍ରୀ ନରେନ୍ଦ୍ର କୁମାର ବେହେରାଙ୍କ ମହଦୋୟଙ୍କ ନିର୍ଦେଶ କ୍ରମେ,ABEO cum BRCC ଶ୍ରୀ କେ .କୁନା ପାତ୍ର,ABEO ଶ୍ରୀ Druga prasad ପାତ୍ର ମହୋଦୟ ତଥା ଅଫିସର ସମସ୍ତ କର୍ମକର୍ତ୍ତା ମାନେ ସ୍ବାଗତ କରିବା ସହିତ ସାଧୁବାଦ ଜଣାଇଥିଲେ।ଗୋଷ୍ଟି ସମ୍ବଳ ଶିକ୍ଷକ ଶ୍ରୀ ପ୍ରକାଶ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

You may have missed