October 21, 2026

ଗଜପତି:- ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ-୨୦୨୩ ପାଳନ ଅବସର’ରେ କୃତ୍ରିମ ବୁଦ୍ଧିମତା ଯୁଗରେ ଗଣମାଧ୍ୟମ ସମ୍ପର୍କିତ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ

IMG-20231116-WA0022
Share

ଗଜପତି:- ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ-୨୦୨୩ ପାଳନ ଅବସର’ରେ କୃତ୍ରିମ ବୁଦ୍ଧିମତା ଯୁଗରେ ଗଣମାଧ୍ୟମ ସମ୍ପର୍କିତ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ
———————————————
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଆଜି ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ-୨୦୨୩ ପାଳନ ଓ “କୃତ୍ରିମ ବୁଦ୍ଧିମତା ଯୁଗରେ ଗଣମାଧ୍ୟମ” ପ୍ରସଙ୍ଗ ସମ୍ପର୍କିତ ଉପରେ ଏକ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନ ଅନ୍ତର୍ଗତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୂଲ୍ୟ’ରେ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମ’ରେ ବରିଷ୍ଠ ସାମ୍ବାଦିକ ଶ୍ରୀ ଦ୍ୱିଜେନ୍ଦ୍ର ନାଥ ପାଢୀ’ଙ୍କ ସଭାପତିତ୍ବ’ରେ ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗଣମାଧ୍ୟମ ଦେଶର ଚତୁର୍ଥ ସ୍ତମ୍ଭ ଏବଂ ସେମାନେ ସମାଜ’ର ଜାଗ୍ରତ ପ୍ରହରୀ । ସମାଜ’ରେ ଘଟୁଥିବା ବିଭିନ୍ନ ସମସ୍ୟା ଓ ଅସୁବିଧା’କୁ ସେମାନେ ଲୋକ ଲୋଚନ’କୁ ଆଣିବା ସହ ପ୍ରଶାସନ ମାଧ୍ୟମରେ ତାହା ସମାଧାନ ଓ ପ୍ରତିକାର କରାଇବାରେ ବେଶ୍ ସହାୟକ ହୋଇଥାନ୍ତି । ତେବେ କୃତିମ ବୁଦ୍ଧିମତା ଯୁଗରେ ସୀମା ଉଲଂଘନ କରିବା ଦିଗରେ ନିବୃତ୍ତ ରହି ସବୁବେଳେ ସତ୍ୟ ଓ ନିର୍ଭୀକ ସମ୍ବାଦ ପରିବେଷଣ କରି ସୁସ୍ଥ ସମାଜ ଗଠନ ଦିଗରେ ବ୍ରତୀ ହେବାକୁ ଆହ୍ବାନ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ’ରେ ଜିଲ୍ଲା ପରିଷଦ’ର ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ ଗୁଣନିଧି ନାୟକ ଏବଂ ବରିଷ୍ଠ ସାମ୍ବାଦିକ ଶ୍ରୀ ଗରୁଡ଼ ଧ୍ଵଜ ଚୋଧୁରୀ ପ୍ରମୁଖ ମଞ୍ଚାସିନ ଅଧିକାରୀ ଭାବେ ଯୋଗଦେଇ ପ୍ରସଙ୍ଗ ଭିତ୍ତିକ ଆଲୋଚନା କରିଥିଲେ ।
ଏହି ଅବସର’ରେ ନିକଟ ଅତୀତ’ରେ ଜିଲ୍ଲା’ର କାଶୀନଗର’ର ମୃତ୍ୟୁ ବରଣ କରିଥିବା ସ୍ବର୍ଗତ ସାମ୍ବାଦିକ ସତ୍ୟ ନାରାୟନ ଚୌଧରୀ’ଙ୍କ ପତ୍ନୀ’ଙ୍କୁ ସରକାରଙ୍କ ପ୍ରଦତ୍ତ ଆର୍ଥିକ ସହାୟତା ରାଶି ଜିଲ୍ଲାପାଳ ଶ୍ରୀ ପ୍ରଧାନ ପ୍ରଦାନ କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜାତୀୟ ପ୍ରେସ ଦିବସ ୨୦୨୩ ପାଳନ ଅବସର’ରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା’ର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ବଣ୍ଟନ କରା ଯାଇଥିଲା ।
ଶେଷରେ ଡ଼ିଆଇ:ପିଆରଓ: ଶ୍ରୀ ପ୍ରଦୀପ୍ତ ଗୁରୁମାଇ ଉପସ୍ଥିତ ସମସ୍ତ’ଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
———————————————– ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି(ଗଜପତି)
————————————————

You may have missed