ବୁଗୁଡ଼ା ବ୍ଳକ ଘେରାଉ ପାଇଁ ବିଜେପିର ପ୍ରସ୍ତୁତି ବୈଠକ

IMG-20231114-WA0026
Share

 

ବୁଗୁଡା : ତା ୧୪/୧୧/୨୩ : ସ୍ଥାନୀୟ ମାଳିଝୋଳା ଠାକୁରାଣୀ ମନ୍ଦିର ପରିସରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆସନ୍ତା ୧୬ ତାରିଖ ଗୁରୁବାର ଦିନ ବୁଗୁଡ଼ା ବ୍ଳକ ଘେରାଉ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଘୁମୁସର ଜିଲ୍ଲା ଭାଜପା ସଭାପତି ଗୋକୁଳାନନ୍ଦ ମଳିକଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ବ୍ଳକରେ ବିଭିନ୍ନ ଯୋଜନାରେ ହେଉଥିବା ବ୍ୟାପକ ଦୁର୍ନୀତିର ପ୍ରତିବାଦ କରି ଗୁରୁବାର ଦିନ ବିଜେପି ପକ୍ଷରୁ ବ୍ଳକ ଘେରାଉ ନିମନ୍ତେ ବୈଠକରେ ନିଷ୍ପତ୍ତି ହୋଇଥିଲା। ଏଥିରେ ଘୁମୁସର ଜିଲ୍ଲା ଭାଜପା ଯୁବ ମୋର୍ଚ୍ଚା ସାଧାରଣ ସଂପାଦକ କୃଷ୍ଣ ଚନ୍ଦ୍ର ମହାପାତ୍ର, ଉପସଭାପତି କେଦାର ମହାରଣା, ସଂଯୋଜକ ହରିକୃଷ୍ଟ ସାହୁ, ବାଲିପଦର ମଣ୍ଡଳ ସଭାପତି ଭଗବାନ ଜେନା, କରଚୁଲି ମଣ୍ଡଳର ସଭାପତି ଦିଲ୍ଲୀପ କୁମାର ପ୍ରଧାନ, ମାଣିତରା ମଣ୍ଡଳ ସଭାପତି ସୁଶାନ୍ତ କୁମାର ଡାକୁଆଙ୍କ ସମେତ ଭାଜପାର କର୍ମକର୍ତ୍ତା ଓ କର୍ମୀମାନେ ଉପସ୍ଥିତ ରହିଥିଲେ ।

You may have missed