ପୁରୀ ଶ୍ରଜଗନ୍ନାଥଙ୍କ ଚାରି ଦ୍ଵାର ସହ ରତ୍ନ ଭଣ୍ଡାର ଖୋଲିବା ପାଇଁ କଂଗ୍ରେସ ସଙ୍କୀର୍ତ୍ତନ ସତ୍ୟାଗ୍ରହ

WhatsApp Image 2023-11-09 at 12.06.25 PM
Share

—–
ଗଜପତି ଜିଲ୍ଲାର ମୋହନା ଠାରେ ଆଜି କଂଗ୍ରେସ ଦଳ ପକ୍ଷରୁ ସଙ୍କୀର୍ତ୍ତନ ସତ୍ୟାଗ୍ରହ ଏବଂ ସଚେତନତା ଶୋଭାଯାତ୍ରା ସହ ମୋହନା ସ୍ଥିତ ଜଗନ୍ନାଥ ମନ୍ଦିର ଠାରେ ଦ୍ଵିପ ପ୍ରଜ୍ବଳନ କରାଯାଇଥିଲା ଏହି କାର୍ଯ୍ୟକ୍ରମରେ ମୋହନା ବିଧାୟକ ତଥା ଜିଲ୍ଲା କଂଗ୍ରେସ କମିଟି ସଭାପତି ଦାଶରଥି ଗମାଙ୍ଗ ଏହାର ନେତୃତ୍ଵ ନେଇଥିଲେ। ଏହି ଶୋଭାଯାତ୍ରା ମୋହନା କଲେଜ ଠାରୁ ବାହାରି ସହର ପରିକ୍ରମା କରି ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପହଞ୍ଚି ଦ୍ଵିପ ପ୍ରଜ୍ବଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ଶତାଧିକ ପୁରୁଷ ଓ ମହିଳା ତାଳ ଘଣ୍ଟ ମହୁରୀ ମୃଦଙ୍ଗ ବଜାଇ ସହର ପରିକ୍ରମା କରିଥିଲେ। ଏହି କାର୍ଯ୍ୟକ୍ରମ ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଆହ୍ବାନ କ୍ରମେ ରାଜ୍ୟ ବ୍ୟାପି ଅନୁଷ୍ଠିତ ହେଉଥିବା ଜଣାପଡିଛି। ମୋହନା ବିଧାୟକ ଦାଶରଥି ଗମାଙ୍ଗ ଙ୍କ ନେତୃତ୍ୱରେ ମୋହନା ବ୍ଲକ କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ବିଷୋୟୀ ଙ୍କ ସମେତ ଲକ୍ଷ୍ମଣ ବଳିଆରସିଂ, ବିନୟ ନାୟକ, ଦୁଃଶାସନ ପ୍ରଧାନ, ନରେଶ ନାୟକ, ଟୁଟୁ ପାଣିଗ୍ରାହି, ମଙ୍ଗଳୁ ଗୌଡ, ବିଶ୍ଵନାଥ ବିଷୋୟୀ, ଉପେନ୍ଦ୍ର ବେବର୍ତ୍ତା, ପ୍ରତାପ ଚନ୍ଦ୍ର ନାୟକ, ଘନଶ୍ୟାମ ମହଁକୁଡ, କୈଳାସ ବଡ ରଇତ ଙ୍କ ସମେତ ମହିଳା, ଯୁବ, ଛାତ୍ର କଂଗ୍ରେସ ର ଶତାଧିକ ସମର୍ଥକ ଏହି ସତ୍ୟାଗ୍ରହ ଶୋଭାଯାତ୍ରା ରେ ଯୋଗ ଡେଇ ଶ୍ରୀମନ୍ଦିରର ଚାରି ଦ୍ଵାର ସହ ରତ୍ନ ଭଣ୍ଡାର ଖୋଲିବା ପାଇଁ ଦାବି କରିବା ସହ ରାଜ୍ୟବାସୀଙ୍କ ସମର୍ଥନ ପାଇବା ପାଇଁ ସହର ପରିକ୍ରମା କରିଥିଲେ।

You may have missed