October 5, 2024

ଜାତୀୟ ସ୍ୱାସ୍ଥ୍ୟ ମିଶନ” କାମରେ ଦୁର୍ନୀତିର ଗନ୍ଧ l

Share

“ଜାତୀୟ ସ୍ୱାସ୍ଥ୍ୟ ମିଶନ” କାମରେ ଦୁର୍ନୀତିର ଗନ୍ଧ l

(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)

ଉମରକୋଟ :-(ଆ.ପ୍ର)
ନବରଙ୍ଗପୁର ଜିଲ୍ଲା ଉମରକୋଟ, ଚନ୍ଦାହାଣ୍ଡି, ଝରୀଗାଁ ଓ ରାଇଘର ଅଞ୍ଚଳରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ତରଫରୁ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକର ରକ୍ଷଣାବେକ୍ଷଣ ଓ ମରାମତି ସହ ନୂତନ କୋଠା ନିର୍ମାଣ ଚାଲିଛି l କେନ୍ଦ୍ର ସରକାରଙ୍କ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣଧୀନ କୋଠା ଗୁଡିକର କାମରେ ଦିନ ଦିପହରେ ଚାଲିଛି ହରିଲୁଟ l ଠିକାଦାର ଓ ଅଫିସରଙ୍କ ଭିତରେ ମଧୁଚନ୍ଦ୍ରିକା ଓ ପିସି କାରବାର ରୋଗୀ ମାନଙ୍କ ଜୀବନକୁ ପାଣି ଛଡେଇ ଦେଇ ନିଜ ପକେଟ ଗରମ କରିଚାଲିଛନ୍ତି l ଦୀର୍ଘ ଦିନରୁ ଚାଲିଥିବା ଉମରକୋଟ ସ୍ୱାସ୍ଥ୍ୟ କେନ୍ଦ୍ରର ନୂତନ କୋଠା ଏହାର ନଗ୍ନ ଉଦାହରଣ l ଚାଲିଥିବା କାମର କୌଣସି ସୂଚନା ଫଳକ ଲାଗିନଥିବାବେଳେ କାମ ସମ୍ପୂର୍ଣ ଭାବେ ନିମ୍ନ ମାନର l କଥାରେ ଥିବା “ସରକାର କା ମାଲ, ଦରିୟା ମେ ଡାଲ” ପଂକ୍ତିଟିକୁ ସମୁର୍ଣ ଭାବେ କାମରେ ଲଗେଇ ଦେଇଛନ୍ତି ଠିକାଦାର l ବହୁ ବୁଝାବୁଝି କଲା ପରେ ଉକ୍ତ କାମଟି ପ୍ରାୟ ୭ କୋଟି ଟଙ୍କାର ବୋଲି ଜଣାପଡିଛି l ଏହି ୭ କୋଟି ଟଙ୍କା ବ୍ୟୟରେ ହେଉଥିବା ନୂତନ କୋଠା ଦ୍ୱାରା ସ୍ଥାନୀୟ ଲୋକ କେତେ ଦୂର ଉପକୃତ ହେବେ ତାହା ଆପଣମାନେ ନିମ୍ନଲିଖିତ କେତେକ ତଥ୍ୟରୁ ସ୍ପଷ୍ଟ ଅନୁମାନ କରି ପାରିବେ l ନୂତନ କୋଠାରେ ହୋଇଥିବା କାନ୍ଥ ଗୁଡିକ ଏବେଠୁ ଫାଟି ଆଁ କଲାଣି l କୋଠାରେ ହୋଇଥିବା ରଙ୍ଗ କାମ ନାଁକୁ ମାତ୍ର କରାଯାଇଛି l କୋଠରୀ ଗୁଡିକୁ ଅମ୍ଳଜାନ ଯୋଗାଇବା ନିମନ୍ତେ ଥିବା ପାଇପ ଗୁଡିକୁ ୱେଲଡିଙ୍ଗ ପରେ ରଙ୍ଗ ନମାରି ଛାଡ଼ିଦେବା ଫଳରେ ସେଗୁଡିକ କଳଙ୍କି ଲାଗିଲାଣି l ବାହାର ପଟେ ଥିବା ଲୁହା ପାଇପ ଗୁଡିକ କଳଙ୍କି ଲାଗି ସଢ଼ିଲାଣି l ସ୍ୱାସ୍ଥ୍ୟକେନ୍ଦ୍ର ର ମୁଖ୍ୟ ଦ୍ୱାରାରେ ଥିବା ସିଲିଂ ଓ କାନ୍ଥ ଗୁଡିକ ଅଧା ଅଧା ହୋଇ ଭାଙ୍ଗି ଗଳି ପଡ଼ିଲାଣି l ଠିକାଦାରଙ୍କ ଦେଖା ନଥିଲା ବେଳେ ଅନ୍ୟ ଜଣକୁ କାମ ଦେଇ ମୁନଫା ଖାଇବାରେ ବ୍ୟସ୍ତ ଠିକାଦାର ଓ ସରକାରୀ ବାବୁ ମାନେ l ଆଗାମୀ ଦିନରେ ପୁରୁଣା କୋଠା ରୁ ନୂତନ କୋଠାକୁ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାନାନ୍ତରିତ କରାଯିବାକୁ ଥିଲା ବେଳେ ତା ପୂର୍ବରୁ ଉଚ୍ଚ ସ୍ତରୀୟ ତଦନ୍ତ ଓ ସମ୍ପୂର୍ଣ କାମ ଭଲରେ ତଦାରଖ କଲାପରେ ସମ୍ପୃକ୍ତ ଠିକାଦାରଙ୍କୁ ଫାଇନାଲ ବିଲ ଦିଆଯାଉ ବୋଲି ସାଧାରଣରେ ଦାବି ହେଉଛି l