November 15, 2024

ନିଃସହାୟ ରୋଗାକ୍ରାନ୍ତ ବୃଦ୍ଧଙ୍କୁ ସହାୟତାର ହାତ ବଢାଇଲା ପ୍ରଶାସନ 

Share

 

ବୁଗୁଡ଼ା : ତା ୦୮/୦୨/୨୩ : ବୁଗୁଡ଼ା ବ୍ଲକ ମାଣିତରା ପଞ୍ଚାୟତ ଅନ୍ତର୍ଗତ ଭୋଗଡା ଗ୍ରାମର ୭୨ ବର୍ଷୀୟ ନିଃସହାୟ ରୋଗାକ୍ରାନ୍ତ ବୃଦ୍ଧ ସୁଦାମ ମହାରଣା ଗାଁର ପମ୍ପ ହାଉସଠାରେ ପଡି ଯନ୍ତ୍ରଣାରେ ଛଟପଟ ହେଉଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଲା ପରେ ପ୍ରଶାସନ ସହାୟତାର ହାତ ବଢାଇଥିବା ଜଣାଯାଇଛି। ପ୍ରକାଶ ଯେ, ସୁଦାମ ମଧୁମେହ ରୋଗର ଶିକାର ହେତୁ ତାଙ୍କର ବାମ ଗୋଡଟି ପଚିସଢ଼ି ଯାଇଥିବା ବେଳେ ଅତ୍ଯଧିକ ଦୁର୍ବଳତାରୁ ଭଲ ଭାବରେ କଥା ମଧ୍ଯ କହିପାରୁ ନଥିଲେ । ଆର୍ଥିକ ଅନାଟନରେ ସଢ଼ୁଥିବା ନିଃସନ୍ତାନ ତଥା ବିପତ୍ନୀକ ସୁଦାମଙ୍କ ଦୁର୍ଦ୍ଦଶା ସହ୍ଯ ନକରିପାରି ଜନୈକ ବ୍ଯକ୍ତି ତାଙ୍କୁ ଚାରି ଦିନ ତଳେ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇ ଥିଲେ ହେଁ ତାଙ୍କର କେହି ନଥିବାରୁ ମେଡିକାଲ ଚିକିତ୍ସା ନକରି ତାଙ୍କୁ ଫେରାଇ ଦେଇଥିଲା। ସେଠାରୁ ଫେରି ଆସି ପମ୍ପ ହାଉସ୍ ନିକଟରେ ଅସହାୟ ଅବସ୍ଥାରେ ପଡ଼ି ରହିବାକୁ ବାଧ୍ୟ ହୋଇଥିଲେ। ତେବେ ଖବର ପ୍ରକାଶ ପରେ ପୋଲିସ ଆଇଆଇସି ଚିତ୍ତ ରଞ୍ଜନ ବେହେରା , ଏସ୍ଆଇ ସମୀର କୁମାର ସେଠୀ ଓ ତହସିଲଦାର ସଂଗ୍ରାମ କେଶରୀ ଜେନା ପ୍ରମୁଖ ପ୍ରଶାସନିକ ଅଧିକାରୀମାନେ ସେହି ବୃଦ୍ଧଙ୍କ ପାଖରେ ପହଞ୍ଚି ପ୍ରଥମେ ମାଣିତରା ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀଙ୍କ ସହାୟତାରେ ସେବା ଯୋଗାଇବା ଆରମ୍ଭ କରିଥିଲେ ଏବଂ ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁରକୁ ସ୍ଥାନାନ୍ତର ସ୍ଥାନାନ୍ତର କରିଥିଲେ । ଅନ୍ଯପକ୍ଷରେ ରେଡକ୍ରସ ପାଣ୍ଠିରୁ ସହାୟତା ରାଶି ପ୍ରଦାନ କରାଯିବ ବୋଲି ତହସିଲଦାରଙ୍କ ପକ୍ଷରୁ ପ୍ରକାଶ ପାଇଛି ।