October 5, 2024
Share

*ଖବର ଆଜିର*
ତାରିଖ ୦୮/୧୧/୨୦୨୩ ବୁଧବାର ।।

ପ୍ରତିକୂଳ ପରିସ୍ଥିତିରେ ଖେଳାଯାଇଥିବା ଅପରାଜିତ ୨୦୧ ରନର ଗ୍ଲେନ ମ୍ୟାକ୍ସୱେଲଙ୍କ ତୋଫାନୀ ଇନିଂସ ମାଧ୍ୟମରେ ଅଷ୍ଟ୍ରେଲିଆ ଆଫଗାନିସ୍ତାନକୁ ପରାସ୍ତ କରି ଆଇସିସି କ୍ରିକେଟ ବିଶ୍ୱକପ ୨୦୨୩ରେ ସେମିଫାଇନାଲ ପାଇଁ ଟିକେଟ ପାଇଛି।

ଇସ୍ରାଏଲ-ହମାସ ଯୁଦ୍ଧ: ମୋଦୀଙ୍କ ସହଯୋଗ ଲୋଡ଼ିଲେ ଇରାନ ରାଷ୍ଟ୍ରପତି, କହିଲେ- ଏବେ ସବୁ ଆଶା ଭାରତ ଉପରେ ।
ପଞ୍ଚଭୂତରେ ବିଲୀନ ହେଲେ ପୁରୀ ମାଟିର ଟାଣୁଆ ନେତା ମହେଶ୍ୱର ମହାନ୍ତି। ପୁରୀ ସ୍ୱର୍ଗଦ୍ୱାରରେ ଗାର୍ଡ ଅଫ୍ ଅନର ପରେ ତାଙ୍କ ଶେଷକୃତ୍ୟ ସଂପନ୍ନ କରାଯାଇଛି। ବଡ଼ପୁଅ ସୁନୀଲ ମହାନ୍ତି ମୁଖାଗ୍ନି ଦେଇଛନ୍ତି।

ଲୋକାର୍ପିତ ହେଲା ଓଡିଶା ଟେବୁଲ ଟେନିସ୍‌ ଏକାଡେମୀ; ଡିସେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ ହେବ ୩୩ ଟେବୁଲ ଟେନିସ୍‌ ସେଣ୍ଟର ।

ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟରେ ୨୦ ବିଧାନସଭା ଆସନରେ ଭୋଟିଂ ଶେଷ ହୋଇଛି । ସମସ୍ତ ବିଧାନସଭା ଆସନରେ ମତଦାନ ନେଇ ଭୋଟରଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ନିର୍ବାଚନ ଆୟୋଗରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟର ୨୦ ବିଧାନସଭା ଆସନରେ ୭୦.୮୭ ପ୍ରତିଶତ ମତଦାନ ହୋଇଛି ।

ଛତିଶଗଡ଼ ନିର୍ବାଚନ: ନକ୍ସଲଙ୍କ ଗଡ଼ରେ ଜିତିଲା ଗଣତନ୍ତ୍ର, ୨୦ ଆସନରେ ୭୦%ରୁ ଅଧିକ ଭୋଟିଂ ।

ନିଜୋରାମରେ ରେକର୍ଡ ମତଦାନ: ୭୦ ପ୍ରତିଶତରୁ ଅଧିକ ଲୋକେ ଦେଲେ ଭୋଟ

୭୫ ପ୍ରତିଶତକୁ ବୃଦ୍ଧି ପାଇବ ବିହାରରେ ସଂରକ୍ଷଣ: ଅର୍ଥନୈତିକ ପଛୁଆ ବର୍ଗଙ୍କୁ ଛାଡି ଜାତିଭିତିକ ସଂରକ୍ଷଣ ୬୫ ପ୍ରତିଶତକୁ ବୃଦ୍ଧି କରିବାକୁ ନୀତିଶ କୁମାରଙ୍କ ପ୍ରସ୍ତାବ।

ବିବାଦରେ ‘ଟାଇମ୍ଡ ଆଉଟ୍’: ଅନ୍ତର୍ଜାତୀୟ କ୍ରିକେଟ୍ ଇତିହାସରେ ପ୍ରଥମ ଘଟଣା, ନ୍ୟାୟ ପାଇଁ ଆଇସିସିକୁ ମାଥ୍ୟୁସଙ୍କ ନିବେଦନ ।

ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଡିପ୍‌ଫେକ୍‌ ଭିଡିଓ ବିବାଦକୁ ନେଇ ଆକ୍ସନରେ ସରକାର, ସୋସିଆଲ ମିଡିଆ କମ୍ପାନିଙ୍କୁ କଡ଼ା ନିର୍ଦ୍ଦେଶ ।

ସମ୍ ଅଲଟିମେଟର ବଡ ସଫଳତା, ମୁଣ୍ଡ ଭିତରେ ଲାଗିଲା ମେସିନ, କଥା କହିଲା କୁନି ଝିଅ ମାନ୍ୟତା ।

ଅଣ ବିଜେପି ଶାସିତ ରାଜ୍ୟର ରାଜ୍ୟପାଳଙ୍କ ଉପରେ ସୁପ୍ରିମକୋର୍ଟ କ୍ଷୁବ୍ଧ: ତାଗିଦ୍ କରି ମୁଖ୍ୟ ବିଚାରପତି କହିଲେ ତୁମେ ନିର୍ବାଚିତ ପ୍ରତିନିଧି ନୁହେଁ। ।।

୨୦୨୪ ପାଇଁ ସରକାରୀ ଛୁଟି ତାଲିକା ଘୋଷଣା: କର୍ମଚାରୀଙ୍କୁ ମିଳିବ ବର୍ଷକୁ ୩୦, ୬ ଇଚ୍ଛାଧୀନ ଛୁଟି ।

ଛତିଶଗଡ଼ରେ ଓଡ଼ିଆ ଯବାନ ସହିଦ, ଆଇଇଡି ବିସ୍ଫୋରଣ କରି ଟାର୍ଗେଟ କରିଥିଲେ ନକ୍ସଲ ।

ଆଫଗାନିସ୍ତାନ ରାଜଧାନୀ କାବୁଲର ଶିୟା ବହୁଳ ଅଞ୍ଚଳରେ ଏକ ମିନି ବସ୍‌ରେ ଭୟଙ୍କର ବିସ୍ଫୋରଣ। ଏଥିରେ ଅନେକଙ୍କ ମୃତ୍ୟୁ ହୋଇଛି ।

ଇସ୍ରାଏଲ ଛାଡିଲେ ୮ଟି ଦେଶର ରାଷ୍ଟ୍ରଦୂତ ।

ସୁପ୍ରଭାତ ,ଶୁଭ ସକାଳ ।