ଖଣ୍ଡା,ଛୁରୀ ଦେଖାଇ ଡକେଇତି, ପୋଲିସ ର ତଦନ୍ତ ତେଜ!

IMG-20231108-WA0003
Share

ଖଣ୍ଡା,ଛୁରୀ ଦେଖାଇ ଡକେଇତି, ପୋଲିସ ର ତଦନ୍ତ ତେଜ!

(ନବରଙ୍ଗପୁର ଜିଲ୍ଲା ରୁ ଏମ ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)

ସ୍ଥାନ:- ଝରିଗାଁ
ତାରିଖ :-୦୭/୧୧/୨୦୨୩
ଗୋଟିଏ ପରିବାର ରାତ୍ରି ଭୋଜନ ସାରି ଘୋର ନିଦ୍ରା ରେ ଶୋଇଥିବା ବେଳେ ହଟାତ କିଛି ଦୁର୍ବୁତ୍ତ ହାତରେ ଛୁରୀ, ଖଣ୍ଡା ଧରି ଘରେ ପଶି ସୁନା ଗହଣା ଓ ମୋବାଇଲ ଲୁଟ କରିଥିବା ଘଟଣା ସାମ୍ନା କୁ ଆସିଛି!
ସୂଚନା ଅନୁଯାଇ :ଗତକାଲି ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଉମରକୋଟ ଥାନା ଅଧୀନରେ ଥିବା ବକଡାବେଢା ଗ୍ରାମର ଦଶାଇ ପନକା(45)ନିଜ ପରିବାର ସହ ରାତ୍ରି ଭୋଜନ ଖାଇ ସରିବା ପରେ ଘୋର ନିଦ୍ରାରେ ଶୋଇଥିବା ବେଳେ ହଟାତ ରାତି ପ୍ରାୟ 2:30ମିନିଟ ସମୟରେ 9ଜଣ ଦୁର୍ବୁତ୍ତ ମୁଁହ ରେ କଳା କନା ବାନ୍ଧି ହାତରେ ବଡ଼ ବଡ଼ ଛୁରୀ, ଖଣ୍ଡା ଧରି ଘରେ ପଶିଥିଲେ!ଘରେ ପଶି ଦଶାଇ ପନକା ଙ୍କ ବୋହୁ ଓ ନାତି ର ବେକରେ ଛୁରୀ ରଖି ଘରେ ଥିବା ଆଲମିରା ର ଲକର ଭାଙ୍ଗି 6ତୁଳା ର 6ଟି ମଙ୍ଗଲସୂତ୍ର,3 ତୁଳା ର 2ଟି ସୁନାର ମାଳି, ଗୋଟିଏ ସୁନା ମୁଦି,2ତୁଳା ର ଗୋଟିଏ ହଳ ସୁନା ଚୁଡ଼ି,2ଗ୍ରାମର ସୁନା ନାକଫୁଲ,2ତୁଳା ର ଦୁଇ ହଳ ସୁନା କାନଫୁଲ, ଏକ ତୁଳା ର ଗୋଟିଏ ହଳ ସୁନା ର କାନଝିକା,22ତୁଳା ର ଗୋଟିଏ ହଳ ରୁପା ପାଉଁଜି, ଗୋଟିଏ ରୁପା ଚେନ, ଗୋଟିଏ ରୁପା ବ୍ରେସଲେଟ ଓ ତିନୋଟି ମୋବାଇଲ ଡକେଇତ କରି ନେଇଥିବା ଲିଖିତ ଅଭିଯୋଗ କରିଛନ୍ତି ଦଶାଇ ପନକା!ଏହା ପୂର୍ବରୁ ଧୋଡ୍ରା ରେ ଥିବା ଏକ ସୁନା ଦୋକାନରେ କିଛି ଦୁର୍ବୁତ୍ତ ଖଣ୍ଡା ଧରି ଚୋରି କରିବାକୁ ଉଦ୍ୟମ କରି ବିଫଳ ହୋଇ ଚାଲିଯାଇଥିବା ସିସି କେମେରା ରେ କୈଦ ହୋଇଛି!ଅଭିଯୋଗ କୁ ଭିତ୍ତି କରି ଉମରକୋଟ ଥାନା ଅଧିକାରୀ ଦମ୍ବରୁଧର ପ୍ରଧାନ, ଏସଆଇ ଅକ୍ଷୟ ମିଶ୍ର, ଏସଆଇ ସୌମେନ୍ଦ୍ର ସେଠ ଓ ପୋଲିସ ଫୋର୍ସ ଘଟଣା ସ୍ଥଳ ରେ ପହଞ୍ଚି ସନ୍ଧାନୀ କୁକୁର ର ସହାୟତା ରେ ତଦନ୍ତ ଆରମ୍ଭ କରିଥିଲେ!ଉକ୍ତ ଘଟଣା ଟିକୁ କେସ ନଂ 291/23 ଓ ଆଇପିସି ଧାରା 457,380,34ରେ ରୁଜୁ କରି ଏସଆଇ ସୌମେନ୍ଦ୍ର ସେଠ ତଦନ୍ତ ଜାରି ରଖିଛନ୍ତି!ଉମରକୋଟ ଏସ୍ଡ଼ିପିଓ ମଧୁଶିକ୍ତା ମିଶ୍ର ଛୁଟି ରେ ଥିବାରୁ ପୋଲିସ ର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ!

You may have missed