March 13, 2026

୧୫ତମ ଆନ୍ତମହାବିଦ୍ଯାଳୟ ମହିଳା କବାଡ଼ି ଟୁର୍ଣ୍ଣାମେଣ୍ଟ ଉଦଘାଟିତ

IMG-20231107-WA0017
Share

୧୫ତମ ଆନ୍ତମହାବିଦ୍ଯାଳୟ ମହିଳା କବାଡ଼ି ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ବୁଗୁଡା : ତା ୦୭/୧୧/୨୩ : ସ୍ଥାନୀୟ ପିପୁଲ୍ସ କଲେଜ ସ୍ପୋର୍ଟସ ଆସୋସିଏସନ ପକ୍ଷରୁ ୧୫ତମ ଆନ୍ତମହାବିଦ୍ଯାଳୟ ମହିଳା କବାଡ଼ି ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି । ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପ୍ରାୟୋଜିତ ଉକ୍ତ ଦ୍ବିଦିବସୀୟ ଟୁର୍ଣ୍ଣାମେଣ୍ଟକୁ ମୁଖ୍ୟ ଅତିଥି ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଉଦଘାଟନ କରିଥିବା ବେଳେ କଲେଜ ଅଧ୍ୟକ୍ଷ ହରିକୃଷ୍ଣ ନାୟକଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ପରିଚାଳନା ସମିତି ସଭାପତି ରଜନୀ କାନ୍ତ ଭଟ୍ଟ, କଲେଜ ସ୍ପୋର୍ଟସ୍ ଆସୋସିଏସନ ଉପସଭାପତି ସୁଶାନ୍ତ କୁମାର ସାହୁ , ଆଇକ୍ୟୁଏସି ସଂଯୋଜକ ଅଧ୍ଯାପକ ପ୍ରଦୀପ କୁମାର ଦାଶ ପ୍ରମୁଖ ଯୋଗ ଦେଇ ଖେଳାଳିଙ୍କୁ ମାର୍ଗ ଦର୍ଶନ ପୂର୍ବକ ଉତ୍ସାହିତ କରିଥିଲେ । ଉକ୍ତ ଟୁର୍ଣ୍ଣାମେଣ୍ଟରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଅନ୍ତର୍ଗତ ୧୧ଟି ମହାବିଦ୍ୟାଳୟର ମହିଳା ଦଳ ଅଂଶ ଗ୍ରହଣ କରିଥିବା ବେଳେ ଉଦଘାଟନୀ ମ୍ଯାଚଟି କନ୍ଧମାଳ କଲେଜ, ସାରଙ୍ଗଗଡ ଓ କଳିଙ୍ଗ କଲେଜ,ଜି.ଉଦୟଗିରି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଏମ୍ପାୟାର ଭାବେ ଭଞ୍ଜ କିଶୋର ଗୌଡ ଓ ଶ୍ରୀନିବାସ ଦୋରା , ରେଫେରି ଭାବେ କ୍ରିଷ୍ଣାରାଓ ପାତ୍ର , ସ୍କୋରର୍ ଭାବେ ଦିପକ କୁମାର ସାହୁ ଓ ସୋନିଆ ମହାନ୍ତି , ଲାଇନ୍ସମ୍ଯାନ୍ ଭାବେ ଜଗନ୍ନାଥ ମହାନ୍ତି ଓ ରବିନ୍ଦ୍ର ବେହରା ପ୍ରମୁଖ ଦାୟିତ୍ବ ନିର୍ବାହ କରିଥିଲେ । ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କ୍ରୀଡା ପରିଷଦର କାର୍ଯ୍ୟନିର୍ବାହୀ ସଦସ୍ୟ ସୁଧାକର ବିଷୋୟୀ ପର୍ଯ୍ଯବେକ୍ଷକ ଭାବେ ଯୋଗ ଦେଇଥିଲେ ।