March 13, 2026

ଗଜଲକ୍ଷ୍ମୀ ଅବସରରେ ଚାଲିଥିବା ନବାନ୍ନ ପାରାୟଣ ଉଦଯାପିତ

IMG-20231106-WA0034
Share

ଗଜଲକ୍ଷ୍ମୀ ଅବସରରେ ଚାଲିଥିବା ନବାନ୍ନ ପାରାୟଣ ଉଦଯାପିତ

ଉଲୁଣ୍ଡା (ଆ.ପ୍ର)ସୁବର୍ଣ୍ଣପୁର ଜିଲ୍ଲା ବୀର ମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ଠାରେ ୪୧ ତମ ଗଜଲକ୍ଷ୍ମୀ ପୂଜା ଅବସରରେ ଗତ ୨୯ ତାରିଖ ଠାରୁ ଆରମ୍ଭ ହୋଇଥିବା ନଅ ଦିନ ବ୍ୟାପି ନବାନ୍ନ ପାରାୟଣ ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରତ୍ୟହ ବିଭିନ୍ନ ସାଧୁସନ୍ଥ ଓ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ଥିବାବେଳେ ଉକ୍ତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଉପସ୍ଥିତ ରହି ରାମ ଚରିତ ମାନସ ଶ୍ରବଣ କରିଥିଲେ। ପ୍ରତିଦିନ ଭଳି ଶ୍ରୀ ଲକ୍ଷ୍ମୀଙ୍କ ଠାରେ ଅନ୍ନଭୋଗ ଲାଗିହୋଇଥିଲା। ପରେ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ନେଇ ସାମୁହିକ ପ୍ରସାଦ ସେବନ ବ୍ୟବସ୍ଥା ଅନୁଷ୍ଠିତ ହୋଇଥିଲା । ଏଥିରେ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ପୁରାଣ ଗାୟକ ପଣ୍ଡିତ ଅଜିତ କୁମାର ଦାସ ବ୍ୟାସ ଭାବେ ପାରାୟଣ ପଠନ କରିଥିବାବେଳେ ପୂଜକ ପ୍ରଦୀପ କୁମାର ରଥ ପୂଜାକାର୍ଯ୍ୟ ତୁଲାଇଥିଲେ l ସନତ ସିଂ ଓ ଧର୍ମପତ୍ନୀ ସ୍ନେହଲତା ସିଂ କର୍ତ୍ତା ଦାୟିତ୍ଵ ତୁଲାଇଥିଲେ। ଉକ୍ତ ଗଜଲକ୍ଷ୍ମୀ ପୂଜା ପରିଚାଳନା କମିଟିର ସଭାପତି ଲବ କୁମାର ସାହୁ, ଉପ ସଭାପତି ଧନଞ୍ଜୟ ସାହୁ, ସମ୍ପାଦକ ତ୍ରୟଞ୍ଜିବୀ ମିଶ୍ର,ସହ ସମ୍ପାଦକ ବିଦ୍ୟାଧର ଖୁର୍ଡୀଆ, କୋଷାଧ୍ୟକ୍ଷ ସତ୍ୟମୋହନ ବେଦପାଣି, ଉପଦେଷ୍ଟା ରାଜ ଗୋପାଲ ପାଣିଗ୍ରାହୀ ଓ କୁଶ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ।