March 13, 2026

ଜଗନ୍ନାଥପୁର କୋଠିଶାଳ ଯାତ୍ରା ଉଦଯାପିତ

IMG-20231106-WA0030
Share

ବି ଜଗନ୍ନାଥପୁର କୋଠିଶାଳ ଯାତ୍ରା ଉଦଯାପିତ

କୁକୁଡ଼ାଖଣ୍ତି,୬/୧୧(ପି.କୃଷ୍ଣମୂର୍ତ୍ତି ରିପୋର୍ଟ): ଓଡ଼ିଶାରେ ବାର ମାସରେ ତେର ପର୍ବ ତଥା ଯାତ୍ରା ପାଳିତ ହୋଇଥାଏ । ଓଷାକୋଠି ବା କୋଠିଶାଳ ଯାତ୍ରା ଦଶମ ତିଥି ଦଶହରା ପୁଜା ଆରମ୍ଭ ହୋଇ ପ୍ରତ୍ୟେକ ସନ୍ଧ୍ୟାରେ ମା ମଙ୍ଗଳାଙ୍କ ପୂଜାର୍ଚ୍ଚନା କରିଥାନ୍ତି । କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ବୋରିଗାଁ ପଞ୍ଚାୟତ ଅଧୀନରେ ଥିବା ବି.ଜଗନ୍ନାଥପୁର ଗ୍ରାମରେ ଏହି ଯାତ୍ରାର ଅନ୍ତିମ ଦିନରେ ଝାମି ଯାତ୍ରା ଉଦଯାପିତ ବେଳେ ପ୍ରବଳ ଜନ ସମାଗମ ହୋଇଥିଲା ଶେଷ ଦିନରେ ଗାଁ ଦାଣ୍ଡରେ ଗ୍ରାମବାସୀଙ୍କ ନେତୃତ୍ୱରେ ନାଟକର ନିର୍ଦେଶକ ପ୍ରଦୀପ ବେହେରାଙ୍କ ଦ୍ୱାରା ନାଟକକୁ ଶୁଭାରମ୍ଭ କରି ପ୍ରଦୀପ ପ୍ରଜ୍ବଳନ କରିଥିଲେ । ଏ ବର୍ଷର ଶ୍ରେଷ୍ଠ ପୌରାଣିକ ନାଟକ ” ମନ୍ଥରା ଭାଙ୍ଗିଲା ସୁନା ସଂସାର ” ଦେଖିବା ପାଇଁ ଦର୍ଶକ ମାନଙ୍କ ଭିଡ଼ ଲାଗି ରହିଥ‌ିବା ବେଳେ ଯାତ୍ରା ପରିଚାଳନା କମିଟିରେ ସମସ୍ତ ସଦସ୍ୟ ଓ ଗ୍ରାମବାସୀଙ୍କ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ l ଏହି ଯାତ୍ରାକୁ ଶାନ୍ତି ଶୃଙ୍ଖଳା ରଖିବା ନିମନ୍ତେ ନିମଖଣ୍ତି ଥାନା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା