୫୨ତମ ଆନ୍ତମହାବିଦ୍ଯାଳୟ ପୁରୁଷ କବାଡି ଟୁର୍ଣ୍ଣାମେଣ୍ଟ ଉଦଯାପିତ, ପିପୁଲ୍ସ କଲେଜ ଚମ୍ପିଆନ୍

IMG-20231105-WA0032
Share

୫୨ତମ ଆନ୍ତମହାବିଦ୍ଯାଳୟ ପୁରୁଷ କବାଡି ଟୁର୍ଣ୍ଣାମେଣ୍ଟ ଉଦଯାପିତ, ପିପୁଲ୍ସ କଲେଜ ଚମ୍ପିଆନ୍
ବୁଗୁଡ଼ା : ତା ୦୫/୧୧/୨୩ : ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଆନୁକୁଲ୍ୟରେ ପିପୁଲ୍ସ କଲେଜ ସ୍ପୋର୍ଟସ ଆସୋସିଏସନ ପକ୍ଷରୁ ଆୟୋଜିତ ତ୍ରିଦିବସୀୟ ୫୨ତମ ଆନ୍ତମହାବିଦ୍ଯାଳୟ ପୁରୁଷ କବାଡି ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଉକ୍ତ ଟୁର୍ଣ୍ଣାମେଣ୍ଟରେ ୨୩ଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ଫାଇନାଲ ମ୍ଯାଚରେ ପିପୁଲ୍ସ କଲେଜ,ବୁଗୁଡ଼ା ଦଳ ୭୪-୨୬ ପଏଣ୍ଟରେ କଳିଙ୍ଗ ମହାବିଦ୍ୟାଳୟ,ଜି.ଉଦୟଗିରି ଦଳକୁ ହରାଇ ଚମ୍ପିୟନ ହୋଇଥିଲା । ଫାଇନାଲ ମ୍ୟାଚଟିକୁ ଆମ୍ପାୟର ଭଞ୍ଜ କିଶୋର ଗୌଡ ଏବଂ ରେଫେରି ରବିନ୍ଦ୍ର ବେହେରା ଓ ଅଂଶୁମାନ ବିଷୋୟୀ ପରିଚାଳନା କରିଥିବା ବେଳେ ସ୍କୋରର୍ ଭାବେ ସୋନିଆ ମହାନ୍ତି, ଦିପକ କୁମାର ସାହୁ ଓ ଜଗନ୍ନାଥ ମହାନ୍ତି , ଲାଇନ୍ସମ୍ଯାନ୍ ଭାବେ ରୁବିତା ନାୟକ ଓ ରିମା ବେହେରା ନିୟୋଜିତ ଥିଲେ । ଅଧ୍ଯାପକ ପ୍ରଦୀପ କୁମାର ଦାଶଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବରେ ଅଧ୍ଯକ୍ଷ ହରିକୃଷ୍ଣ ଅଧ୍ଯକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କ୍ରୀଡା ପରିଷଦ ସମ୍ପାଦକ ଗଣେଶ ଚନ୍ଦ୍ର ସେଠୀ , ସମ୍ମାନିତ ଅତିଥି ଭାବେ ପିପୁଲ୍ସ କଲେଜ ପରିଚାଳନା ସମିତି ସଭାପତି ରଜନୀ କାନ୍ତ ଭଟ୍ଟ ଯୋଗ ଦେଇ ଖେଳାଳିଙ୍କୁ ମାର୍ଗ ଦର୍ଶନ କରିବା ସହ ବିଜେତା ପିପୁଲ୍ସ କଲେଜ ଦଳକୁ ଓ୍ବିନର ଟ୍ରଫି ଏବଂ ଉପବିଜେତା କଳିଙ୍ଗା କଲେଜ ଦଳକୁ ରନର୍ ଟ୍ରଫି ପ୍ରଦାନ ସାଙ୍ଗକୁ ବେଷ୍ଟ ରାଡାର ବିଭୂ ପ୍ରସାଦ ବେହେରା , ବେଷ୍ଟ ଡିଫେଣ୍ଡର ଅମନ ପ୍ରଧାନ ଓ ବେଷ୍ଟ ଅଲରାଉଣ୍ଡର ଅମନ ପ୍ରଧାନଙ୍କୁ ମେଡାଲ ପ୍ରଦାନ କରିଥିଲେ । କଲେଜ ସ୍ପୋର୍ଟସ ଆସୋସିଏସନ ଉପସଭାପତି ସୁଶାନ୍ତ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉକ୍ତ ଟୁର୍ଣ୍ଣାମେଣ୍ଟକୁ କ୍ରୀଡା ଶିକ୍ଷକ କ୍ରିଷ୍ଣା ରାଓ ପାତ୍ର ଓ ଏମ୍.ଶ୍ରୀନିବାସ ଦୋରା ପରିଚାଳନା କରିଥିଲେ ।

You may have missed