March 13, 2026

ଦରିଆରେ ମାଛ ନ ଧରିବାଲଗି କଟକଣା ଜାରି ।

IMG-20231101-WA0025
Share

ଦରିଆରେ ମାଛ ନ ଧରିବାଲଗି କଟକଣା ଜାରି ।
ଅସ୍ତରଙ୍ଗ,ଏକ ସମ୍ବେଦନ ଶିଳ ଘଟଣା କ୍ରମେ, ରାଜ୍ୟ ସରକାର ନଭେମ୍ବର ୧ ତାରିଖରୁ ୨୦୨୪ମାର୍ଚ୍ଚ ମାସ ଶେଷ ପର୍ଯ୍ୟନ୍ତ ସମୁଦ୍ର ରେ ମାଛ ନ ମାରିବା ପାଇଁ ଜଙ୍ଗଲ ବିଭାଗ ଓ ମତ୍ସ୍ୟ ବିଭାଗ ର ମିଳିତ ସହ ଯୋଗରେ କଟକଣା ଜାରି କରାଯାଇ ଅଛି । ଏହି ସମୟ ମଧ୍ୟରେ ଅଲିଭ ରିଡେଲ କଇଁଚ ଙ୍କ ସଙ୍ଗମ ବା ମେଟିଙ୍ଗି ପରେ ଆଣ୍ଡାଦିଆ ଆରମ୍ଭ ହେବାର ସମ୍ଭାବନା ଥିବାରୁ , ସମୁଦ୍ର କୂଳ ଠାରୁ ୨୦ କିଲୋମିଟର ପର୍ଯ୍ୟନ୍ତ ବିଭାଗ ଯନ୍ତ୍ର ଚାଳିତ ଡଙ୍ଗା ଠାରୁ ଆରମ୍ଭ କରି ଯନ୍ତ୍ର ଚାଳିତ ସୋନା ବୋଟ କିପରି ବା କେଉଁଭଳି ଭାବେ ମାଛ ମାରି ପାରିବେ ତାହା ଓମ୍ ଫ୍ରା ଆଇନରେ ଉଲ୍ଲେଖ ରହିଥିବାରୁ କଟକଣା ଜାରି କରାଯାଇ ଅଛି ବୋଲି,ପୁରୀ ଜିଲ୍ଲା ବନ୍ୟ ଜନ୍ତୁ ୟୋଡ଼ନର,ତଥା ପରିବେଶବିତ୍ ଶ୍ରୀ ଶୋଭାକର ବେହେରା କହିଛନ୍ତି । ଅପର ପକ୍ଷରେ ଅସ୍ତରଙ୍ଗ ଦେବୀ ମୁହାଣ ଠାରୁ ଚନ୍ଦ୍ରଭାଗା ଦେଇ ପୁରୀ ପର୍ଯ୍ୟନ୍ତ ଅସ୍ତରଙ୍ଗ ବନ ବିଭାଗ ଓ ମତ୍ସ୍ୟ ବିଭାଗ ମିଳିତ ରେ ଦରିଆରେ ନୋ ଫିଶିନି ଜୋନ ଘୋଷଣା କରି ଥିବାରୁ, ଅଥଳ ସମୁଦ୍ରରେ ପେଟ୍ରୋଲିଙ୍ଗି କରିବା ପାଇଁ ଜଙ୍ଗଲ ବିଭାଗ ଓ ପୋଲିସ ବିଭାଗ ର ମିଳିତ ପେଟ୍ରୋ ଲିଙ୍ଗି କାର୍ଯ୍ୟରେ ଜଙ୍ଗଲ ବିଭାଗ ର ଏକ ଅତ୍ୟାଧୁନିକ ବୋଟ ନିୟୋଜିତ ହେବବୋଲି ଜଣା ପଡ଼ିଥିବା ବେଳେ , ଦେବୀ ନଦୀ ଅବ ବାହିକାରେ ଏକ ସ୍ୱତନ୍ତ୍ର ଜଙ୍ଗଲ ଥାନା କାର୍ଯ୍ୟକ୍ଷମ କରା ଯାଉଅଛି ବୋଲି ଜଙ୍ଗଲ ବିଭାଗ ସୂତ୍ରରୁ ଜଣା ପଡ଼ିଅଛି ।
[01/11, 6:35 pm] Ganesh Bisoi Media: ଦୁଃଶାସନ ନାୟକ,ଅସ୍ତରଙ୍ଗ

You may have missed