October 6, 2024

ଗଜପତି:-ବିଜ୍ଞାନ ଏବଂ ସଭ୍ୟତା ଯେତେ ପ୍ରଗତି ପଥେ ଗଲେ ମଧ୍ୟ ମଧ୍ୟ ସଂସ୍କୃତି , ପରମ୍ପରା , ସାମାଜିକ , ଶୃଙ୍ଖଳା ଆଦର୍ଶ କୁ ଉଚିତ୍ ଶିକ୍ଷା ଦେଇଥାଏ , ଆଜିର ଏହି ପାଳନ ବିଧି

Share

ଗଜପତି:-ବିଜ୍ଞାନ ଏବଂ ସଭ୍ୟତା ଯେତେ ପ୍ରଗତି ପଥେ ଗଲେ ମଧ୍ୟ ମଧ୍ୟ ସଂସ୍କୃତି , ପରମ୍ପରା , ସାମାଜିକ , ଶୃଙ୍ଖଳା ଆଦର୍ଶ କୁ ଉଚିତ୍ ଶିକ୍ଷା ଦେଇଥାଏ , ଆଜିର ଏହି ପାଳନ ବିଧି

———————————————-
ପାରଳାଖେମୁଣ୍ଡି ସ୍ଥିତ ପ୍ରଗତି ମହିଳା ସଙ୍ଗଠନ ଏବଂ ଗଜପତି ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ଆନୁକୁଲ୍ୟ’ରେ “କୁମାର ଉତ୍ସବ-୨୦୨୩” ସ୍ଥାନୀୟ ୟୁ ଟେକ୍ କମ୍ପ୍ୟୁଟର ସେଣ୍ଟର୍ ପରିସର’ରେ ଅନୁଷ୍ଠିତ ହୋଇଯାଇଛି।
କାର୍ଯ୍ୟକ୍ରମ’ରେ ପ୍ରତୀକ୍ଷା ପାଣିଗ୍ରାହୀ ସ୍ବାଗତ ସମ୍ଭାଷଣ ପରେ “ପ୍ରଗତି”ର ସଭାନେତ୍ରୀ କଳ୍ପନା ପଟନାୟକ’ଙ୍କ ଅଧ୍ୟକ୍ଷତା’ରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।
ଶ୍ରୀ ଭଗବତ ପାଢ଼ୀ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ପରେ ଶିକ୍ଷାବିତ୍ ବିଚିତ୍ରାନନ୍ଦ ବେବର୍ତ୍ତା’ଙ୍କ ସଂଯୋଜନା’ରେ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ପ୍ରଗତି’ର ସମ୍ପାଦିକା ଶ୍ରୀମତୀ ତନୁଜା ଶତପଥୀ କାର୍ଯ୍ୟକ୍ରମ ସମ୍ପର୍କ’ରେ ପ୍ରାକ୍ ସୂଚନା ଦେବାପରେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ , ଶ୍ରୀ ବିରେନ୍ଦ୍ର କୁମାର ଦାସ , ସମ୍ମାନିତ ଅତିଥି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ାଃ ପ୍ରଦୀପ କୁମାର ପାତ୍ର , ମୁଖ୍ୟ ବକ୍ତା ଭାବେ ପଦ୍ମପୁର ସ୍ଥିତ ବିନୋଦିନୀ କନିଷ୍ଠ ବିଦ୍ୟାଳୟ’ର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ପଟ୍ଟନାୟକ , ସମ୍ମାନିତ ଅତିଥି ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା ମଙ୍ଗରାଜ , ପ୍ରଗତି’ର ଉପ ସଭାପତି ଶ୍ରୀ ଲୋକନାଥ ମିଶ୍ର ପ୍ରମୁଖ ମଞ୍ଚାସିନ ହୋଇ କୁମାର ଉତ୍ସବ ପାଳନ’ର ତାତ୍ତ୍ଵିକ ଆଲୋଚନା କରିଥିଲେ ।
ଏହି କାର୍ଯ୍ୟକ୍ରମ ପାଳନ ଅବସର’ରେ ପ୍ରଗତି ଅନୁଷ୍ଠାନ ପକ୍ଷ’ରୁ ପୂର୍ବରୁ ଅନୁଷ୍ଠିତ ହୋଇଥିବା ଝୋଟି , ପୁଚି , ହୁଳହୁଳି, ତର୍କ , ମେହେନ୍ଦି , କାକରା ଓ ମଣ୍ଡା ପିଠା ପ୍ରସ୍ତୁତି ପ୍ରଭୃତି ପ୍ରତିଯୋଗିତାର ବିଜୟୀ ଗୃହିଣୀ ଓ ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରା ଯାଇଥିଲା।
ସଭା ଶେଷରେ ଶ୍ରୀ-ଜଗନ୍ନାଥ ଓଡ଼ିଶୀ କଳlକେନ୍ଦ୍ର ଓ ସମଲେଇ ନୃତ୍ୟ କଳା ପରିଷଦ’ର ଛାତ୍ରୀ ମାନେ ଓଡ଼ିଶୀ , ସମ୍ବଲପୁରୀ ଓ ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରିଥଲେ ।
ମୁରଲୀଧର ପରିଚ୍ଛା ,ଶରତ ପ୍ରଧାନ , ଶ୍ରୀମତୀ ମାନସୀ ପଣ୍ଡା , ପ୍ରଫୁଲ୍ଲ ବେବର୍ତ୍ତା , ପଣ୍ଡିତ ନରସିଂହ ଗୌଡ଼ , ଶ୍ରୀ ତ୍ରିପତି ପଣ୍ଡା , ଶ୍ରୀ ବିଷ୍ଣୁ ପଣ୍ଡା ଏବଂ ନିତ୍ୟାନନ୍ଦ ଚୌଧୁରୀ ପ୍ରମୁଖ କର୍ଯ୍ୟକ୍ରମ’କୁ ପରିଚାଳନା କରିଥିଲେ ।
ଶେଷରେ ଅଧ୍ୟାପିକା ଡି: ପ୍ରିୟଙ୍କା ଉପସ୍ଥିତ ସମସ୍ତ’ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
———————————————-
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି(ଗଜପତି)
———————————————–