August 26, 2026

ମରାଠିଗୁଡା ଗଜଲକ୍ଷ୍ମୀ ପୂଜା ନିମନ୍ତେ କଳସ ଯାତ୍ରା ସହ ଆଜ୍ଞାମାଳ ମୁର୍ତୀ ପ୍ରାଣ ପ୍ରତିଷ୍ଟା କାର୍ଯ୍ୟକ୍ରମ ଅନୁଷ୍ଟିତ।

IMG-20231028-WA0001
Share

ମରାଠିଗୁଡା ଗଜଲକ୍ଷ୍ମୀ ପୂଜା ନିମନ୍ତେ କଳସ ଯାତ୍ରା ସହ ଆଜ୍ଞାମାଳ ମୁର୍ତୀ ପ୍ରାଣ ପ୍ରତିଷ୍ଟା କାର୍ଯ୍ୟକ୍ରମ ଅନୁଷ୍ଟିତ।

  1. ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ରାୟଗଡା ଜିଲ୍ଲା ଗୁଣୁପୁର,ଜାଗୃତି କଲଚୁରାଲ ଏସୋସିଏସନ,ମରାଠିଗୁଡା ପକ୍ଷରୁ ଆୟୋଜିତ ଗଜଲକ୍ଷ୍ମୀ ପୂଜା ନିମନ୍ତେ ବଂଶଧାରା ନଦୀ ତୁଠରେ ପୂଜା ଅର୍ଚନା ପରେ କଳସ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଛି। ଏହାପରେ ଶ୍ରୀ ଜଗନ୍ନାଥ ମନ୍ଦିର ଠାରେ ରହିଥିବା ମହାଲକ୍ଷ୍ମୀ ଦେବୀ ଙ୍କ ମନ୍ଦିରରୁ ଆଜ୍ଞାମାଳ ଅଣାଯାଇଥିଲା। ଗଜଲକ୍ଷ୍ମୀ ଙ୍କ ମୁର୍ତୀ ପ୍ରାଣ ପ୍ରତିଷ୍ଟା ପରେ ପ୍ରଥମ ଦିନର ପୂଜା ଅର୍ଚନା ଆରମ୍ଭ ହୋଇଛି। ୨୭ ବର୍ଷ ରେ ଏହି ଗଜଲକ୍ଷ୍ମୀ ପୂଜା ପଦାର୍ପଣ କରିଛି। ଏହି ପୂଜା ନଅ ଦିନ ଧରି ବଡ ଧୁମ୍ ଧାମ ରେ ପାଳନ କରାଯାଏ। ପୂଜକ ନବୀନ ଚନ୍ଦ୍ର ରଥ ପୂଜା କାର୍ଯ୍ୟ ସଂମ୍ପାଦନା କରୁଥିବା ବେଳେ କର୍ତା ରୁପେ ରାଧା କୃଷ୍ଣ ପଣ୍ଡା ରହିଛନ୍ତି। ୯ ଦିନ ଧରି ପୂଜା ଆୟୋଜିତ କମିଟି ପକ୍ଷରୁ କରାଯାଇଥିବା ବେଳେ ପ୍ରତ୍ୟେକ ଦିନ ସଂନ୍ଧ୍ୟାରେ ଜିଲ୍ଲା ବାହାରୁ ଓ ସ୍ଥାନିୟ କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହେବା ନେଇ କମିଟି ପକ୍ଷରୁ ଜଣାପଡିଛି। ବିଶେଷ ଆକର୍ଷଣ ରହିଛି ମୀନା ବଜାର।

You may have missed