October 6, 2024

ବୁଗୁଡ଼ା ବଳଦେବସ୍ବାମୀ ଘରୋଇ ବସ୍ ମାଲିକ ସଂଘର କର୍ମକର୍ତ୍ତା ନିର୍ବାଚନ

Share

ବୁଗୁଡ଼ା ବଳଦେବସ୍ବାମୀ ଘରୋଇ ବସ୍ ମାଲିକ ସଂଘର କର୍ମକର୍ତ୍ତା ନିର୍ବାଚନ
ବୁଗୁଡ଼ା : ତା ୨୭/୧୦/୨୩ : ସ୍ଥାନୀୟ ବଳଦେବସ୍ବାମୀ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ବନ୍ଧୁ ମିଳନ ଓ ନୂତନ କର୍ମକର୍ତ୍ତା ନିର୍ବାଚନ କାର୍ଯ୍ୟକ୍ରମ ବୁଦ୍ଧଖୋଲ ପାଦଦେଶସ୍ଥ ଜନ ସୁବିଧା କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆସିକା ମିନି ବସ୍ ୟୁନିଅନ ସଭାପତି ପୂର୍ଣଚନ୍ଦ୍ର ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକ ଅବସରରେ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା ବେଳେ କେ.ତ୍ରିଲୋଚନ ଦୋରା – ସଭାପତି , ଶିବ ନାରାୟଣ ପ୍ରଧାନ-ଉପସଭାପତି , ଚିତ୍ରସେନ ନାୟକ-ସମ୍ପାଦକ , ସୁରଥ ଚନ୍ଦ୍ର ପ୍ରଧାନ-ସହସମ୍ପାଦକ , ସୁଦର୍ଶନ ନାୟକ-କୋଷାଧକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ଏଥି ସହ ଉପଦେଷ୍ଟା ଭାବେ ପୂର୍ଣ୍ଣଚନ୍ଦ୍ର ମହାନ୍ତି ଏବଂ ଆଇନ ପରାମର୍ଶଦାତା ଭାବେ ରବିନ୍ଦ୍ର କୁମାର ପଣ୍ଡାଙ୍କୁ ମନୋନୀତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ , ସମ୍ମାନିତ ଅତିଥି ଭାବେ ଘୁମୁସର ଘରୋଇ ବସ୍ ମାଲିକ ସଂଘ ସଭାପତି ଗୋପବନ୍ଧୁ ମହାପାତ୍ର , ବୁଗୁଡା ଏନ୍ଏସି ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନ , ଭଞ୍ଜନଗର ଏନ୍ଏସି ସମ୍ପାଦକ ବିପ୍ର ଚରଣ ବାରିକ, ରାଜ୍ଯ ଘରୋଇ ବସ୍ ମାଲିକ ସଂଘ ଜୋନ୍-୪ର ସମ୍ପାଦକ ସନ୍ତୋଷ କୁମାର ପୋଲାଇ ପ୍ରମୁଖ ଯୋଗ ଦେଇ ନବ ନିର୍ବାଚିତ କର୍ମକର୍ତ୍ତାଙ୍କୁ ଅଭିନନ୍ଦନ ଜ୍ଞାପନ ସହ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆସିକା , ଭଞ୍ଜନଗର , ଓଡଗାଁ , ନୟାଗଡ , ଭୁବନେଶ୍ବର , ବ୍ରହ୍ମପୁର , ପୋଲସରା , କୋଦଳା , ପୁରୁଷୋତ୍ତମପୁର ଆଦିର ଘରୋଇ ବସ୍ ମାଲିକ ସଂଘର କର୍ମକର୍ତ୍ତା ବନ୍ଧୁଗଣ ଉପସ୍ଥିତ ରହିଥିଲେ ।