October 6, 2024

ବୁଦ୍ଧଖୋଲ ପାଦଦେଶରେ ସାହିତ୍ୟ ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ

Share

ବୁଦ୍ଧଖୋଲ ପାଦଦେଶରେ ସାହିତ୍ୟ ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ
ବୁଗୁଡ଼ା : ତା ୨୭/୧୦/୨୩ : ସ୍ଥାନୀୟ ସ୍ବେଚ୍ଛାସେବୀ ସଂଗଠନ “ସ୍ୱାକ୍ତ” ପକ୍ଷରୁ ବୁଦ୍ଧଖୋଲ ପାଦଦେଶରେ ଏକ ସାହିତ୍ୟ ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍ଵାକ୍ତର ଅଧ୍ୟକ୍ଷ ଚିତ୍ତ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ “ସାଂପ୍ରତିକ ପରିସ୍ଥିତିରେ ସାହିତ୍ୟ ଉପରେ ମୋବାଇଲର ପ୍ରଭାବ” ସମ୍ପର୍କରେ ଏକ ଉତ୍ତରିତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ସର୍ବଶ୍ରୀ ଅଧ୍ୟାପକ ଡ଼.ହିମାଂଶୁ ଶେଖର ରଥ, ମୁରଲୀ ଧର ନନ୍ଦ,ପଦ୍ମଚରଣ ପ୍ରଧାନ,ବଂଶୀଧର ନାୟକ ଓ ଡ଼.ବ୍ରଜ କିଶୋର ପାଢ଼ୀ ଆଲୋଚକ ରୂପେ ଯୋଗ ଦେଇ ମୋବାଇଲର ଉଭୟ ସକାରାତ୍ମକ ଓ ନକାରାତ୍ମକ ପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ। ଆଲୋଚନା ଚକ୍ରର ଦ୍ଵିତୀୟ ଭାଗରେ ଏକ କବିତା ପାଠ ଉତ୍ସବ ଗୌରୀ ପତି ଦାଶ,ରଘୁନାଥ ସାହୁ,ବ୍ରଜକିଶୋର ପାଢ଼ୀ,ପ୍ରଶାନ୍ତ ନନ୍ଦ,ବିଭୂତି ଭୂଷଣ ମିଶ୍ର ଓ ରାଇରଞ୍ଜନ ନନ୍ଦଙ୍କ ସଂଯୋଜନା କ୍ରମେ ଅନୁଷ୍ଠିତ ହୋଇଥିଲା।ଏଥିରେ ସୁରେଶ ଚନ୍ଦ୍ର ଦାଶ,ପ୍ରସନ୍ନ କୁମାର ଦାଶ,ବୈଷ୍ଣବ ଚରଣ ଦାଶ,ସୁରେଶ ଚନ୍ଦ୍ର ପାଢ଼ୀ,ଅନନ୍ତ କର,ଗାନ୍ଧୀ ପ୍ରଧାନ, କାର୍ତ୍ତିକେଶ୍ୱର ପାତ୍ର,ଗୌରୀ ଶଙ୍କର ମିଶ୍ର , ରାମ ଚନ୍ଦ୍ର ସାହୁ ପ୍ରମୁଖ ୨୫ ଜଣ କବି ସେମାନଙ୍କ ସ୍ବରଚିତ କବିତା ପାଠ କରିଥିଲେ।