August 26, 2026

ମୋହନା ବ୍ଳକ ସ୍ତରୀୟ ଶିଶୁ ମୋହତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

IMG-20231019-WA0002
Share

ମୋହନା ବ୍ଳକ ସ୍ତରୀୟ ଶିଶୁ ମୋହତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ
ଗଜପତି ଜିଲ୍ଲା ମୋହନା ସ୍ଥିତ ବାଳିକା ଉଚ୍ଚବିଦ୍ୟାଳୟ ପରିସର ରେ ଶିକ୍ଷା ବିଭାଗ ପକ୍ଷରୁ ବ୍ଳକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୋହନା ଗୋଷ୍ଠୀ ଶିକ୍ଷାଧିକାରୀ ନରେନ୍ଦ୍ର କୁମାର୍ ବେହେରାଙ୍କ ସଭାପତିତ୍ବ ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୋହନା ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର ଯୋଗଦେଇ ପ୍ରଦୀପ ପ୍ରଜଳନ କରି ଶୁଭାରମ୍ଭ କରିଥିଲେ । ଏହି ଅବସରରେ ସମ୍ମାନୀତ ଅତିଥି ଭାବେ ମୋହନା ବିଡ଼ିଓ ତପସ୍ଵିନୀ ହାଁସଦା, ଏବିଡିଓ ରମାକାନ୍ତ ଚୌଧୁରୀ, ସ୍ଥାନିୟ ଜିଲ୍ଲା ପରିଷଦ ସଭ୍ୟ ଚନ୍ଦ୍ର ମଳିକ ପ୍ରମୁଖ ଯୋଗଦେଇଥିଲେ। ବିଭିନ୍ନ କ୍ଳଷ୍ଟର ରେ ପୁର୍ବରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଥମ ହୋଇଥିବା ଛାତ୍ର ଛାତ୍ରୀ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । କୃତି ଛାତ୍ର ଛାତ୍ରୀ ମାନଙ୍କୁ ମୋହନା ବିଡ଼ିଓ ତପସ୍ଵିନୀ ହାଁସଦା ପୁରସ୍କାର ସହ ମାନ ପତ୍ର ପ୍ରଦାନ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୋବିନ୍ଦପୁର କ୍ଳଷ୍ଟରର କେରାଖାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ କୃତିତ୍ବ ହାସଲ କରିବା ସହ ଆଗାମୀ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ଭାଗନେବ ବୋଲି ବିଇଓ ନରେନ୍ଦ୍ର କୁମାର୍ ବେହେରା କହିଛନ୍ତି। କାର୍ଯ୍ୟକ୍ରମ ଶେଷରେ ଏବିଇଓ ଦୁର୍ଗା ପ୍ରସାଦ ପାତ୍ର ସମସ୍ତ ଙ୍କୁ ଧନ୍ୟବାଦ ଜଣାଇଥିଲେ। ମୋହନା ବିଇଓ କାର୍ଯ୍ୟାଳୟ ର ସମସ୍ତ ସିଆରସି ଓ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

You may have missed