September 29, 2024

ଲିଙ୍ଗରାଜ ପଣ୍ଡା ଙ୍କୁ ଡ଼ଃ ଆୱାର୍ଡ ପ୍ରଦାନ

Share

ଲିଙ୍ଗରାଜ ପଣ୍ଡା ଙ୍କୁ ଡ଼ଃ ଆୱାର୍ଡ ପ୍ରଦାନ
—————————————

ଗଞ୍ଜାମ : ପ୍ରଦୀପ କୁମାର ପଣ୍ଡା

ଗଞ୍ଜାଏ ସହର ନିବାସୀ ଲିଙ୍ଗରାଜ ପଣ୍ଡାଙ୍କୁ ସାମାଜିକ କାର୍ଯ୍ୟ ତଥା ଜ୍ୟୋତିଷ ଶାସ୍ତ୍ର ରେ ସମ୍ମାନ ଜନକ ଡ଼ଃ ଆୱାର୍ଡ ପ୍ରଦନ କରାଯାଇଛି l ଦିଲ୍ଲୀ ଫରିଦାବାଦ ର ମେଜିକ ବୁକ ଅଫ ରେକର୍ଡ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଏହି ସମ୍ମାନ ମିଳିଛି l ସେ ସାମାଜିକ କାର୍ଯ୍ୟରେ ଓଡିଶାର ବିଭିନ୍ନ ଅଞ୍ଚଳରେ ଯୋଗଦେଇ ଆସୁଥିବା ବେଳେ ଜ୍ୟୋତିଷ ଶାସ୍ତ୍ରରେ ତାଙ୍କର କାର୍ଯ୍ୟଦକ୍ଷତା ରହିଛି l 2000 ମସିହାରୁ ଦୀର୍ଘ 23 ବର୍ଷ ହେଲା ସେ ଜ୍ୟୋତିଷ ଶାସ୍ତ୍ରରେ ଗବେଷଣା କରି ଆସୁଛନ୍ତି l ଯାହାକୁନେଇ ସେ ଜାତୀୟ ସ୍ତରରେ ନିଜର ପରାକାଷ୍ଟା ଦେଖାଇପାରିଛନ୍ତି l ଯାହାକୁ ନେଇ ତାଙ୍କର ଶତାଧିକ ଛାତ୍ର ଛାତ୍ରୀ ରହିଛନ୍ତି l ସେ ନିରନ୍ତର ଅନ ଲାଇନରେ ବିଦ୍ୟାର୍ଥୀ ମାନଙ୍କୁ ଶାସ୍ତ୍ରଜ୍ଞାନ ପ୍ରଦାନ କରି ଆସୁଛନ୍ତି l ରାଜସ୍ଥାନ, ଗୁଜୁରାଟ, ଝାଡ଼ଖଣ୍ଡ, ବିହାର, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର,ହରିୟାନା,ପଞ୍ଜାବ,ମୁମ୍ବାଇ, ଦିଲ୍ଲୀ, ହାଇଦ୍ରାବାଦ,ଚଣ୍ଡିଗଡ଼, ଚେନାଇ,ସିକନ୍ଦରାବାଦ ପ୍ରମୁଖ ରାଜ୍ୟ ଓ ସିଟି ଅଞ୍ଚଳ ର ବ୍ୟକ୍ତି ମାନଙ୍କୁ ଶାସ୍ତ୍ର ଜ୍ଞାନ ସମ୍ପର୍କରେ ଅବୈତନିକ ଅନଲାଇନ ସେବା ପ୍ରଦାନ କରି ଆସୁଛନ୍ତି l ତାଙ୍କୁ ଏହି ସମ୍ମାନ ମିଳିବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି l