September 29, 2024

ଗାଈ ଚରାଳି ଯୁବକଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତ ଗିରଫ

Share

ଗାଈ ଚରାଳି ଯୁବକଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତ ଗିରଫ

ବେଲଗୁଣ୍ଠା, 17/10, ଜଣେ ଗାଈ ଚରାଳି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଆଜି ଅଭିଯୁକ୍ତକୁ ଗିରଫ କରିଛି ଗାଙ୍ଗପୁର ପୋଲିସ୍ I ସୂଚନା ପ୍ରକାରେ ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଥାନା ଅନ୍ତର୍ଗତ ଖଇରପୁଟି ଗ୍ରାମର କାଳିଆ ଗୌଡ଼ (30) ସବୁଦିନ ଭଳି ରବିବାର ଦିନ ଗାଈ ଚରାଇବା ପାଇଁ ଯାଇଥିଲେ I ଗାଈ ଚରାଉଥିବା ସମୟରେ ସେହି ଗ୍ରାମର ଗୋପାଳ ଗୌଡ଼ (38) କାଳିଆଙ୍କ ନିକଟକୁ ଆସି କିଛି କଥାକୁ ନେଇ ଯୁକ୍ତିତର୍କ କରିଥିଲା I ପରେ ଉତ୍ତ୍ୟକ୍ତ ହୋଇ ନିଜେ ଧରିଥିବା ଏକ କୁରାଢିରେ କାଳିଆଙ୍କୁ ଜୀବନରୁ ମାରିଦେବା ଉଦ୍ଦେଶ୍ୟରେ କାଳିଆଙ୍କ ବେକକୁ ଲକ୍ଷ୍ୟ କରି ଚୋଟ ବସାଇଥିଲା I କିନ୍ତୁ କୁରାଢିଟି କାଳିଆଙ୍କ ବେକରେ ନ ବାଜି ତାଙ୍କ ଗାଲରେ ବାଜିଥିଲା I ଫଳରେ କାଳିଆଙ୍କର ପାଟି ଠାରୁ କାନ ପର୍ଯ୍ୟନ୍ତ ଗଭୀର ଆଘାତ ଲାଗିବା ସହ ତାଙ୍କର ଦାନ୍ତ ବାହାରକୁ ଦେଖା ଯାଉଛି I କାଳିଆଙ୍କୁ ପ୍ରଥମେ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲ୍ କୁ ନିଆଯାଇଥିଲା I ବର୍ତ୍ତମାନ କାଳିଆ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ମୁମୂର୍ଷୁ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି I ଏନେଇ କାଳିଆଙ୍କ ସ୍ତ୍ରୀ ଲିଲି ଗୌଡ଼ ଗାଙ୍ଗପୁର ଥାନାରେ ଏତାଲା ଦେବା ପରେ ତାଙ୍କ ଏତାଲାକୁ ଭିତ୍ତିକରି ଗାଙ୍ଗପୁର ଥାନାରେ କେଶ୍ ନମ୍ବର୍ 773/23 ରେ ଏକ ମାମଲା ରୁଜୁ କରାଯାଇ ଭାରପ୍ରାପ୍ତ ଥାନା ଅଧିକାରୀ ଶୁଭ୍ରଜିତ ସାମନ୍ତରାୟ ଘଟଣାର ତଦନ୍ତ କରି ଆଜି ଗୋପାଳ ଏକ ସମ୍ପର୍କୀୟ ଘରେ ଲୁଚିଥିବା ବେଳେ ସେଠାରୁ ତାକୁ ଗିରଫ କରିଛନ୍ତି I ଆସନ୍ତା କାଲି ଗୋପାଳକୁ କୋର୍ଟଚାଲାଣ କରାଯିବ ବୋଲି ତଦନ୍ତକାରୀ ଅଧିକାରୀ ଶୁଭ୍ରଜିତ ସାମନ୍ତରାୟ ପ୍ରକାଶ କରିଛନ୍ତି I

ଫଟୋ.            ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ