October 28, 2026

ଓଡ଼ିଶା ସରକାର ଙ୍କ ଦ୍ଵାରା ୩୭ ନେସନାଲ ଗେମ୍ସ ପାଇଁ ୧୨ ଜଣ ପେଞ୍ଚାକ ସିଲାଟ ଖେଳାଳି ମନୋନୀତ । (ନବରଙ୍ଗପୁର ଜିଲ୍ଲା ରୁ ଏମ୍.ଦୀନା°ଶୁ ଆଚାରୀ ଙ୍କ ରିପୋର୍ଟ)

IMG-20231016-WA0003
Share

ଓଡ଼ିଶା ସରକାର ଙ୍କ ଦ୍ଵାରା ୩୭ ନେସନାଲ ଗେମ୍ସ ପାଇଁ ୧୨ ଜଣ ପେଞ୍ଚାକ ସିଲାଟ ଖେଳାଳି ମନୋନୀତ ।
(ନବରଙ୍ଗପୁର ଜିଲ୍ଲା ରୁ ଏମ୍.ଦୀନା°ଶୁ ଆଚାରୀ ଙ୍କ ରିପୋର୍ଟ)

ଆଗାମୀ ଅକ୍ଟୋବର ୨୬ ରୁ ୨୯ ମଧ୍ୟରେ ଗୋଆ ଠାରେ ଅନୁଷ୍ଠିତ ହେବାକୁ ଯାଉଛି। ୩୭ ନେସନାଲ ଗେମ୍ସ ଓଡ଼ିଶା ସରକାର ଙ୍କ ତରଫ ରୁ ୧୨ ଜଣ ପେଞ୍ଚାକ ସିଲାଟ ଖେଳାଳି ଙ୍କୁ ଏହି ଖେଳ ରେ ଭାଗ ନେବାପାଇଁ ମାନସିକ ଓ ଶାରିରୀକ ସ୍ତରରେ ଝାରସୁଗୁଡ଼ା ଠାରେ ପ୍ରଶିକ୍ଷଣ ନେଇଛନ୍ତି। ଓଡ଼ିଶା ଉପାନ୍ତ ଅଞ୍ଚଳ ନବରଙ୍ଗପୁର ଜିଲ୍ଲାରୁ ୩ ଜଣ ଖେଳାଳି ଏହି ଖେଳ ପାଇଁ ମନୋନୀତ ହୋଈ ନବରଙ୍ଗପୁର ଜିଲ୍ଲାକୁ ଗର୍ବ ଆଣିଛନ୍ତି । ଏମାନଙ୍କ ମଧ୍ୟରୁ ଆଶୁତୋଷ ପୁଜାରୀ, ଗଣେଶ ପୂଜାରୀ, ରବୀନ୍ଦ୍ର ଭତରା ଆନ୍ତର୍ଜାତିୟ ରେଫେରୀ ହରିଶ୍ ବେହେରା ଙ୍କ ତତ୍ତ୍ଵାବଧାନରେ ବହୁ ଆଗରୁ ଏମାନେ ବିଭିନ୍ନ ରାଜ୍ୟ ଓ ଜାତୀୟ ସ୍ତରରେ ଖେଳି ନବରଙ୍ଗପୁର ପାଇଁ ଗର୍ବ ଆଣିଥିଲେ। ପେଞ୍ଚାକଳଳଳଳଳଳଳର ପିଲାମାନଙ୍କ ଏହି ପ୍ରତିଭାକୁ ନବରଙ୍ଗପୁର ଜିଲ୍ଲା ବାସି ସ୍ୱାଗତ ଜଣାଇବା ସହ ଅଭିନନ୍ଦନ ଜଣାଈ ଆଗାମୀ ୩୭ ନେସନାଲ ଗେମ୍ସ ରେ ନବରଙ୍ଗପୁର ଜିଲ୍ଲାକୁ ଗୌରବ ଆଣିବାପାଇଁ ଆସା ବାନ୍ଧିଛନ୍ତି। ବିଶେଷ କରି ପଞ୍ଚାକ ସିଲାଟ ଏସସିଏସନ ନବରଙ୍ଗପୁର ସଭାପତି ଦିପକ ସାହୁ , ଉପଦେଷ୍ଟା ଏବଂ ସମାଜସେବୀ ଜଗନ୍ନାଥ ମହାପାତ୍ର, ଉପଦେଷ୍ଟା ମନଜ ପଟନାୟକ, ଉପଦେଷ୍ଟା ଜଗନ୍ନାଥ ବେହେରା, ଉପଦେଷ୍ଟା ରାମ ପ୍ରସାଦ ପାତ୍ର , ଚିତ୍ତରଞ୍ଜନ ପତ୍ର , ଜିଲ୍ଲା କ୍ରୀଡା ଅଧିକାରୀ ବିନାୟକ ଖାଢେଙ୍ଗା ଓ ଅନନ୍ୟ ଏଥିରେ ଖୁସି ବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ନବରଙ୍ଗପୁର ଜିଲ୍ଲାର ୩ଜଣ ଖେଳାଳି ଙ୍କୁ ଚୟନ ହୋଇଥିବାରୁ କୋଚ୍ ହରିଶ ବେହେରା ଓଡ଼ିଶା ସରକାର ଙ୍କୁ ଧନ୍ୟବାଦ ଜଣାଇଛନ୍ତି।

You may have missed