September 30, 2024
Share

*ଖବର ଆଜିର*
ତାରିଖ ୧୬/୧୦/୨୦୨୩ ସୋମବାର ।।

ଦିନିକିଆ ବିଶ୍ବକପ କ୍ରିକେଟରେ ବଡ଼ ବିପର୍ଯ୍ୟୟ । ଡିଫେଣ୍ଡିଂ ଚାମ୍ପିଅନକୁ ହରାଇଲା ଆଫଗାନିସ୍ତାନ । ଇଂଲଣ୍ଡ ବିପକ୍ଷ ମୁକାବିଲାକୁ ୬୯ ରନରେ ଜିତି ଚଳିତ ବିଶ୍ବକପରେ ପ୍ରଥମ ବିଜୟ ହାସଲ କରିଛି ଆଫଗାନିସ୍ତାନ ।

‘ଇସ୍ରାଏଲ ଓ ହମାସ ଯୁଦ୍ଧ ଦେଖି ମୁଁ ଭୟଭୀତ କାମ କରିବାରେ ମନ ଲାଗୁନାହିଁ, ମୋତେ ବିଶ୍ରାମ ଆବଶ୍ୟକ’: ହିନା ଖାନ ।

ପାଲେଷ୍ଟାଇନ୍‌ ପାଇଁ ଚିନ୍ତିତ ଲୋକେ ନିଜ ଦେଶର ସଂଖ୍ୟାଲଘୁଙ୍କ ପାଇଁ ଚିନ୍ତା କରିବା ଉଚିତ: ବାଂଲାଦେଶକୁ ତସଲିମା ନସରିନଙ୍କ ଟାର୍ଗେଟ୍ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥର ବି ନିଜର ଜନ୍ମଦିନ ପାଳନ ନ କରିବାକୁ ନିଷ୍ପତ୍ତି ।

ରାଜ୍ୟ ରାଜନୀତିର ଅନ୍ୟତମ ଟାଣୁଆ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ୨୦୨୪ ନିର୍ବାଚନ ଲଢ଼ିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ତାଙ୍କ ସ୍ଥାନରେ ସାନପୁଅ ସମରେନ୍ଦ୍ର ମିଶ୍ର କଂଗ୍ରେସ ଦଳରୁ ଲଢ଼ିବା ଆପାତଃତ ସ୍ଥିର ହୋଇଥିବା ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।

ଗାଜା ଖାଲି କରିବାକୁ ଇସ୍ରାଏଲର ଡେଡ୍‌ ଲାଇନ ଶେଷ, ବଡ଼ ଧରଣର ଅପରେଶନ ଆଶଙ୍କା ।

ଭିଟାମାଟି ଛାଡିବାକୁ ଇସ୍ରାଏଲ ସେନାର କଡ଼ା ନିର୍ଦ୍ଦେଶ । ୩ ଘଣ୍ଟାର ମହଲତ । ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଲେ, ହମାସ ଉପରେ ଆହୁରି ଜୋରଦାର ହେବ ଆକ୍ରମଣ ।

ବିଆରଏସଙ୍କ ମନିଫେଷ୍ଟୋରେ ଉପହାର ବର୍ଷା, ୨ ବିଏଚକେ ଘର, ୪୦୦ ଟଙ୍କାରେ ସିଲିଣ୍ଡର, ୫ ଲକ୍ଷର ବୀମା ।

ଭାରତ-ପାକିସ୍ତାନ ମ୍ୟାଚ୍‌ରେ ରେକର୍ଡ ବ୍ରେକିଂ ଭ୍ୟୁୟର୍ସଶିପ୍‌, ଓଟିଟିରେ ମ୍ୟାଚ ଦେଖିଲେ ୩.୫କୋଟିରୁ ଅଧିକ ଲୋକ ।

ଖୁଚୁରା ବ୍ୟବସାୟୀଙ୍କ ହାତପାଆନ୍ତାରେ ତାଲିମ: ୧୪ ନିୟୁତ ବ୍ୟବସାୟୀ ଉପକୃତ ହେବେ ।

ଭୁବନେଶ୍ୱରର ୫ ଡ୍ୟାନ୍ସ ବାର୍‌କୁ ଅବକାରୀ ବିଭାଗର କାରଣ ଦର୍ଶାଅ ନୋଟିସ ।

ଗ୍ଲୋବାଲ ଫାଇନାନ୍ସ ସେଣ୍ଟ୍ରାଲ ବ୍ୟାଙ୍କର ରିପୋର୍ଟ କାର୍ଡରେ RBI ଗଭର୍ଣ୍ଣରଙ୍କୁ A+ ରାଙ୍କ୍‌, ମରକ୍କୋରେ ସମ୍ମାନିତ ହେଲେ ଶକ୍ତିକାନ୍ତ ଦାସ ।

ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ମନୋହର ସିଂହ ଗିଲ୍‌ଙ୍କ ପରଲୋକ ।

ଇସ୍ରାଏଲକୁ ବ୍ରିଟେନର ସମର୍ଥନ; ପ୍ରଧାନମନ୍ତ୍ରୀ ଋଷି ସୁନକ କହିଲେ, “ଇସ୍ରାଏଲ ପାଇଁ ଆମର ନିରନ୍ତର ସମର୍ଥନ ରହିବ” ।

ସୁପ୍ରଭାତ ,ଶୁଭ ସକାଳ ।